ଆମେରିକାକୁ ଇରାନର ଧମକ: ଆକ୍ରମଣ କଲେ ଭୟାବହ ପରିଣତି

ତେହେରାନ,୨୩ା୬: ଆମେରିକାର ଗୋଇନ୍ଦା ଡ୍ରୋନ୍‌କୁ ଗୁରୁବାର ଇରାନ ସେନା ଖସାଇଦେବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଉଭୟ ଦେଶ ଏବେ ଯୁଦ୍ଧମୁହାଁ ହୋଇଥିବା କୁହାଯାଉଛି। ଇରାନ ଉପରେ ଆକ୍ରମଣ ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇସାରିଥିବାବେଳେ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଥିଲେ। ପ୍ରତିଶୋଧ ସ୍ବରୂପ ଇରାନର ତିନୋଟି ସ୍ଥାନରେ ଆକ୍ରମଣ ଲାଗି ଆମେରିକା ପ୍ରସ୍ତୁତ ଥିଲା। ତେବେ ଏହି ଆକ୍ରମଣରେ ଅନେକ ନିରୀହ ଲୋକଙ୍କ ଜୀବନ ଯିବ ବୋଲି ଜାଣିବା ପରେ ଆକ୍ରମଣ ଯୋଜନାକୁ ପ୍ରତ୍ୟାହାର କରିନିଆଗଲା ବୋଲି ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ।
ଅନ୍ୟପକ୍ଷରେ ଇସ୍‌ଲାମୀୟ ସାଧାରଣତନ୍ତ୍ର ଇରାନ ଉପରେ କୌଣସିପ୍ରକାର ଆକ୍ରମଣର ପରିଣତି ମଧ୍ୟପ୍ରାଚ୍ୟରେ ଆମେରିକାର ସ୍ବାର୍ଥ ପାଇଁ ଗୁରୁତର ହେବ ବୋଲି ତେହେରାନ ଚେତାବନୀ ଦେଇଛି। ଇରାନ ଉପରକୁ ଗୋଟିଏ ଗୁଳି ମାରିଲେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରର ସ୍ବାର୍ଥରେ ନିଆଁ ଲଗାଇଦେବୁ ବୋଲି ଇରାନ ସୈନ୍ୟବାହିନୀ ମୁଖପାତ୍ର ବ୍ରିଗେଡିୟର ଜେନେରାଲ ଅବୋଲଫାଜଲ୍‌ ଶେକାର୍ଚି କହିଛନ୍ତି। ତେବେ ଯୁଦ୍ଧ କରିବାକୁ ଚାହାନ୍ତି ନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଯଦି ଯୁଦ୍ଧ ହୁଏ ଇରାନ ସମ୍ପୂର୍ଣ୍ଣ ବିଲୋପ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆଲୋଚନା ପାଇଁ ଆମେରିକା ଦ୍ୱାର ଉନ୍ମୁକ୍ତ ରଖିଛି। କୌଣସି ପରିସ୍ଥିତିରେ ମଧ୍ୟ ଇରାନକୁ ଅଣୁଅସ୍ତ୍ର ପ୍ରସ୍ତୁତ କରିବାକୁ ଦିଆଯିବ ନାହିଁ ବୋଲି ଟ୍ରମ୍ପ୍‌ ଏକ ଗଣମାଧ୍ୟମକୁ କହିଛନ୍ତି।
ଆମେରିକା ଇରାନକୁ ଉତ୍ତେଜିତ କରୁଛି। ଏହାକୁ ନେଇ ଭୁଲ୍‌ ଆକଳନ ହେବାର ବିପଦ ରହିଛି ଯାହା ବିଶ୍ୱଯୁଦ୍ଧ ସୃଷ୍ଟି କରିପାରେ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ କହିଛନ୍ତି। ଭୁଲ୍‌ ଆକଳନ ପାଇଁ କାହାକୁ ଦାୟୀ କରାଯିବ ବୋଲି ପ୍ରଶ୍ନ କରାଯିବାରୁ ମହମ୍ମଦ କହିଥିଲେ, ସେ ଯାହା ଦେଖିପାରୁଛନ୍ତି, ଏପର୍ଯ୍ୟନ୍ତ ସବୁ ଉତ୍ତେଜନା ଆମେରିକା ସୃଷ୍ଟି କରିଛି। ପ୍ରଥମେ ଆଣବିକ ସନ୍ଧିରୁ ଆମେରିକା ଓହରିଗଲା। ଏବେ ଉପସାଗରୀୟ ଅଞ୍ଚଳକୁ ଯୁଦ୍ଧଜାହାଜ ପଠାଉଛି ଏବଂ ଇରାନକୁ ଉତ୍ତେଜିତ କରୁଛି ବୋଲି ମହାଥିର୍‌ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି।
ତେହେରାନର ଆଣବିକ କାର୍ଯ୍ୟକ୍ରମ ରୋକିବା ଲାଗି ବହୁପାକ୍ଷିକ ଚୁକ୍ତିନାମାରୁ ଗତବର୍ଷ ଟ୍ରମ୍ପ୍‌ ଓହରିଯିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଲାଗିରହିଛି। ଗତ ସପ୍ତାହରେ ଉପସାଗରୀୟ ଅଞ୍ଚଳରେ ୬ଟି ବ୍ୟବସାୟିକ ତୈଳବାହୀ ଜାହାଜ ଉପରେ ଆକ୍ରମଣକୁ ନେଇ ଆମେରିକା ଇରାନକୁ ଦାୟୀ କରିବା ଏବଂ ଗୁରୁବାର ଇରାନ ସେନା ଆମେରିକା ଡ୍ରୋନ୍‌କୁ ଖସାଇବା ପରେ ଏହି ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ଡ୍ରୋନ୍‌ ଇରାନ ବାୟୁସୀମା ଅତିକ୍ରମ କରିଥିବା ତେହେରାନ ଅଭିଯୋଗ କରୁଥିବାବେଳେ ଏହା ଅନ୍ତର୍ଜାତୀୟ ଜଳରାଶି ଉପରେ ଉଡୁଥିଲା ବୋଲି ଆମେରିକା ଦାବି କରିଛି।


