Posted inଖେଳ

ଆଇସିସି ବିଶ୍ୱକପ୍‌: ପାକିସ୍ତାନ- ଦକ୍ଷିଣ ଆଫ୍ରିକା ସମ୍ମାନ ଲଢ଼େଇ

ଲଣ୍ଡନ,୨୩।୬(ପି.ଟି.)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ଏକପ୍ରକାର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିଲେ ମଧ୍ୟ ରବିବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଐତିହାସିକ ଲଡର୍‌ସ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉକ୍ତ ଦୁଇ ଦଳ ସମ୍ମାନ ପାଇଁ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୪ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ସେମିଫାଇନାଲ ଦୌଡରୁ ବାଦ୍‌ ପଡିସାରିଛି। ତେବେ ପାକିସ୍ତାନ ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ନବମ ସ୍ଥାନରେ ରହିଥିଲେ ମଧ୍ୟ ସେମିଫାଇନାଲକୁ ଉଠିବାର କ୍ଷୀଣ ଆଶା ରହିଛି। ତେବେ ଏଥିପାଇଁ ପାକିସ୍ତାନକୁ ବାକି ଥିବା ୪ଟି ମ୍ୟାଚ୍‌ ଜିତିବାକୁ ହେବ। କେବଳ ସେତିକି ନୁହଁ, ଅନ୍ୟ ମ୍ୟାଚ୍‌ଗୁଡିକର ଫଳାଫଳ ଉପରେ ପାକିସ୍ତାନର ଭାଗ୍ୟ ନିର୍ଭର କରିବ।
୧୯୯୨ ଚାମ୍ପିୟନ ପାକିସ୍ତାନ କେବଳ ଆୟୋଜକ ଇଂଲଣ୍ଡକୁ ହରାଇଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ୭ ଉଇକେଟରେ ପରାସ୍ତ ହୋଇଥିଲା। ଜୁନ ୧୬ରେ ଭାରତଠାରୁ ପାକିସ୍ତାନ ବୃହତ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲା। ସାରା ବିଶ୍ୱରେ ପାକିସ୍ତାନ ପ୍ରଶଂସକ ଏହି ପରାଜୟରେ ବେଶ୍‌ ନିରାଶ ହୋଇ ଅସନ୍ତୋଷ ଜାହିର କରିଥିଲେ। ଏହା ସ୍ବାଭାବିକ କଥା। ପ୍ରଶଂସକ ନିଜ ଜାତୀୟ ଦଳ ଉପରେ ବହୁତ ଆଶା ରଖିଥାନ୍ତି। ତେଣୁ ପରାଜୟରେ ସେମାନେ ନିରାଶ ହେବାରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ପୂର୍ବତନ ପାକିସ୍ତାନ ଅଲରାଉଣ୍ଡର ସାହିଦୀ ଆଫ୍ରିଦି ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାରଙ୍କ ସହ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କଥା ହେବା ଅବସରରେ କହିଛନ୍ତି। ବୋଲିଂରେ କେବଳ ମହମ୍ମଦ ଆମୀର ଏକା ଲଢେଇ କରିଥିଲେ। ପାକିସ୍ତାନର ବ୍ୟାଟିଂ ଓ ଫିଲ୍ଡିଂ ନୈରାଶ୍ୟଜନକ ବୋଲି ସେ କହିଛନ୍ତି। ଅଭିଜ୍ଞ ସୋଏବ ମଲିକଙ୍କ ପ୍ରଦର୍ଶନ ମଧ୍ୟ ଖରାପ ରହିଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭୁଲ୍‌ରୁ ଶିକ୍ଷା କରିନାହିଁ। ଦଳ ଆଶାଠାରୁ ବହୁତ କମ୍‌ ପ୍ରଦର୍ଶନ କରିଛି। ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳଠାରୁ ପରାସ୍ତ ହୋଇଥିଲା। ଦମ୍‌ଦାର ବ୍ୟାଟିଂ କରି ଓ୍ବିଲିୟମସନ ଦଳକୁ ଜିତାଇଥିଲେ। ଏବେ ଆମେ ଦକ୍ଷତା ଅନୁରୂପ ଖେଳିବାକୁ ଲକ୍ଷ୍ୟ ରଖିଛୁ ବୋଲି ଦକ୍ଷିଣ ଆଫ୍ରିକା ହେଡ୍‌ କୋଚ୍‌ ଓଟିସ ଗିବସନ କହିଛନ୍ତି। ଆହୁରି ୩ଟି ମ୍ୟାଚ୍‌ ଖେଳିବାକୁ ବାକି ରହିଛି। ତେଣୁ ଏହି ମ୍ୟାଚ୍‌ଗୁଡିକରେ ଆମେ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ବିଶ୍ୱକପ୍‌ ପରେ ଲେଗ୍‌ ସ୍ପିନର ଇମ୍ରାନ ତାହିର ଓ ବ୍ୟାଟ୍ସମ୍ୟାନ ଜେପି ଡୁମିନି ଦିନିକିଆରୁ ଅବସର ନେବେ। ଚଳିତ ବିଶ୍ୱକପ୍‌ରେ ଲଡର୍‌ସରେ ଆମେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛୁ। ପିଚ୍‌ର ଧର୍ମ କିଭଳି ହେବ ତାହା ଦେଖିବାକୁ ବାକି ରହିଲା ବୋଲି ସେ କହିଛନ୍ତି।
ପାକିସ୍ତାନ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଫକର ଜମାନ, ଇମାମ ଉଲ ହକ, ବାବର ଆଜମ, ହାରିସ ସୋହେଲ, ହାସନ ଅଲି, ଶଦାବ ଖାଁ, ମହମ୍ମଦ ହାଫିଜ, ମହମ୍ମଦ ହାସ୍‌ନେନ, ଶାହିନ ଶାହ ଆଫ୍ରିଦୀ, ଓ୍ବାହାବ ରିୟାଜ, ମହମ୍ମଦ ଆମୀର, ସୋଏବ ମଲିକ, ଇମାଦ ଓ୍ବାସିମ ଓ ଆସିଫ ଅଲି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), କ୍ୱିଣ୍ଟନ ଡିକକ୍‌, ଏଡେନ ମାରକ୍ରାମ, ହାସିମ ଅମଲା, ଜେପି ଡୁମିନି, ଡେଭିଡ ମିଲର, କାଗିସୋ ରାବାଡ଼ା, ଡ୍ବେନ ପେରଟୋରିୟସ, ଆଣ୍ଡିଲ ଫେଲୁକ୍ୱାୟୋ, ତାବ୍ରେଜ ଶାମ୍‌ସି, ଇମ୍ରାନ ତାହିର, ଲୁନଗି ଏନ୍‌ଗିଡି, କ୍ରିସ୍‌ ମୋରିସ୍‌, ରାସି ଭାନ ଡେର ଡୁସେନ, ବେଉରନ ହେଣ୍ଡ୍ରିକ୍ସ।


