Posted inଜାତୀୟ

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ସଫଳତା: ୪ ବର୍ଷରେ ଲିଙ୍ଗ ଅନୁପାତ ହଜାରେ ପିଛା ୯୨୩ରୁ ୯୩୧କୁ ବୃଦ୍ଧି

ନୂଆଦିଲ୍ଲୀ,୨୩।୬: ଗତ ୪ ବର୍ଷ ମଧ୍ୟରେ ଦେଶରେ ଲିଙ୍ଗ ଅନୁପାତ ହଜାରେ ପୁରୁଷଙ୍କ ପିଛା ୯୨୩ରୁ ୯୩୧କୁ ବୃଦ୍ଧି ପାଇଛି। ୨୦୧୫ଠାରୁ ୨୦୧୯ ମଧ୍ୟରେ ଲିଙ୍ଗ ଅନୁପାତରେ ଏଭଳି ବୃଦ୍ଧି ଦୃଷ୍ଟି ଗୋଚର ହୋଇଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୫-୧୬ରେ ହଜାରେ ପୁରୁଷଙ୍କ ପିଛା ମହିଳା ସଂଖ୍ୟା ୯୨୩ ଥିଲା। ୨୦୧୬-୧୭ରେ ଏହା ୯୨୬ ଏବଂ ୨୦୧୭-୧୮ରେ ଏହା ୯୨୯ ଏବଂ ୨୦୧୮-୧୯ରେ ଏହା ୯୩୧ରେ ପହଞ୍ଚିଛି। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ତଥ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି। କେରଳ ଏବଂ ଛତିଶଗଡ଼ ଏହି ତାଲିକାର ଶୀର୍ଷରେ ରହିଛନ୍ତି। ଏଠାରେ ହଜାରେ ପୁରୁଷଙ୍କ ପିଛା ମହିଳା ସଂଖ୍ୟା ୯୫୯ ରହିଛି। ଏହା ପଛକୁ ମିଜୋରାମ୍‌ ଓ ଗୋଆ ରହିଛନ୍ତି। ଏହି ଦୁଇ ରାଜ୍ୟରେ ହଜାରେ ପୁରୁଷଙ୍କ ପିଛା ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୯୫୮ ଏବଂ ୯୫୪ ରହିଛି। ତାଲିକାର ଶେଷରେ ପଞ୍ଜାବ, ଲାକ୍ଷାଦ୍ୱୀପ ଏବଂ ଡାମନ ଓ ଡିୟୁ ରହିଛି। ଏଠାରେ ହଜାରେ ପୁରୁଷଙ୍କ ପିଛା ମହିଳାଙ୍କ ସଂଖ୍ୟା ଯଥାକ୍ରମେ ୯୦୦, ୮୯୧ ଏବଂ ୮୮୯ ରହିଛି। କେନ୍ଦ୍ର ସରକାରଙ୍କ ‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନା ଦ୍ୱାରା ଏହି ସୁଫଳ ମିଳିଥିବା ରିପୋର୍ଟରେ ପ୍ରକାଶ ପାଇଛି।


All Right Reserved By Dharitri.Com

ଚାଲି ଚାଲି ନାମାଙ୍କନ ପତ୍ର ଦାଖଲ କରିବାକୁ ଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୬।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପୂର୍ବ ଦିଲ୍ଲୀର ପଟପରଗଞ୍ଜ ବିଧାନସଭା ଆସନରୁ...

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୧୭।୭: ଜମ୍ମୁ-କଶ୍ମୀର ବାରମୁଳା ଜିଲାରେ ବୁଧବାର ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସ୍ଥାନୀୟ ସୋପୋରେ ଅଞ୍ଚଳର ଗୁଣ୍ଡ ବ୍ରଥ ଗାଁର ମୀର୍‌ ମହଲାଠାରେ କିଛି ଆତଙ୍କବାଦୀ ଲୁଚିଥିବା...

ଯୁଦ୍ଧ ବେଳେ ଯବାନଙ୍କୁ ସାହାଯ୍ୟ କରିବ ‘ଆଇରନ୍‌ ମ୍ୟାନ’ ସୁଟ୍‌

ବାରାଣସୀ,୧୯।୧୧: ଉତ୍ତର ପ୍ରଦେଶ ବାରାଣସୀର ଯୁବକ ଅଶୋକ ଚୌରାସିଆ ଏମିତି ଏକ ସୁଟ୍‌ ତିଆରି କରିଛନ୍ତି ଯାହା ଏବେ ଚର୍ଚ୍ଚାକୁ ଆସିଛି। ବାରାଣସୀର ଏକ ଘରୋଇ...

୩ ମାସରେ ସୂଚନା କମିଶନର ନିଯୁକ୍ତି ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୭ା୧୨(ପି.ଟି.)- ୩ ମାସ ମଧ୍ୟରେ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ଏବଂ ରାଜ୍ୟ ସୂଚନା ଆୟୋଗ (ଏସ୍‌ଆଇସି)ଗୁଡ଼ିକରେ ସୂଚନା କମିଶନର ନିଯୁକ୍ତି ଲାଗି ସୁପ୍ରିମକୋର୍ଟ ଉଭୟ...

ରାହୁଲଙ୍କ ‘ରେପ କ୍ୟାପିଟାଲ’ ବୟାନକୁ ନେଇ ଦୁଃଖ ପ୍ରକାଶ କଲେ ରାଜନାଥ

ନୂଆଦିଲ୍ଲୀ,୧୩।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ କ୍ୟାପିଟାଲ’ ବୟାନକୁ ନେଇ ଶୁକ୍ରବାର ଲୋକ ସଭାରେ ହଙ୍ଗାମା ହୋଇଛି। ଲୋକ ସଭାରେ ମହିଳା ଏମ୍‌ପିମାନେ ଏହା...

ଦିନକୁ ଦିନ ଦୁର୍ବଳ ହେଉଛି ପାକିସ୍ତାନ: ଇନ୍ଦ୍ରେଶ କୁମାର

ନୂଆଦିଲ୍ଲୀ,୧୩।୯: ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌)ର ପ୍ରଚାରକ ଇନ୍ଦ୍ରେଶ କୁମାର ଶୁକ୍ରବାର ପାକିସ୍ତାନକୁ ନେଇ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ପାକିସ୍ତାନ ଦିଦକୁ...

ବହୁମତରେ ବିଜୟୀ ହେବୁ: ୟେଦୁରପ୍ପା

ବେଙ୍ଗାଲୁରୁ,୨୮।୭: କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ସୋମବାର ଅର୍ଥାତ୍‌ ୨୯ ତାରିଖରେ ସେ ସଂଖ୍ୟା...

୨୬ ଜାନୁୟାରୀରୁ ସ୍କୁଲରେ ପ୍ରତିଦିନ ପାଠ କରାଯିବ ସମ୍ବିଧାନ ପ୍ରସ୍ତାବନା

ମୁମ୍ବାଇ,୨୨।୧: ମହାରାଷ୍ଟ୍ରରେ ଜାନୁୟାରୀ ୨୬ଠାରୁ ସମସ୍ତ ସ୍କୁଲରେ ପ୍ରତିଦିନ ସମ୍ବିଧାନ ପ୍ରସ୍ତାବନା ପାଠ କରାଯିବ। ପ୍ରତିଦିନ ପ୍ରାର୍ଥନା କ୍ଲାସ୍‌ ପରେ ଏହି ପାଠ କରାଯିବ ବୋଲି...

Leave a comment

Your email address will not be published. Required fields are marked *