Posted inଜାତୀୟ

ବଳାତ୍କାର ଅଭିଯୁକ୍ତ ଏମ୍‌ପିଙ୍କ ଆତ୍ମସମର୍ପଣ

ବାରାଣସୀ,୨୩ା୬(ପି.ଟି.): ବଳାତ୍କାର ଅଭିଯୁକ୍ତ ବିଏସ୍‌ପିର ନବନିର୍ବାଚିତ ଏମ୍‌ପି ଅତୁଲ ରାଏ ଶନିବାର ଉତ୍ତରପ୍ରଦେଶର ବାରାଣସୀସ୍ଥିତ ଏକ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।
ଘୋସି ଏମ୍‌ପି ଅତୁଲ ଜଣେ କଲେଜ ଛାତ୍ରୀଙ୍କ ତାଙ୍କ ସ୍ତ୍ରୀଙ୍କ ସହ ଭେଟ କରାଇବା ବାହାନାରେ ଘରକୁ ନେଇ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତା ଛାତ୍ରୀ ମେ ୧ରେ ଅଭିଯୋଗ ଆଣିଥିଲେ। ଏହାକୁ ଅସ୍ବୀକାର କରୁଥିବା ଅତୁଲ ମାମଲା ରୁଜୁହେବା ପରଠୁ ଫେରାର ହୋଇଯିବା ପରେ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଥିଲେ। ମେ ୨୭ରେ ସୁପ୍ରିମକୋର୍ଟ ତାଙ୍କୁ ଗିରଫଦାରିରୁ ସୁରକ୍ଷା ଦେବାକୁ ମନାକରିଦେଇଥିଲେ। ଅତୁଲଙ୍କ ବିରୋଧରେ ଅନ୍ୟ ୧୬ଟି ଆପରାଧିକ ମାମଲା ରହିଛି।


All Right Reserved By Dharitri.Com

ଆଜି କ୍ୟାବିନେଟର ପ୍ରଥମ ବୈଠକ: ହୋଇପାରେ ବିଭାଗ ବଣ୍ଟା

ନୂଆଦିଲ୍ଲୀ, ୩୧।୫: ଲୋକ ସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ପରେ ଲଗାତାର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି।...

ଜାମିନ ମିଳିବାର ଗୋଟିଏ ଦିନ ପରେ ସଂସଦ ପହଞ୍ଚିଲେ ଚିଦାମ୍ବରମ

ନୂଆଦିଲ୍ଲୀ,୫।୧୨: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ପି. ଚିଦାମ୍ବରମଙ୍କୁ ବୁଧବାର ଜାମିନ ମିଳିଛି। ଆଉ ଗୁରୁବାର ସକାଳୁ ସେ ସଂସଦରେ ପହଞ୍ଚିଥିବା...

କେଜରିଓ୍ବାଲଙ୍କ ଲୋକପ୍ରିୟତା: ବିବାହ ନିମନ୍ତ୍ରଣ କାର୍ଡରେ ବି ଛପାଗଲା ନାମ

ଯୋଧପୁର,୧୭।୨: ତୃତୀୟଥର ପାଇଁ ଦିଲ୍ଲୀରେ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଲୋକପ୍ରିୟତା ଏବେ ବଢ଼ିବାରେ ଲାଗିଛି। ରାଜସ୍ଥାନ ଯୋଧପୁରର ବାଲେସର ଅଞ୍ଚଳର...

ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ହେଲେ ହୁଡ୍ଡା

ହରିୟାଣା,୨।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶନିବାର ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ହୁଡ୍ଡାଙ୍କୁ ହରିୟାଣା କଂଗ୍ରେସ ବିଧାୟକ ଦଳର ନେତା ଭାବେ ନିର୍ବାଚିତ...

କରୋନା ଭୟରେ ଆତଙ୍କିତ ଭାରତୀୟ ନାଗରିକ: ବିମାନକୁ ଏୟାରଲିଫ୍ଟ ପାଇଁ ଅନୁମତି ଦେଉନି ଚାଇନା

ବେଜିଂ,୨୨।୨: ଚାଇନାରେ କରୋନା ମହାମାରୀ ଯୋଗୁ ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୨୩୪୫ରେ ପହଞ୍ଚିଛି। ସେହିପରି ୭୬ ହଜାର ୨୮୮ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ...

ଦୂର୍ଗାପୂଜାରେ ହେବନାହିଁ ପ୍ଲାଷ୍ଟିକର ବ୍ୟବହାର

ଶିଲଂ,୩।୧୦: ଚଳିତ ବର୍ଷ ଦୁର୍ଗାପୂଜାରେ ମେଘାଳୟରେ ପ୍ଲାଷ୍ଟିକର ବ୍ୟବହାର କରାଯିବ ନାହିଁ ବୋଲି ଜଣାପଡିଛି। ତେବେ ମେଘାଳୟ କେନ୍ଦ୍ରୀୟ ପୂଜା କମିଟି ଦ୍ୱାରା ରାଜ୍ୟର ସମସ୍ତ...

ଭାରତରେ ପିଆଜ କିଲୋ ୫୦: ଜାଣନ୍ତୁ ବାଂଲାଦେଶ, ପାକିସ୍ତାନରେ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ,୭।୧୦: ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ ଦର ଏବେ କିଲୋ ପିଛା ୫୦ ଟଙ୍କା ଟପିଛି। ଫଳରେ ସରକାର ଅନ୍ୟ...

ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ୨୦୨୦

ନୂଆଦିଲ୍ଲୀ,୨ା୧: ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନୂଆବର୍ଷ ୨୦୨୦ ନିର୍ଣ୍ଣାୟକ ହେବ। ଏହି ବର୍ଷ ପୋଲାଭରମ ଡ୍ୟାମ୍‌ ପ୍ରକଳ୍ପ, ଜଗନ୍ନାଥ ମନ୍ଦିର ମାମଲା, ବଂଶଧାରା ଜଳ ବିବାଦ...

Leave a comment

Your email address will not be published. Required fields are marked *