All Right Reserved By Dharitri.Com

Posted inଖେଳ View All

ହ୍ବାଟ୍‌ମୋର୍‌ ବରୋଦା ରଣ୍‌ଜୀ ଟିମ୍‌ କୋଚ୍‌ ନିଯୁକ୍ତ

ବଦୋଦରା, ୧୯।୪ (ପି.ଟି.)- ଶ୍ରୀଲଙ୍କାକୁ ବିଶ୍ୱକପ୍‌ ବିଜୟୀ କରିଥିବା ଅଷ୍ଟ୍ରେଲୀୟ କୋଚ୍‌ ଡେଭ୍‌ ହ୍ବାଟମୋର ରବିବାର ବରୋଦା ରଣଜୀ ଦଳର କୋଚ୍‌ ଓ କ୍ରିକେଟ ନିର୍ଦ୍ଦେଶକ...

ଡିସେମ୍ବର ୧୯ରେ ଆଇପିଏଲ୍‌ ଖେଳାଳି ନିଲାମ କୋଲକାତାରେ

ମୁମ୍ବାଇ,୬।୧୧(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପରବର୍ତ୍ତୀ ସଂସ୍କରଣର ଖେଳାଳି ନିଲାମ କୋଲକାତାରେ ଆସନ୍ତାମାସ ୧୯ ତାରିଖରେ ଆୟୋଜନ ହେବ। ମଙ୍ଗଳବାର ଏଠାରେ ଆୟୋଜିତ...

ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ...

୪୫ ବର୍ଷ ପୂର୍ବେ ଏକମାତ୍ର ବିଶ୍ୱକପ୍‌ ଜିତିଥିଲା ଭାରତ

ନୂଆଦିଲ୍ଲୀ,୧୬।୩(ପି.ଟି.)- ଚାରି ଦଶନ୍ଧି ପୂର୍ବେ ଭାରତୀୟ ହକି ଦଳ ଆଜିର ଦିନରେ ତା’ର ଏକମାତ୍ର ବିଶ୍ୱକପ୍‌ ଜିତିଥିଲା। ଏହା ଭାରତୀୟ ହକି ଦଳର ଏକ ଜାଜ୍ୱଲ୍ୟମୟ...

ଡ୍ରାଭିଡଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ, ୨୯।୬(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ତଥା ଜୁନିୟର ଦଳର କୋଚ୍‌ ରାହୁଲ ଡ୍ରାଭିଡଙ୍କୁ ଜୁଲାଇ ୧ରୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ବାଙ୍ଗାଲୋରସ୍ଥିତ...

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟିତ: ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି: ମୋଦି

କଟକ,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପ୍ରଥମ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଉଦ୍‌ଘାଟନ କରିଛନ୍ତି। ସ୍ଥାନୀୟ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ...

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ...

Leave a comment

Your email address will not be published. Required fields are marked *