ଅସୁରକ୍ଷିତ ବୈତରଣୀ ସୁରକ୍ଷାବନ୍ଧ

ଆନନ୍ଦପୁର,୨୩।୬(ସ୍ବ.ପ୍ର.)- ବନ୍ୟା ଦାଉରୁ ଆନନ୍ଦପୁର ପୌରପରିଷଦ ଏବଂ ଆନନ୍ଦପୁର ବ୍ଲକ ଅଞ୍ଚଳର ଅନେକ ସ୍ଥାନର ସୁରକ୍ଷା ଦୃଷ୍ଟିରୁ ୨୦୧୬ ମାର୍ଚ୍ଚ ୧ ତାରିଖ ଦିନ ବୈତରଣୀ ନଦୀର ବାମ ପାର୍ଶ୍ୱ ନଦୀ ବନ୍ଧକୁ ସୁଦୃଢ ଓ ପ୍ରଶସ୍ତୀକରଣ କରାଯିବା ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥି ନିମନ୍ତେ ଆନନ୍ଦପୁର ବ୍ରିଜଛକ ଠାରୁ ତରଭା ପର୍ଯ୍ୟନ୍ତ ବୈତରଣୀ ନଦୀ ବନ୍ଧର ପୁନଃ ନିର୍ମାଣ କାର୍ଯ୍ୟ ନିମନ୍ତେ ୧୨.୧୫ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ଏହି ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ଏକ କମ୍ପାନୀକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା। ଏହି ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ୨୦୧୭ ସେପ୍ଟେମ୍ବର ମାସ ୨ ତାରିଖ ସୁଦ୍ଧା ଶେଷ କରିବା ନିମନ୍ତେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ଡିସପ୍ଲେ ବୋର୍ଡରେ ଲେଖାଯାଇଛି କିନ୍ତୁ ତାହା ଅଦ୍ୟାବଧି ସରିନାହିଁ। ସବୁଆଡ଼େ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି। ଲୋକେ ଏନେଇ ଭୟଭୀତ ହୋଇପଡ଼ିଛନ୍ତି।
ଅନେକ ସ୍ଥାନରେ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ସାମାନ୍ୟ ବର୍ଷାରେ ବନ୍ଧର ପଥର ପ୍ୟାକିଂ ଧୋଇଯାଇ ବନ୍ୟାସୁରକ୍ଷା ବନ୍ଧ ପ୍ରତି ବିପଦ ସୃଷ୍ଟି କରିଛି। ଆନନ୍ଦପୁର ଅଞ୍ଚଳରେ ଠିକାଦାରଙ୍କ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସ୍ଥାନୀୟ ଜଳସମ୍ପଦ ବିଭାଗ ନିର୍ମାଣ କାର୍ଯ୍ୟକୁ ସଠିକ୍‌ ତଦାରଖ କର ନ ଥିବାରୁ ଏଷ୍ଟିମେଟ୍‌ ଅନୁଯାୟୀ କାର୍ଯ୍ୟ ହେଉନାହିଁ। ଫଳରେ ଠିକାଦାରଙ୍କ କାର୍ଯ୍ୟ ଶୈଳୀକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ବିରୋଧ କରିଆସୁଛନ୍ତି। ସୁରକ୍ଷାବନ୍ଧର ନିର୍ମାଣ ଅବଧି ଶେଷ ହୋଇଯାଇଥିବା ସତ୍ତ୍ୱେ ବନ୍ଧର ନିର୍ମାଣ କାର୍ଯ୍ୟ ଶେଷ ହୋଇନି। ଯେଉଁ କେତେକ ସ୍ଥାନରେ ପିଚୁ କରାଯାଇଛି ତାହା ଉଠିବାକୁ ବସିଲାଣି। ଯାହାକୁ ନେଇ ଏବେ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି। ସୂଚନାଯୋଗ୍ୟ ୨୦୧୭ ନଭେମ୍ବର ୭ ତାରିଖରେ ବୈତରଣୀ ନଦୀର ବାମ ପାର୍ଶ୍ୱ ଆନନ୍ଦପୁର ବ୍ରିଜ୍‌ ଛକ ଠାରୁ ତରଭା ପର୍ଯ୍ୟନ୍ତ ଥିବା ସୁରକ୍ଷା ବନ୍ଧର ନିର୍ମାଣ କାର୍ଯ୍ୟ ଫକୀରପୁର ଠାରେ ଚାଲିଥିବା ସମୟରେ ଗ୍ରାମବାସୀଙ୍କ ବିରୋଧର ଶିକାର ହେବାକୁ ପଡିଥିଲା। ପୁରୁଣା ବନ୍ୟା ପ୍ରତିରୋଧକ ବନ୍ଧକୁ ଓସାରିଆ କରାଯିବା ସହିତ ମେଟାଲିଂ ଓ ପିଚୁ କରାଯିବା ଓ ପ୍ୟାଚିଂ କାର୍ଯ୍ୟ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ପ୍ରସ୍ତାବ ଥିବାବେଳେ କାର୍ଯ୍ୟ କରୁଥିବା ଠିକାଦାର ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବନ୍ଧର ନିର୍ମାଣ କାର୍ଯ୍ୟରେ ହେଉଥିବା ଅନିୟମିତତା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ସୁଦ୍ଧା ସେ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିପାରିବେ ନାହିଁ ବୋଲି ଖୋଲାଖୋଲି ମନା କରିଦେଇଥିଲେ ବୋଲି ଫକୀରପୁର ଗ୍ରାମର ବିଭୁତୀ ଭୁଷଣ ମହାନ୍ତି ସୂଚନା ଦେଇଛନ୍ତି। ଏହି ବନ୍ଧର ସ୍ଥାନେ ସ୍ଥାନେ ମୃତ୍ତିକାକ୍ଷୟ ଯୋଗୁ ପଥର ପ୍ୟାକିଂ ସବୁ ଦୁର୍ବଳ ଅବସ୍ଥାରେ ରହିଛି। ବନ୍ୟା ସୁରକ୍ଷା ବନ୍ଧ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ କାର୍ଯ୍ୟଶୈଳୀକୁ ବିଧିବଦ୍ଧ ତଦନ୍ତ କରିବାଲାଗି ଫକୀରପୁର ଯୁବକ ସଂଘ ଦାବି କରିଛି।


All Right Reserved By Dharitri.Com

ମହିଳାଙ୍କୁ ତିନି ତଲାକ୍‌ : ୪ ମାସର ଶିଶୁକନ୍ୟାଙ୍କୁ ଧରି ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ

ଭୋଗରାଇ,୧୨ା୮(ଡି.ଏନ୍‌.ଏ.): ମୁସଲିମ୍‌ ଆଇନରେ ତିନି ଥର ତଲାକ୍‌ ଉଚ୍ଚାରଣ କରି ଛାଡ଼ପତ୍ର ଦେବା ବେଆଇନ ଓ ଦଣ୍ଡନୀୟ ଅପରାଧ ବୋଲି ନିକଟରେ ଆଇନରେ ପରିଣତ ହୋଇଛି।...

ଛାତ୍ରୀଙ୍କ ବେକ କାଟିଲେ ଟ୍ୟୁଶନ ସାର୍‌

ବାଲେଶ୍ୱର ଅଫିସ, ୩ା୧-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଦେହୁର୍ଦ୍ଦା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ଜଣେ ଯୁକ୍ତ ଦୁଇ...

ଅଂଶୁଘାତରେ ବୃଦ୍ଧାଙ୍କ ଜୀବନଗଲା

ହାଟଡ଼ିହୀ, ୨୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଜମ୍ଭରା ଶାଳବଣୀ ସାହିର ଜଣେ ବୃଦ୍ଧାଙ୍କର ବୁଧବାର ଅଂଶୁଘାତରେ ମୃତ୍ୟୁ ଘଟିଛି। ସେ ହେଲେ ହଳଧର ନାୟକଙ୍କ...

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ବାଲେଶ୍ୱର ଅଫିସ, ୧୭।୧୦-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଜିଲାସ୍ତରୀୟ ନିଯୁକ୍ତି...

ଏମ୍‌ସ୍‌ ପିଜି ଏଣ୍ଟ୍ରାନ୍ସ: ସର୍ବଭାରତୀୟ ର଼୍ୟାଙ୍କରେ ରଞ୍ଜନ ଦ୍ୱିତୀୟ

ଜଳେଶ୍ୱର, ୨୨।୬(ଡି.ଏନ.ଏ) -ଏମ୍‌ସ ପିଜି ଏଣ୍ଟ୍ରାନ୍ସରେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ମହମ୍ମଦନଗରପାଟଣା ଗ୍ରାମର ଡା.ରଞ୍ଜନ ମୋହନ କୁମାର ସାହୁ ସର୍ବଭାରତୀୟ ର଼୍ୟାଙ୍କରେ ଦ୍ୱିତୀୟ ସ୍ଥାନ...

ରୋଡ଼ ରୋମିଓଙ୍କୁ ଗଛରେ ବାନ୍ଧି ନିସ୍ତୁକ ଛେଚିଲେ ଗାଁଲୋକେ

ବାଲେଶ୍ୱର ଅଫିସ୍‌,୪।୮: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ପଞ୍ଚାୟତର ଗୋପ ଗାଁରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଉକ୍ତ ଗାଁର ଲୋକେ...

ଝିକରା ଜଳପ୍ରପାତ ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ବଡବିଲ/କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଲାଣୀକୁ ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଝିକରାନାଳ ଜଳପ୍ରପାତ...

ସାପ କାମୁଡାରେ ୩ ମୃତ

ଔପଦା/ଖଇରା/କୁଳିଅଣା, ୨୫ା୯(ଡି.ଏନ.ଏ./ସ୍ବ.ପ୍ର.)-ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ପୃଥକ ସ୍ଥାନରେ ସାପ କାମୁଡାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବାଲେଶ୍ୱର ଜିଲା ଔପଦା ଥାନା...

Leave a comment

Your email address will not be published. Required fields are marked *