ମୁକୁଳାପଡ଼ିଛି ଟ୍ରାନ୍ସଫର୍ମର, ଲୋକେ ଭୟଭୀତ

ଗଞ୍ଜାମ,୨୫ା୪(ଡି.ଏନ୍‌.ଏ.): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ୪ ନଂ ଓ୍ବାର୍ଡର ରାଉଳସାହି ନିକଟସ୍ଥ ୟୁଏଇ ହଲ୍‌ ସମ୍ମୁଖରେ ଥିବା ଟ୍ରାନ୍ସଫର୍ମରଟି ଦୀର୍ଘବର୍ଷ ଧରି  ମୁକୁଳାପଡ଼ିଛି। ଏହାର ଚତୁଃପାର୍ଶ୍ୱରେ ସୁରକ୍ଷାବାଡ଼ା ନ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଯାତାୟାତ କରୁଛନ୍ତି। ଏଥିସହିତ ଏହି ଟ୍ରାନ୍ସଫର୍ମର ନିକଟରେ ଏକ ବିଦ୍ୟାଳୟ ରହିଛି। ବର୍ତ୍ତମାନ ବିଦ୍ୟାଳୟ ବନ୍ଦ ଥିବାରୁ ପିଲାମାନେ ଆସୁନାହାନ୍ତି। ମାତ୍ର ବିଦ୍ୟାଳୟ ଖୋଲିଲେ କୁନିକୁନି ପିଲାମାନେ ଏହି ଟ୍ରାନ୍ସଫର୍ମର ନିକଟ ଦେଇ କିପରି ଯାତାୟାତ କରିବେ ସେନେଇ ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। କେତେବେଳେ ଅଘଟଣ ଘଟିବ କହି ହେବନାହିଁ। ଗଞ୍ଜାମ ସେକ୍ସନ ବିଦ୍ୟୁତ ବିଭାଗୀୟ କନିଷ୍ଠଯନ୍ତ୍ରୀ ଜିତେନ୍ଦ୍ର କୁମାର ରାଏଙ୍କୁ ପଚାରିବାରୁ ସେ କହିଛନ୍ତି, ପୂର୍ବରୁ ସେଠାରେ ଏକ ୧୦୦ କେଭି ଟ୍ରାନ୍ସଫର୍ମର ଥିଲା। ନିଅଣ୍ଟ ପଡ଼ିବାରୁ ୩୧୫ କେଭି ଟ୍ରାନ୍ସଫର୍ମର ଆଇପିଡିଏସ୍‌ ପକ୍ଷରୁ ବସାଯାଇଛି। କିନ୍ତୁ ସୁରକ୍ଷାବାଡ଼ା ନିର୍ମାଣ କରିବା ଆଇପିଡିଏସ୍‌ର ନିୟମ ନାହିଁ। ତେଣୁ ତାହା ସାଉଥ୍‌କୋ କରିବ। ବର୍ଷେ ହେବ ନିର୍ମାଣ କାର୍ଯ୍ୟ ସରିଥିବାବେଳେ ୬ ମାସ ହେବ ଚାର୍ଜ କରାଯାଇଛି। ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି। ଖୁବ୍‌ଶୀଘ୍ର ସୁରକ୍ଷାବାଡ଼ା ନିର୍ମାଣ କରାଯିବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ଏହି ଟ୍ରାନ୍ସଫର୍ମରରୁ ଦୁର୍ଗାଦେବୀ ସାହି, ଆଖଡ଼ାବନ୍ଧ ସାହି ଏବଂ ରାଉଳ ସାହିକୁ ବିଦ୍ୟୁତ ଯୋଗାଣ ହୋଇଛି।


All Right Reserved By Dharitri.Com

ଖଣ୍ଡାରେ ହାଣି ବୃଦ୍ଧଙ୍କୁ ହତ୍ୟା, ହତ୍ୟାକାରୀଙ୍କ ଆତ୍ମ ସମର୍ପଣ

ପୁରୁଷୋତ୍ତମପୁର,୨୫।୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଧୋବାଡି ପାଟପୁର ଗ୍ରାମରେ ମଙ୍ଗଳବାର ଜଣେ ବୃଦ୍ଧଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି। ସେ ହେଲେ ସେହି ଗ୍ରାମର...

