Posted inଜାତୀୟ

ଦିଲ୍ଲୀ ସରକାରଙ୍କର ହୋମ୍‌ ଡେଲିଭରି ସେବାରେ ଯୋଡି ହେବ ଆଉ ୩୦ ସେବା

ନୂଆଦିଲ୍ଲୀ,୨୩।୬: ଦିଲ୍ଲୀ ସରକାରଙ୍କର ଆଉ ୩୦ଟି ସରକାରୀ ସେବା ହୋମ୍‌ ଡେଲିଭରି ମାଧ୍ୟମରେ ମିଳିପାରିବ ବୋଲି ଜଣାପଡିଛି। ଏଥିପାଇଁ ଏବେଠାରୁ କାମ ଆରମ୍ଭ ହୋଇଥିବା କୁହାଯାଇଛି। ପୂର୍ବରୁ ସରକାରଙ୍କର ୪୦ଟି ସେବାକୁ ହୋମ୍‌ ଡେଲିଭରି କରାଯାଉଥିବା ବେଳେ ଏବେ ଏହା ୭୦କୁ ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ୧୦ରେ ଆରମ୍ଭ ହୋଇଥିବା ଏହି ହୋମ୍‌ ଡେଲିଭରି ସେବା ମାଧ୍ୟମରେ ଲୋକେ ଫୋନ୍‌ କରି ଘରେ ବସି ଅନେକ ସୁବିଧା ଉଠାଇ ପାରୁଛନ୍ତି। ଏଥର ଏଥିରେ ଶ୍ରମ ବିଭାଗର ଠିକାଦାରଙ୍କ ଲାଇାସେନ୍ସ, ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର ଓ ସୁପରଭାଇଜର ଲାଇସେନ୍ସ ଆଦିକୁ ସାମିଲ କରାଯାଇଛି। ଏହାସହ ଡୁପ୍ଲିକେଟ୍‌ ରାଶନ କାର୍ଡ କରିବା, ନାଁ ଓ ଠିକଣା ପରିବର୍ତ୍ତନ କରିବା ଆଦି ମଧ୍ୟ ଏଥର ହୋମ୍‌ ଡେଲିଭରି ସେବାରେ ସାମିଲ କରାଯିବ।


All Right Reserved By

ଭିଡ଼ହିଂସା ରୋକିବାକୁ ଆଇନ ଆଣ

ହାଇଦ୍ରାବାଦ,୭ା୭: ଦେଶରେ ଭିଡ଼ହିଂସା ଘଟଣା ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଆଇନ ଆଣିବାକୁ ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଆସାଦୁଦ୍ଦିନ ଓଓ୍ବାଇସି...

କ୍ରସ୍‌ ମଦର ମିଲ୍କ ବ୍ୟାଙ୍କ ଜରିଆରେ ଅନ୍ୟର ଶିଶୁଙ୍କୁ ସ୍ତନ୍ୟପାନ କରାଇ ପାରିବେ ମା’

ଭୋପାଳ,୩୦।୭: ଅଗଷ୍ଟ ପ୍ରଥମ ସପ୍ତାହକୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଇଥାଏ। ଏବେବି ଅଧିକାଂଶ ଶିଶୁ ସ୍ତନ୍ୟପାନରୁ ବଞ୍ଚିତ ହେଉଥିବା ଦେଖାଯାଏ। ତେବେ ଭୋପାଳରେ...

ଶାହଙ୍କ ଡିନର୍‌ ପାର୍ଟି

ନୂଆଦିଲ୍ଲୀ,୨୨ା୫: ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ଭବିଷ୍ୟବାଣୀ କରିଥିବା ୧୪ ଏକ୍‌ଜିଟ୍‌ ପୋଲ ମଧ୍ୟରୁ ୧୨ଟି ଏନ୍‌ଡିଏ ସପକ୍ଷରେ ଜନମତ ରହିଥିବା କହିଛନ୍ତି। ଏଭଳି ସମୟରେ...

ସଡ଼କ ସୁରକ୍ଷା ପାଇଁ ୭ ଶହ ହେଲମେଟ୍‌ ବାଣ୍ଟିଲେ ଟ୍ରାଫିକ୍‌ ପୋଲିସ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୯।୬: ସୁଡ଼କ ସୁରକ୍ଷା ନେଇ ଏବେ ଦିଲ୍ଲୀର ଜଣେ ଟ୍ରାଫିକ୍‌ ପୋଲିସ ହେଡ୍‌ କନେଷ୍ଟବଳ ଅଣ୍ଟା ଭିଡ଼ିଛନ୍ତି। ସେ ଇତିମଧ୍ୟରେ ୭ଶହ ହେଲମେଟ୍‌ ମାଗଣାରେ ଲୋକଙ୍କୁ...

ମୁଖ୍ୟମନ୍ତ୍ରୀ ଆସନ ଛାଡିବାର ୮ ବର୍ଷ ପରେ ମୋଦି ସରକାରରେ ମିଳିଲା ମନ୍ତ୍ରୀପଦ

ନୂଆଦିଲ୍ଲୀ,୧।୬: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହରିଦ୍ୱାରଲୋକ ସଭା ଆସନର ଏମ୍‌ପି ଡା. ରମେଶ ପୋଖରିୟାଲ ନିଶଙ୍କ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳର ରାଷ୍ଟ୍ରୀୟ...

ଇଭିଏମ୍‌ରେ ପଦ୍ମଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଲା ବିରୋଧି

ନୂଆଦିଲ୍ଲୀ,୨୮।୪: ଇଭିଏମ୍‌ରେ ଭାରତୀୟ ଜନତା ପାର୍ଟି ଚିହ୍ନ ପଦ୍ମତଳେ ଭାଜପା ଲେଖାଯାଇଥିବା ଅଭିଯୋଗ ଆଣିଥିଲେ ବିରୋଧି। ଯାହାର ଏବେ ଜବାବ ରଖିଛନ୍ତି ନିର୍ବାଚନ କମିଶନ। ସେ...

ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼

ନୂଆଦିଲ୍ଲୀ, ୩୧।୫ :ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବରେ ସିନେ ଷ୍ଟାର୍‌ଙ୍କ ଭିଡ଼ ଦେଖିବାକୁ ମିଳିଛି। ବଲିଉଡ୍‌ରୁ...

ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର: ହାଇ ଆଲର୍ଟ ଜାରି

ଶ୍ରୀନଗର,୨୦।୭: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତଙ୍କବାଦୀ ଲୁଚିଥିବା ଖବର ନେଇ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତୀୟ ସେନା ଯବାନ, ଜମ୍ମୁ-କଶ୍ମୀର ପୋଲିସ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *