ଅବ୍ୟବସ୍ଥାକୁ ସଜାଡ଼ିଦେଉଥିବା ଶକ୍ତି ଦେବୀ ଇନ୍ଦ୍ରାଣୀ

ଶ୍ରୀମନ୍ଦିରରେ ଉପାସନାର ବିବିଧତା ଦେଖିବାକୁ ମିଳେ। ବିବିଧତା ମଧ୍ୟରେ ଏକତା ଏବଂ ଏକତା ମଧ୍ୟରେ ବିବିଧତା ରହିବା ସନାତନୀୟ ପରମ୍ପରା। ଆଗମ ଏବଂ ନିଗମ ଆମର ବିବିଧତାର ପ୍ରତୀକ ପୁଣି ଏକତାର। ଶ୍ରୀମନ୍ଦିର ନାଟ ମନ୍ଦିରର ଦକ୍ଷିଣ ପଟର ବାହାର ପଟକୁ ଲାଗିରହିଛି ଦେବୀ ମନ୍ଦିରଟିଏ। ଦେବୀ ଇନ୍ଦ୍ରାଣୀ ଭାବରେ ସେ ପରିଚିତା। ଭିତରବେଢା ଓ ବାହାର ବେଢାରେ ଅନେକ ଦେବୀ ପୂଜା ପାଉଛନ୍ତି, ମାତ୍ର ମୂଳ ମନ୍ଦିର ସଂଯୁକ୍ତ ନାଟ ମନ୍ଦିରର କାନ୍ଥକୁ ଲାଗି ରହିଥିବା ମନ୍ଦିରରେ ଇନ୍ଦ୍ରାଣୀ ବିରାଜିତା।

ଶ୍ରୀବକ୍ରେଶ୍ୱର ମହାଦେବ ମଧ୍ୟ ଏହି ମନ୍ଦିରରେ ପୂଜା ପାଉଛନ୍ତି। ଅନୁସନ୍ଧାନରୁ ଜଣାଯାଏ ଏହି ମନ୍ଦିରର ମୁହଁ ପ୍ରଥମେ ପୂର୍ବ ଦିଗକୁ ଥିଲା। କେବଳ ଶ୍ରୀବକ୍ରେଶ୍ୱର ପୂଜା ପାଉଥିଲେ। ମା’ ଇନ୍ଦ୍ରାଣୀ ହେଉଛନ୍ତି ରୋଷଆଡ଼ ଦେବୀ। ସେ ଦେବୀ ମହାବଜ୍ରେଶ୍ୱରୀ ରୂପରେ ପ୍ରାଚୀନ ରୋଷଶାଳାରେ ଥିଲେ। ସୂଚନାଯୋଗ୍ୟ, ମହାବଜ୍ରେଶ୍ୱର (ମହାକାଳ) ଓ ମହାବଜ୍ରେଶ୍ୱରୀଙ୍କର ଏକ ସ୍ବତନ୍ତ୍ର ପୂଜା ଓଡ଼ିଶାର ଘରେ ଘରେ ପ୍ରାଚୀନ କାଳରୁ ପ୍ରଚଳିତ। ଶାମ୍ବଦଶମୀ ଦିନ ରାତିରେ ଘଡ଼ଘଡ଼ିଆ ତରକାରି ଓ ଚକୁଳି ପିଠା ତାଙ୍କୁ ଅର୍ପଣ କରାଯାଏ। ଏହି ପରମ୍ପରା ବଜ୍ର-ମହାକାଳ ପୂଜା ଭାବରେ ପ୍ରସିଦ୍ଧ। ମହାବଜ୍ରେଶ୍ୱରୀ ମୁଖ୍ୟତଃ ମହାକାଳୀ ନୁହନ୍ତି, କିନ୍ତୁ ମହାକାଳଙ୍କ ସହିତ ସେ ଉପାସିତ ହୁଅନ୍ତି। ମହାକାଳ ହେଉଛନ୍ତି ଆମ ପରମ୍ପରାରେ ଶ୍ରୀଜଗନ୍ନାଥ। ଐତିହ୍ୟ ରହିଛି ଶ୍ରୀମନ୍ଦିରରେ ସବୁ ଅ-ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଇଥାନ୍ତି ମହାବଜ୍ରେଶ୍ୱରୀ। ମହାକାଳ ଦାରୁବ୍ରହ୍ମଙ୍କ ପୀଠରେ ସେ ହିଁ ରୋଷଆଡ଼େ ରହି ଉପାସନାକୁ ସୁବ୍ୟବସ୍ଥିତ କରୁଥିଲେ। ପ୍ରାଚୀନ ରୋଷଶାଳ ବର୍ତ୍ତମାନର ଶ୍ରୀସତ୍ୟନାରାୟଣଙ୍କ ମନ୍ଦିରକୁ ଲାଗି ରହିଥିଲା। ମେଘମାଳିଆ ସୁଆରଙ୍କ ପ୍ରସଙ୍ଗ ପରେ ଦେବୀ ବିଶେଷ ଭାବରେ ଚର୍ଚ୍ଚାକୁ ଆସିଥିଲେ। ପରେ ରୋଷଶାଳ ଘୁଞ୍ଚତ୍ୟାଇଛି। ଦେବୀ ସ୍ଥାନାନ୍ତରିତ ହୋଇ ଆସିଛନ୍ତି ଶ୍ରୀବକ୍ରେଶ୍ୱର ମହାଦେବଙ୍କ ମନ୍ଦିରକୁ। ୫ଫୁଟ ଉଚ୍ଚତାର ସିଂହାସନରେ ୨ଫୁଟ ୮ଇଞ୍ଚ ଉଚ୍ଚତା ବିଶିଷ୍ଟ ଦେବୀ ଦୁଇଭୁଜା। ବିସ୍ମୟକର କଥା ଦେବୀଙ୍କ ହାତରେ ଆୟୁଧ ନାହିଁ। ସମ୍ଭାବନା ହୁଏ, ମୋଗଲ ସୁବାଦାରମାନଙ୍କର ଶ୍ରୀମନ୍ଦିର ଆକ୍ରମଣ ବେଳେ କୌଣସି ମୂଲ୍ୟବାନ ଧାତୁର ଆୟୁଧ ଦେଖି ସେମାନେ ନେଇଯାଇଛନ୍ତି। ୩୬୫ ଦିନ ବଡ଼ା, ଲଡୁ ଓ ପଖାଳ ମହାପ୍ରସାଦ ଦେବୀଙ୍କୁ ସମର୍ପଣ ହେଉଅଛି। ଶାରଦୀୟ ଷୋଳପୂଜାବେଳେ ଦେବୀଙ୍କ ପାଇଁ ମାଣିକ ତେଲ (ରାଶି ତେଲ) ଖଞ୍ଜା ହୋଇଛି। ଚଣ୍ଡୀପାଠ ପାଇଁ ଦେବୀଙ୍କ ପାଖରେ ବ୍ରାହ୍ମଣ ପୂଜକ ଖଞ୍ଜା ନ ଥିବାବେଳେ ପ୍ରାଚୀନ କାଳରୁ ଶ୍ରୀଜୟକୃଷ୍ଣଙ୍କ ପୂଜାପଣ୍ଡାଙ୍କ ପରିବାର ଦେବୀଙ୍କ ଉପାସନା କଥା ବୁଝାଶୁଝା କରୁଛନ୍ତି। ଦେବୀଙ୍କୁ ନେଇ ରହିଛି ବହୁ ରୋଚକ ଐତିହ୍ୟ। ଓଡ଼ିଶାରେ ପ୍ରାୟ ସ୍ଥାନରେ ଇନ୍ଦ୍ରାଣୀଙ୍କ ପୂଜା ପ୍ରଚଳିତ ନ ଥିବାବେଳେ ଶ୍ରୀମନ୍ଦିରରେ ଏହାଙ୍କର ପୂଜା ରହସ୍ୟମୟ ମନେହୁଏ।

