Posted inUncategorized

ଅଣସରରେ ଠାକୁର : ପଟିଦିଅଁଙ୍କୁ ପୂଜା କରୁଛନ୍ତି ଶ୍ରଦ୍ଧାଳୁ, ୨ରେ ନବଯୌବନ ଦର୍ଶନ

ବାଲିଗୁଡ଼ା,୨୨।୬(ଡି.ଏନ୍‌.ଏ.): ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ଗତ ୧୭ ତାରିଖଠାରୁ ଅଣସର ଘରେ ରଖାଯାଇଛି। ଅତ୍ୟଧିକ ସ୍ନାନ ଯୋଗୁ ବିଗ୍ରହମାନେ ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଅସୁସ୍ଥ ଶ୍ରୀଜୀଉଙ୍କୁ ସୁସ୍ଥ କରିବା ଲାଗି ସେବାୟତମାନେ ଅଣସର ଘରେ ଗୁପ୍ତ ସେବାକାର୍ଯ୍ୟ ଜାରି ରଖିଛନ୍ତି। ଠାକୁର ୧୫ ଦିନ ଅଣସର ଘରେ ରହିବା ଯୋଗୁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ଏହି ସମୟରେ ସେମାନେ ପଟିଦିଅଁଙ୍କୁ ପୂଜା କରିବେ।
ଏ ନେଇ ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟିଦିଅଁଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଅସୁସ୍ଥ ଠାକୁରଙ୍କ ସେବାରେ ଯେପରି ବ୍ୟାଘାତ ନ ହେବ, ସେନେଇ ଜଗନ୍ନାଥ ମନ୍ଦିରରେ ଯଥାସମ୍ଭବ ନୀରବତା ରକ୍ଷା କରାଯାଉଛି। ଅସୁସ୍ଥ ହୋଇ ଅଣସର ଘରେ ଥିବା ଠାକୁରଙ୍କ ପାଖରେ କେବଳ ଫଳମୂଳ ଭୋଗ କରାଯାଉଛି। ମହାପ୍ରଭୁଙ୍କ ସେବକମାନେ ଅଣସର ଘରେ ଅତ୍ୟନ୍ତ ନିଷ୍ଠାର ସହ ସେବାକାର୍ଯ୍ୟ ଜାରି ରଖିଛନ୍ତି।
ଏହି ସମୟରେ ସେବକମାନେ ଶରୀରରେ କୌଣସି ଅଳଙ୍କାର ନ ପିନ୍ଧି କେବଳ ଶୁଭବସ୍ତ୍ର ପରିଧାନ ପୂର୍ବକ ମହାପ୍ରଭୁଙ୍କ ଗୁପ୍ତ ସେବାରେ ନିୟୋଜିତ ଅଛନ୍ତି। ପଟିଦିଅଁଙ୍କୁ ପ୍ରତିଦିନ ପୂଜା କରିବା ଲାଗି ସକାଳେ ଓ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଆସନ୍ତା ୨ ତାରିଖରେ ନବଯୌବନ ବେଶରେ ଶ୍ରୀଜୀଉ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।


All Right Reserved By Dharitri.Com

Posted inUncategorized View All

ସୁନା ଦର ୩୮ ହଜାର ନିକଟବର୍ତ୍ତୀ

ନୂଆଦିଲ୍ଲୀ,୮-୮: ଅନ୍ତର୍ଜାତୀୟ ଓ ଘରୋଇ ବଜାରରେ ସକାରାମତ୍କ ସଙ୍କେତ କାରଣରୁ ଦେଶର ସର୍ରାଫା ବଜାରରେ ବୁଧବାର ସୁନା ଦର ଆକାଶଛୁଅଁା ହୋଇଛି। ଘରୋଇ ବଜାରରେ ସୁନା...

ବେଆଇନ ବାଣ କାରଖାନା ଠାବ : ୧୦ହଜାର ଟଙ୍କାର ସାମଗ୍ରୀ ଜବତ, ଜେଲ୍‌ ଗଲେ ଅଭିଯୁକ୍ତ

ରୂପ୍‌ସା,୧୩।୧୦(ଡି.ଏନ.ଏ.)-ବେଆଇନ ଭାବେ ବାଣ ନିର୍ମାଣ ଓ ବିକ୍ରି ଉପରେ କଟକଣା ଲାଗୁ ହେବା ପରେ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଜିଲାର ବିଭିନ୍ନ ସ୍ଥାନରେ...

କ୍ୱାର୍ଟରଫାଇନାଲରୁ ଓହରିଲେ ଫେଡରର

ରୋମ୍‌,୧୮ା୫ (ଏ.ଏଫ୍‌.ପି.)-ଡାହାଣ ଗୋଡ଼ରେ ଆଘାତପ୍ରାପ୍ତ ଯୋଗୁ ବିଶ୍ୱର ୩ ନମ୍ବର ଖେଳାଳି ରୋଜର ଫେଡରର ଏଠାରେ ଚାଲିଥିବା ଇଟାଲିଆନ ଓପନ ଟେନିସ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲ...

ଧରିତ୍ରୀ ପ୍ରଭାବ: ଯୋରାଡବରାଠାରେ ବିଦ୍ୟୁତ୍‌ ସଂଯୋଗ କାମ ଆରମ୍ଭ

କର୍ଲାମୁଣ୍ଡା,୧୬।୭(ଡି.ଏନ.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରାବସ୍ତିଠାତେ ଗତ ଜୁନ ୧୫ ତାରିଖରେ ହୋଇଥିବା ଝଡତୋଫାନ ଯୋଗୁ ଟ୍ରାନ୍ସଫର୍ମର ପଡିଯାଇଥିଲା। ଦୀର୍ଘ ୨୮ ଦିନ ବିତିଥିଲେ...

ଟ୍ରେନ, ଷ୍ଟେଶନରେ କମିଛି ଫେରି ବିକ୍ରି

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଜିରୋ ଟଲରେନ୍ସ ନୀତିରେ ପୂର୍ବତଟ ରେଳପଥ ଷ୍ଟେଶନ ଓ ଟ୍ରେନରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲା ବିକ୍ରି ଉପରେ ଅଙ୍କୁଶ ଲଗାଯିବା ପରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର...

Leave a comment

Your email address will not be published. Required fields are marked *