Posted inଜାତୀୟ

୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ

ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍‌ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭ ଯାତ୍ରୀ ଏବଂ ୨୨ ଜଣ ବିମାନ କର୍ମଚାରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ୧୯୮୫ ଜୁନ୍‌ ୨୩ରେ ଘଟିଥିଲା। ସେ ଦିନ ବି ଥିଲା ରବିବାର। ଏୟାର ଇଣ୍ଡିଆର ବିମାନ କନିଷ୍କ-୧୮୨ ଟରୋଣ୍ଟୋରୁ ଉଡ଼ାଣ ଆରମ୍ଭ କରିଥିଲା। ଲଣ୍ଡନ ଦେଇ ଏହା ନୂଆଦିଲ୍ଲୀରେ ପହଞ୍ଚିଥାନ୍ତା। ତେବେ ସକାଳ ହେବା ପୂର୍ବରୁ ୟୁରୋପ ସୀମାରେ ପହଞ୍ଚିବା ପରେ ୩୧ ଫୁଟ ଉଚ୍ଚରେ ମଝି ଆକାଶରେ ବିମାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଅୟାରଲାଣ୍ଡ ପାଖାପାଖି ଅଞ୍ଚଳରେ ଏପରି ହୋଇଥିଲା। ବିମାନଟିର ଭଗ୍ନାବଶେଷ ଆଟଲାଣ୍ଟିକ୍‌ ସାଗରରେ ପଡ଼ିଥିଲା। ଯାତ୍ରୀଙ୍କ ମଧ୍ୟରୁ ୨୬୮ ଜଣ କାନାଡ଼ାର ଥିବାବେଳେ ୨୭ ଜଣ ଇଂଲଣ୍ଡ, ୧୦ ଆମେରିକାର ଏବଂ ୨ ଜଣ ଭାରତୀୟ ଥିଲେ। ସାଗର ଗର୍ଭରୁ ୧୩୧ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ବିମାନରେ ଏମ୍‌. ସିଂ ନାମକ ଜଣେ ଯାତ୍ରୀ ଯିବାର ଥିଲା। ମାତ୍ର ତାଙ୍କର କିଛି ସାମଗ୍ରୀ ବିମାନରେ ଥିବାବେଳେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି ବିମାନରେ ଚଢ଼ି ନ ଥିବା କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏମ୍‌.ସିଂଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରି ନାହିଁ। ଏହା ଖଲିସ୍ତାନ ଉଗ୍ରପନ୍ଥୀଙ୍କ ପ୍ରତିଶୋଧ ବୋଲି କୁହାଯାଇଥିଲା। ୧୯୮୪ ଜୁନ୍‌ ୬ରେ ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ଅପରେଶନ୍‌ ବ୍ଲୁଷ୍ଟାରର ପ୍ରତିଶୋଧ ନେବା ପାଇଁ ଉଗ୍ରପନ୍ଥୀ ଏଭଳି କାଣ୍ଡ ଭିଆଇଥିବା କୁହାଯାଇଥିଲା।


All Right Reserved By Dharitri.Com

ଉତ୍ତରାଖଣ୍ଡ ସରକାରୀ ହସ୍ପିଟାଲକୁ ଯିବାକୁ ଡରିଲେଣି ରୋଗୀ

ହଲଦଓ୍ବାନି,୨୮।୭: ଉତ୍ତରାଖଣ୍ଡର ସରକାରୀ ହସ୍ପିଟାଲରେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧୩ହଜାର ୧୮୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। ଆର୍‌ଟିଆଇ କର୍ମୀ...

ଦିଲ୍ଲୀରେ ଖୋଲିବ ସ୍ପୋର୍ଟସ୍‌ ବିଶ୍ୱବିଦ୍ୟାଳୟ: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୧୦: ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଘୋଷଣା କରି ଚାଲଇଛନ୍ତି। ଗୁରୁବାର ଏକ ଖବରଦାତା...

ପୀଡ଼ିତାଙ୍କ ପାଇଁ ୫୯୫ ଓସିଏସ୍‌

ନୂଆଦିଲ୍ଲୀ,୨୦ା୧୧(ପି.ଟି.): ଦେଶରେ ପୀଡ଼ିତାମାନଙ୍କ ପାଇଁ ୫୯୫ଟି ଓ୍ବନ୍‌ ଷ୍ଟପ୍‌ ସେଣ୍ଟର (ଓସିଏସ୍‌) ରହିଛି। ଶାରୀରିକ ଉତ୍ପୀଡ଼ନ ସହ ବିଭିନ୍ନ ଅପରାଧର ଶିକାର ହେଉଥିବା ମହିଳାମାନଙ୍କୁ ଏହି...

ଆର୍‌ଏସ୍‌ଏସ୍‌ ଖୋଲିବ ସୈନିକ ସ୍କୁଲ

ନୂଆଦିଲ୍ଲୀ,୨୯।୭: ଆର୍‌ଏସ୍‌ଏସ୍‌ ପକ୍ଷରୁ ଉତ୍ତରପ୍ରଦେଶରେ ସୈନିକ ସ୍କୁଲ ଖୋଲାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଠାରେ ଶିକ୍ଷାର୍ଥୀଙ୍କୁ ସେନା ଅଧିକାରୀ ହେବା ପାଇଁ ତାଲିମ୍‌ ଦିଆଯିବ।...

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର...

ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି...

କୋର୍ଟରେ ହାଜର ହେଲେ କଲ୍ୟାଣ ସିଂ

ଲକ୍ଷ୍ନୌ,୨୮।୯(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏସ୍‌.କେ....

ମ୍ୟାଜିକ୍‌ ନମ୍ବରକୁ ଏକାକୀ ଟପିଲା ଭାଜପା

ନୂଆଦିଲ୍ଲୀ, ୨୪।୫: ଦେଶ ସାରା ଭାଜପା କ୍ୟାମ୍ପରେ ଏବେ ଖୁସିର ଲହରି, ଉତ୍ସବର ପରିବେଶ। ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ...

Leave a comment

Your email address will not be published. Required fields are marked *