– ଡ. ସୁରେନ୍ଦ୍ର କୁମାର ମିଶ୍ର


All Right Reserved By Dharitri.Com

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

ପୋଲିସ ଛାଉଣୀରେ ଆରମ୍ଭ ହେଲା ଉଚ୍ଛେଦ ପ୍ରକ୍ରିୟା : ବଇଣ୍ଡାରେ ୩ ଦିନ ପାଇଁ ୧୪୪ ଧାରା ଜାରି

ବଇଣ୍ଡା,୧୧।୯(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ବ୍ଲକ ମୁଖ୍ୟ ବ୍ୟବସାୟିକ କେନ୍ଦ୍ରସ୍ଥଳୀ ବଇଣ୍ଡା ଛକରେ ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ ପକ୍ରିୟା...

ଅଗଷ୍ଟ ୧୫ରେ କାର୍ଯ୍ୟକାରୀ ହେବ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ

କଟକ ଅଫିସ, ୨୬।୭ : କଟକ ମହାନଗର ନିଗମ (ସିଏମ୍‌ସି) ଅଞ୍ଚଳରେ ଦିନକୁ ଦିନ ବଢୁଛି ଆବର୍ଜନା। ଏହାକୁ ଦୃଷ୍ଟିରେ ରଖି ପ୍ରତିଘରୁ ଯେପରି ଭାବେ...

ବୌଦ୍ଧ ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ନବାନ୍ନ ଲାଗି

ବୌଦ୍ଧ,୩।୯(ସ୍ବ.ପ୍ର.): ପଶ୍ଚିମ ଓଡ଼ିଶାର ଭାଇଚାରାର ପର୍ବ ତଥା କୃଷିଭିତ୍ତିକ ପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଉଠିଛି ବୌଦ୍ଧ ସହର। ମଙ୍ଗଳବାର ସକାଳ ୯ଟା ସମୟରେ ବିରାଟ...

ବଜେଟ ଆଲୋଚନା: ଅର୍ଥ ମନ୍ତ୍ରୀଙ୍କ ଉତ୍ତର: ଗଠନଧର୍ମୀ ମତାମତକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର ବିରୋଧୀ ଦଳର ଗଠନଧର୍ମୀ ପ୍ରସ୍ତାବକୁ ଗ୍ରହଣ କରିବେ। ଉତ୍ତମ ପ୍ରସ୍ତାବକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ। ସରକାର ସୀମା ଭିତରେ ରହି...

ଶିଳ୍ପସଂସ୍ଥାରେ ସ୍ଥାନୀୟ ନିଯୁକ୍ତିକୁ ଅଣଦେଖା: ଦଳମତ ନିର୍ବିଶେଷରେ ବିଧାୟକଙ୍କ ଅଭିଯୋଗ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ରାଜ୍ୟର ଜମି, ଜଳ, ଜଙ୍ଗଲକୁ ବ୍ୟବହାର କରି ସଂଖ୍ୟାଧିକ କମ୍ପାନୀ ଶିଳ୍ପ ସମୃଦ୍ଧ ହୋଇଛନ୍ତି। ହେଲେ ସେହି ପରିମାଣରେ ରାଜ୍ୟର ମାନବ ସମ୍ବଳକୁ ନିଯୁକ୍ତି...

ବର୍ଷା, ଚାଷୀ ଆତ୍ମହତ୍ୟା ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୋକା ଦେଇଛି। ରାଜ୍ୟରେ ନିଅଣ୍ଟିଆ ବର୍ଷା। ଜୁନ ପହିଲାରୁ ଜୁଲାଇ ୧୯ ତାରିଖ ମଧ୍ୟରେ ରାଜ୍ୟରେ ୨୬ ପ୍ରତିଶତ...

ଭଞ୍ଜନଗରରେ ବିଜେଡି ଆଗୁଆ

ଭଞ୍ଜନଗର,୨୩।୫(ଡି.ଏନ୍‌.ଏ.)- ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ଶେଷ ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର...

Leave a comment

Your email address will not be published. Required fields are marked *