All Right Reserved By Dharitri.Com

ଜାତିସଂଘକୁ ସୋଲାର ପାର୍କ ଉପହାର

ନ୍ୟୁୟର୍କ,୨୬ା୯(ପି.ଟି.): ଜାତିସଂଘ ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ସୋଲାର ପାର୍କ ଏବଂ ଗାନ୍ଧୀ ଶାନ୍ତି ଉଦ୍ୟାନକୁ ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ...

ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…

କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା...

ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଦେଖି ଚିନ୍ତାରେ ପାକିସ୍ତାନ

ଇସଲାମାବାଦ,୨୫।୮: କ୍ରାଉନ୍‌ ପ୍ରିନ୍ସ ଶେଖ୍‌ ମହମ୍ମଦ ବିନ ଜାୟଦ ଅଲ ନାହୟନ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍‌...

ଥରିଲା ଆଫଗାନୀସ୍ତାନ

କାବୁଲ,୪।୭: ଆଫଗାନୀସ୍ତାନ ହିନ୍ଦୁ କୁଶ ଅଞ୍ଚଳରେ ଗୁରୁବାର ସକାଳ ୯ଟା ୫୦ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି...

ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼...

ଭାରତକୁ ମିସାଇଲ ସିଷ୍ଟମ୍‌ ଯୋଗାଇବ ଇସ୍ରାଏଲ: ୫୦ ନିୟୁତ ଡଲାର ଚୁକ୍ତି ସ୍ବାକ୍ଷର

ଜେରୁଜେଲମ୍‌,୧୮ା୭(ପି.ଟି.): ଇସ୍ରାଏଲ୍‌ ଏରୋସ୍ପେସ୍‌ ଇଣ୍ଡଷ୍ଟ୍ରିଜ୍‌ (ଆଇଏଆଇ) ଭାରତୀୟ ଏବଂ ମାଜାଗନ ଡକ୍‌ ସିପ୍‌ବିଲ୍ଡର୍ସଙ୍କୁ ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଟାର୍ଗେଟ କରାଯାଇପାରୁଥିବା ମିସାଇଲ ସିଷ୍ଟମ୍‌ (ଏମ୍‌ଆର୍‌ଏସ୍‌ଏଏମ୍‌)...

ଭୂକମ୍ପରେ ୨୦ ମୃତ

ଅମ୍ବନ ସିଟି,୨୭।୯: ଇଣ୍ଡୋନେସିଆର ମାଲୁକୁ ଦ୍ୱୀପପୁଞ୍ଜରେ ଗୁରୁବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ ୨୦ ମୃତ ଓ ଶତାଧିକ ଆହତ ହୋଇଛନ୍ତି। ଭୂକମ୍ପ...

ଚଳିତ ବର୍ଷ ୫୪୦ କୋଟି ନକଲି ଆକାଉଣ୍ଟ୍‌ ହଟାଇଛି ଫେସବୁକ୍‌

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୧୧: ଚଳିତ ବର୍ଷ ଫେସବୁକ୍‌ ୫୪୦ କୋଟି ନକଲି ଆକାଉଣ୍ଟ୍‌ ନିଜ ପ୍ଲାଟ୍‌ଫର୍ମରୁ ହଟାଇଛି। ଏନେଇ ଫ୍ରାନ୍ସ୍‌ର ଏଏଫ୍‌ପି ଏଜେନ୍ସି ପକ୍ଷରୁ ତଥ୍ୟ ପ୍ରକାଶ ପାଇଛି।...

Leave a comment

Your email address will not be published. Required fields are marked *