ମିଳିଲାନି ଗୃହରକ୍ଷୀ ଚାକିରି: ଏସ୍‌ପି ଅଫିସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋନପୁର,୨୨।୬(ନି.ପ୍ର.): ଗୃହରକ୍ଷୀ ଚାକିରି ନ ମିଳିବାରୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ମାଣିକପୁର ଗ୍ରାମର ଚମୁରୁ ହାତୀଙ୍କ ପୁଅ ଗୁପ୍ତେଶ୍ୱର(୩୨) ଶୁକ୍ରବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁବର୍ଣ୍ଣପୁର ଜିଲା ପୋଲିସ ଅଫିସ ତଥା ଏସ୍‌ପିଙ୍କ ଅଫିସ ସମ୍ମୁଖରେ ଗୁପ୍ତେଶ୍ୱର ନିଜ ସ୍ତ୍ରୀ ଓ ଝିଅଙ୍କ ସମ୍ମୁଖରେ କୀଟନାଶକ ପିଇଥିଲେ। ଏହି ସମୟରେ ଏସ୍‌ପି ଦେବୀପ୍ରସାଦ ଦାଶ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ। ସୂଚନା ପାଇ ସୋନପୁର ଥାନା ପୋଲିସ ପିସିଆର ଭ୍ୟାନ୍‌ରେ ଗୁପ୍ତେଶ୍ୱରଙ୍କୁ ଆଣି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେ ଚିକିତ୍ସାଧୀନ ଥିଲେ ହେଁ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ୨୦୦୬ ମସିହାରେ ଗୁପ୍ତେଶ୍ୱର ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ୨୦୦୭ରେ ତାଙ୍କୁ ଛଟେଇ କରାଯାଇଥିଲା। ପୁନଃ ନିଯୁକ୍ତି ପାଇଁ ସେ ତତ୍କାଳୀନ ଏସ୍‌ପିଙ୍କଠାରୁ ଆରମ୍ଭ କରି ଡିଆଇଜି ଏପରିକି ପୋଲିସ ଡିଜିଙ୍କୁ ଭେଟିଥିଲେ। ଜିଲାରେ ଗୃହରକ୍ଷୀ ଚୟନ ସମୟରେ ଅଗ୍ରାଧିକାର ଦିଆଯିବ ବୋଲି ତାଙ୍କୁ ସେତେବେଳେ ମୌଖିକ ପ୍ରତିଶ୍ରୁତି ମିଳିଥିଲା। ଗୁପ୍ତେଶ୍ୱର ଦିନମଜୁରିଆ ଭାବେ କାମ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ। ଗତ ଡିସେମ୍ବରରେ ଖାଲି ଥିବା ଜିଲାର ୪୫ଟି ଗୃହରକ୍ଷୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫେବୃୟାରୀରେ ଆବେଦନକାରୀଙ୍କ ଶାରୀରିକ ପରୀକ୍ଷା ଓ ସାକ୍ଷାତକାର ନିଆଯାଇଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଆଶାୟୀଙ୍କୁ ନିକଟରେ ନିଯୁକ୍ତି ଦିଆଯାଇଛି । ତାଲିକାରେ ଗୁପ୍ତେଶ୍ୱରଙ୍କ ନାମ ନଥିବାରୁ ସେ ନିରାଶ ହୋଇ ପଡିଥିଲେ। ସେ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କୁ ମଧ୍ୟ ଏଥିପାଇଁ ସାକ୍ଷାତ୍‌ କରିଥିଲେ। ଶୁକ୍ରବାର ବାଇକ୍‌ରେ ନିଜ ସ୍ତ୍ରୀ ରଶ୍ମିତା ଓ ଛୋଟ ଝିଅଙ୍କୁ ଧରି ଏସ୍‌ପିଙ୍କ ଅଫିସ ପରିସରକୁ ଆସିଥିଲେ। ହାତରେ ଏକ କୀଟନାଶକ ଔଷଧ ବୋତଲ ଧରି ବୁଲୁଥିଲେ। କେହି କିଛି ବୁଝିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ କୀଟନାଶକ ପିଇ ଦେଇଥିଲେ। ପୋଲିସ ଏହି ଘଟଣାକୁ ସାଧାରଣଭାବେ ନେଉଛି । କିନ୍ତୁ କେଉଁ ପରିସ୍ଥିତିରେ ଗୁପ୍ତେଶ୍ୱର ନିଜ ପରିବାର ଲୋକଙ୍କ ଉପସ୍ଥିତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।


All Right Reserved By Dharitri.Com

ଘର ଭାଂଗବାର ୫ ବଛର ବିତଲା:ତାରପଲିନ୍‌ ତଲେ ବୁଢ଼ାବୁଢ଼ି, ପରହର ଘରେ ପୁଓବହ

ଅତାବିରା, ୨୮।୬ (ଡି.ଏନ୍‌.ଏ): ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍‌ ଉଦେପୁର ଗଁାର କୃଷ୍ଣ ବନଛୁର(୬୪)। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ ୫...

ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସୋନପୁର,୧୯।୫(ନି.ପ୍ର.):ସୁବର୍ଣ୍ଣପୁର ଜିଲା ସୋନପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀଙ୍କର ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ଟିକୁ ଅଜଗର(୨୬)। ତାଙ୍କ ଘର ବିନିକା...

ଗରିବ୍‌ ଦୁଖିକର ଲାଗି ଦୁରଲଭ ହେଲାନ ପଖାଲ

ଜାମଟିକ୍ରା, ୨୭।୪ (ଡି.ଏନ୍‌.ଏ.): ଓଡ଼ିଶାରେ ଗଁାଗଁଲିନୁ ଆରମ୍‌ କରି ସହର ତକ୍‌ ସମକର ପସନ୍‌ ପଖାଲ। ଖରାଦିନ୍‌ ଆରମ୍‌ ହେଲେ ସମ୍‌କର ମନ୍‌ ପଖାଲ ଖାଏବାକେ...

ଅଧାପନ୍ତରିଆ ମେହେରୁଣି ପୋଲ: ଆପ୍ରୋଚ୍‌ ବୁଲାଣି ରାସ୍ତା ନେଲାଣି ୨୦ ଜୀବନ

ମନମୁଣ୍ଡା, ୨୫।୭ (ଡି.ଏନ.ଏ) ବହୁ ପୁରାତନ ମେହେରୁଣି ପୋଲ ଦୁର୍ବଳ ହୋଇ ପଡିଥିବାରୁ ମନମୁଣ୍ଡାରେ ଏକ ନୂତନ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଛି ।...

ଭବାନୀପାଟଣାରେ ଖୋଲିବ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର

ଭବାନୀପାଟଣା,୨୬।୬(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ୫ଟି ସ୍ଥାନରେ ଟୁଲ୍‌ ରୁମ୍‌ ତାଲିମ କେନ୍ଦ୍ର ଖୋଲିବ। ଏ...

ପାତାଳି ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ମହିଳା ଟାଣିଲେ ସୁଭଦ୍ରାଙ୍କ ରଥ

ଉଲୁଣ୍ଡା, ୪ା୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡ ବ୍ଲକ କୋଟସମଲାଇସ୍ଥିତ ଅନ୍ୟତମ ପର୍ଯ୍ୟଟନସ୍ଥଳୀ ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପୂର୍ବ...

ଗୋଲାମୁଣ୍ଡା ବ୍ଲକରେ ଭୁସ୍‌ଲି ପଡ଼ିଛେ ସ୍ବାସ୍ଥ୍ୟ ସେବା: ଚପ୍ରିଆ, ଉଛୁଲା ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍‌ତର ଶୁଇନ୍‌

କେଗାଁ,୩୦ା୬ (ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକରେ ସୁଆସ୍‌ତିଅ ସେବା ଭୁସ୍‌ଲିଯାଇଛେ। ରାଏଜ୍‌ ସରକାର ବ୍ଲକର ୨୮ଟା ପଁଚେତ୍‌ରେ ବାସ କରୁଥିବାର ୧ ଲାଖ୍‌ ୨୯...

ଆଷାଢ଼ରେ ବୈଶାଖୀ ଖରା, ଗଜା ମରୁଡ଼ି ଆଶଙ୍କାରେ ଚାଷୀ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଚଳିତବର୍ଷ ଜୁନ୍‌ ତୃତୀୟ ସପ୍ତାହ ବିଳମ୍ବରେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ଭବାନୀପାଟଣାରେ ବର୍ଷା ହୋଇନାହିଁ। ପୂର୍ବରୁ କାଳବୈଶାଖୀ ତଥା...

Leave a comment

Your email address will not be published. Required fields are marked *