ଦିନରେ ଆହାର କେନ୍ଦ୍ର, ରାତିରେ ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ଗଞ୍ଜାମ,୨୦ା୫(ଡି.ଏନ.ଏ.)-ଗଞ୍ଜାମ ସହରର ବହୁ ପୁରାତନ ଭାରତୀ ବିଦ୍ୟାପୀଠ ନିକଟରେ ରହିଛି ମିନି ଷ୍ଟାଡିୟମ। ଏନ୍‌ଏସିର ପୂର୍ବତନ ନଗରପାଳ ସ୍ବର୍ଗତ ଶରତ ଚନ୍ଦ୍ର ପଣ୍ଡାଙ୍କ ସମୟରେ ଏହାର...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଗଞ୍ଜାମ କଂଗ୍ରେସର ବିରୋଧ

ବ୍ରହ୍ମପୁର ଅଫିସ,୬ା୨-ବିଜୁଳି ଶୁଳ୍କ ବୃଦ୍ଧି ପାଇଁ ବିତରକ ସଂସ୍ଥାଗୁଡ଼ିକ ଜୋରସର ପ୍ରୟାସ ଚଳାଇଛନ୍ତି। ସେଥିପାଇଁ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ଗତ ସୋମବାରରୁ ଶୁଣାଣି...

ସ୍ବାମୀ ମାଡ଼ରେ ସ୍ତ୍ରୀଙ୍କ ହାତଗୋଡ଼ ଭାଙ୍ଗିବା ଘଟଣା: ନ୍ୟାୟ ପାଇଁ ରାସ୍ତାରେ ଶୋଇ ମହିଳାଙ୍କ ଧାରଣା

ଜଗନ୍ନାଥପ୍ରସାଦ,୨୧ା୧୨(ଡି.ଏନ.ଏ.) -ଜଗନ୍ନାଥପ୍ରସାଦ ଥାନା ପଞ୍ଚୁଭୂତି ମୁଖ୍ୟ ରାସ୍ତା ୨୧ ନଂ. ରାଜ୍ୟ ରାଜପଥରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ୨ ଗୋଡ଼, ବାମ...

ସାଇଜ୍‌ ଶାଳ କାଠ, ୩ ସାଇକେଲ ଜବତ

ବୁଗୁଡ଼ା,୨୧ା୯(ଡି.ଏନ.ଏ.)-ବୁଗୁଡ଼ା ବନ ବିଭାଗ ଶନିବାର ସକାଳେ ଗୋଲିଆ ନିକଟରେ ୩ ସାଇକେଲ ଓ ୧୬ ଖଣ୍ଡ ସାଇଜ୍‌ ଶାଳ କାଠ ଜବତ କରିଛି । କାଠ...

ନୂଆବର୍ଷରେ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଦେବା ଲାଗି ବାସଭବନରେ ଭିଡ଼

ଭଞ୍ଜନଗର,୧।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ତଥା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଗଝୋଳସ୍ଥିତ ବାସଭବନରେ ନୂଆବର୍ଷ...

ବାଇକ୍‌ ଡିକିରୁ ୨ ଲକ୍ଷ ଟଙ୍କା ଲୁଟ, ୨ ଅଟକ

ଦିଗପହଣ୍ଡି,୧୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରେ ବାଇକ୍‌ ଡିକିରୁ କୌଣସି ଦୁର୍ବୃତ୍ତ ଜଣେ...

ଅନ୍‌ଲାଇନ୍‌ରେ ଠକେଇ, ୬୯ ହଜାର ଟଙ୍କା ଗାଏବ

ଗୋପାଳପୁର,୨୬ା୧୦: ଏକ ପାର୍ସଲର ଟ୍ରାକିଙ୍ଗ୍‌ ନମ୍ବର ଜାଣିବାକୁ ଉଦ୍ୟମ କରି ଜଣେ ମହିଳାଙ୍କ ଆକାଉଣ୍ଟରୁ ୬୯ ହଜାର ଟଙ୍କା ଠକେଇ ହୋଇଥିବା ଗୋପାଳପୁର ଥାନାରେ ଅଭିଯୋଗ...

Leave a comment

Your email address will not be published. Required fields are marked *