Posted inଜାତୀୟ

ନିର୍ବାଚନ ଫଳାଫଳ ଘୋଷଣାକୁ ପୂରିଲା ମାସେ: ଭାଜପା ୨୦୨୪ ପାଇଁ କରୁଛି ଯୋଜନା; କଂଗ୍ରେସ ଅଧ୍ୟକ୍ଷ ପଦ ଏବଂ ମନ୍ଥନରେ ବ୍ୟସ୍ତ

ନୂଆଦିଲ୍ଲୀ, ୨୩।୬: ଲୋକ ସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ଭାଜପା ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ହୋଇଛି। ମେ ୨୩ରେ ଫଳାଫଳ ପ୍ରକାଶ ପାଇଥିଲା। ଇତିମଧ୍ୟରେ ଫଳାଫଳ ଘୋଷଣାକୁ ଏକ ମାସ ପୂରିଛିି। ଏହି ସମୟ ମଧ୍ୟରେ ଭାଜପା ବିଭିନ୍ନ ଯୋଜନା ଆଧାରର ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ସଂଗଠନକୁ କିପରି ସୁଦୃଢ଼ କରାଯିବ ସେ ନେଇ ଭାଜପା ପଦକ୍ଷେପ ଗ୍ରହଣ କରିଛି। ଏହି ସମୟ ମଧ୍ୟରେ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କାର୍ଯ୍ୟ ଶେଷ ହେବା ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅପରପକ୍ଷରେ କଂଗ୍ରେସ ଦଳରେ ଅଧ୍ୟକ୍ଷ ପଦ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେହିପରି ଏପର୍ଯ୍ୟନ୍ତ ମଧ୍ୟ କଂଗ୍ରେସ ମାନସ ମନ୍ଥନରୁ ବାହାରି ପାରି ନ ଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ୨୦୧୪ରେ କଂଗ୍ରେସ ମାତ୍ର ୪୪ ଆସନ ହାତେଇଥିବାବେଳେ ୨୦୧୯ରେ ଏହା ୫୨କୁ ବୃଦ୍ଧି ପାଇଛି। ଦଳ ଗତ ପାଞ୍ଚ ବର୍ଷ ମଧ୍ୟରେ ଲୋକ ସଭାରେ ବିରୋଧୀ ଆସନ ଲାଗି ଆବଶ୍ୟକ ହେଉଥିବା ୧୦ ପ୍ରତିଶତ ଆସନ ମଧ୍ୟ ହାସଲ କରିପାରି ନାହିଁ। ବିରୋଧୀ ଦଳ ଆସନରେ ବସିବା ପାଇଁ ୫୫ ଆସନର ଆବଶ୍ୟକତା ଥିବାବେଳେ ଏହା କଂଗ୍ରେସ ପାଖରେ ନାହିଁ। ଭାଜପା ସରକାର ଯୋଜନାବଦ୍ଧ ଭାବେ ଆଗାମୀ ୫ ବର୍ଷ ପରେ ଆସୁଥିବା ନିର୍ବାଚନରେ କିଭଳି ସଫଳତା ହାସଲ କରିବେ ସେ ନେଇ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏପରିସ୍ଥଳେ କଂଗ୍ରେସ ଅନେକ ପଛୁଆ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


All Right Reserved By Dharitri.Com

ଏସ୍‌-୪୦୦ ଚୁକ୍ତିନାମାକୁ ନେଇ ଆମେରିକାକୁ କହିଲେ ଜୟଶଙ୍କର: ରାଷ୍ଟ୍ର ହିତକୁ ଦିଆଯିବ ଗୁରୁତ୍ୱ

ନୂଆଦିଲ୍ଲୀ,୨୬।୬: ରୁଷ ସମେତ ଅନ୍ୟ କେତେକ ଦେଶ ଉପରେ ଆମେରିକା ପ୍ରତିବନ୍ଧକ ଜାରି କରିଥିଲେ ମଧ୍ୟ ଭାରତ ସେହି ଦେଶଗୁଡିକ ସହ ସମ୍ବନ୍ଧ ସ୍ଥାପନ କରିବା...

କେରଳରେ ପ୍ରଥମ ନିପା ଭାଇରସ୍‌ ରୋଗୀ ଚିହ୍ନଟ

କୋଚି,୪।୬: କେରଳରେ ପୁଣି ଥରେ ପାଦ ଦେଇଛି ନିପା ଭାଇରସ୍‌। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଏହି ସୂଚନା ଦେଇଛନ୍ତି। ୨୩ ବର୍ଷୀୟ ଜଣେ ଛାତ୍ର...

ଦିଲ୍ଲୀ ବିଧାନସଭା ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ,୧୪।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଏଥିପାଇଁ ମଙ୍ଗଳବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦ ବିଧାନସଭା ଆସନ ପାଇଁ...

ଧାରଣାରେ ବସିଲେ ଉନ୍ନାଓ ପୀଡିତାଙ୍କ ପରିବାର

ଲକ୍ଷ୍ନୌ,୩୦।୭: ଉନ୍ନାଓ ବଳାତ୍କାର ପୀଡିତାଙ୍କ ଦୁର୍ଘଟଣାକୁ ନେଇ ବେଳକୁ ବେଳ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ସୋମବାର ଭାଜପା ବିଧାୟକ କୁଲଦୀପ ସିଂ...

ସାଗରଦ୍ୱୀପ ନିକଟରେ ସ୍ଥଳଭାଗ ଛୁଇଁଲା ବୁଲ୍‌ବୁଲ୍‌

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ବାତ୍ୟା ‘ବୁଲ୍‌ବୁଲ୍‌’ ଶନିବାର ରାତି ପ୍ରାୟ ୧୧ଟାରେ ପଶ୍ଚିମବଙ୍ଗ ୨୪ପ୍ରଗଣା ଜିଲାର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପପୁରା ମଧ୍ୟରେ ସ୍ଥଳଭାଗ ଛୁଇଁଛି। ଏହି...

‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’: ମୋଦି କରିନାହାନ୍ତି ପ୍ରଚାର; ଦୋହରାଇଛନ୍ତି ଟ୍ରମ୍ପ୍‌ଙ୍କ ସ୍ଲୋଗାନ୍‌

ନୂଆଦିଲ୍ଲୀ,୧।୧୦: ହାଓ୍ବଡ଼ି ମୋଦି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଅବ୍‌ କି ବାର୍‌ ଟ୍ରମ୍ପ୍‌ ସରକାର’ କହିଥିଲେ। ଏହାକୁ ନେଇ କଂଗ୍ରେସ ସମେତ ଅନ୍ୟ...

ଘୁଞ୍ଚିଲା ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ସଂଶୋଧନ ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୮।୧: ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଜାମିନ ସଂଶୋଧନ ମାମଲର ଶୁଣାଣିକୁ ଦିଲ୍ଲୀର ଏକ କୋର୍ଟ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ୨୧ ତାରିଖରେ ଏହି...

ଲୋକ ସଭା ଉପବାଚସ୍ପତି ପଦ ଓ୍ବାଇଏସଆର୍‌ କଂଗ୍ରେସକୁ ଦିଆଯାଇପାରେ

ନୂଆଦିଲ୍ଲୀ. ୧୨।୬: ଆନ୍ଧ୍ର ପ୍ରଦେଶର ଜଗନମୋହନଙ୍କ ନେତୃତ୍ୱାଧୀନ ଓ୍ବାଇଏସଆର କଂଗ୍ରେସକୁ ଏଥର ଲୋକ ସଭା ଉପବାଚସ୍ପତି ପଦ ଅଫର୍‌ ଭାଜପା ଦେଇପାରେ। ମଙ୍ଗଳବାର ଭାଜପା ସାଂସଦ...

Leave a comment

Your email address will not be published. Required fields are marked *