୩ ମେଡିକାଲ କଲେଜର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ୩ଟି ମେଡିକାଲ୍‌ କଲେଜର ଏମ୍‌ବିବିଏସ୍‌ ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ମେଡିକାଲ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ଅନୁମୋଦନକ୍ରମେ ବୁର୍ଲା, କୋରାପୁଟ ଓ ବାରିପଦା ମେଡିକାଲ କଲେଜର ସିଟ୍‌ ସଂଖ୍ୟା ବୃଦ୍ଧି ପାଇଛି। ବୁର୍ଲା ମେଡିକାଲ କଲେଜରେ ପୂର୍ବରୁ ୧୫୦ ସିଟ୍‌ ରହିଥିବା ବେଳେ ତହିଁରେ ଅଧିକ ୫୦ ସିଟ୍‌ ବୃଦ୍ଧି ପାଇଛି। ଫଳରେ ସିଟ୍‌ ସଂଖ୍ୟା ୨ଶହରେ ପହଞ୍ଚିଛି। ସେହିଭଳି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପୂର୍ବରୁ ୧୦୦ ସିଟ୍‌ ଥିବା ବେଳେ ୨୫ସିଟ୍‌ ଓ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ମଧ୍ୟ ୨୫ ସିଟ୍‌ ବୃଦ୍ଧି ପାଇଛି। ଫଳରେ ଉଭୟ କଲେଜରେ ସିଟ୍‌ ସଂଖ୍ୟା ୧୨୫ରେ ପହଞ୍ଚିଛି।


All Right Reserved By Dharitri.Com

ସିଏଏକୁ ବିରୋଧ ଜାରି, ଲଗାତର ୫ଦିନ ଟ୍ରେନ୍‌ ବାତିଲ୍‌: ସ୍ଥିତି ସୁଧୁରିଲେ ଚାଲିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ, ଆସାମ ସମେତ କେତେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଚାଲିଥିବା ଆନ୍ଦୋଳନ ଓ ହିଂସା ଯୋଗୁ ଟ୍ରେନ୍‌...

ପୂର୍ବତନ ବିଧାୟକଙ୍କ କଲେଜ ଟପ୍ପର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭାପୁର,୬ା୭(ଡି.ଏନ୍‌.ଏ.): ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୬ଟି କଲେଜର +୨ କଳା ପରୀକ୍ଷାରେ ଏ ବର୍ଷ ଛାତ୍ରୀମାନେ ଟପ୍ପର ହୋଇଛନ୍ତି। ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଏହି...

ରବି ଧାନ ସଂଗ୍ରହଣ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକ: ୧୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର,୨୫।୬(ବ୍ୟୁରୋ)ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସୋମବାର ସଚିବାଳୟଠାରେ...

ଟ୍ରକ ଧକ୍କାରେ ମହିଳା ମୃତ, ରାସ୍ତାରୋକୋ

ଗୋପାଳପୁର/କନିଷି,୧୬ା୧୦(ଡି.ଏନ.ଏ.):୧୬ନଂ ଜାତୀୟ ରାଜପଥ ରଣ୍ଢାଛକ ନିକଟରେ ରାସ୍ତା ପାର ହେଉଥିବାବେଳେ ଟ୍ରକ ଧକ୍କାରେ ବୁଧବାର ଭୋର ପ୍ରାୟ ୫ଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ...

ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ: ପ୍ଲାଷ୍ଟିକ୍‌ ପରିବର୍ତ୍ତେ ଏଥର କଦଳୀ ବାସୁଙ୍ଗା ଡଙ୍ଗା

ଭୁବନେଶ୍ୱର/ପୁରୁଣା ଭୁବନେଶ୍ୱର, ୩୦ା୧୦(ବ୍ୟୁରୋ/ ଡି.ଏନ୍‌.ଏ.):କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆସନ୍ତା ୧୨ରେ ଦୟାନଦୀ ଲିଙ୍ଗିପୁର ଘାଟରେ ‘୮ମ ଦୟାନଦୀ ବୋଇତ ବନ୍ଦାଣ ଉସତ୍ବ’ ଅନୁଷ୍ଠିତ ହେବ। ଏଥିପାଇଁ...

ଏମ୍‌କେସିଜିରେ ନୋଡାଲ ଅଫିସର ପ୍ରଦୀପ୍ତ ମହାପାତ୍ର: ନିରାମୟ, ନିଦାନରେ ଅବ୍ୟବସ୍ଥା ଦେଖି ହେଲେ କ୍ଷୁବ୍ଧ

ବ୍ରହ୍ମପୁର ଅଫିସ୍‌,୨୮ା୧୧- ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗୁରୁବାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିଦର୍ଶନରେ କରିଛନ୍ତି। ରାଜ୍ୟ ସରକାରଙ୍କ...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୧୩।୯(ବ୍ୟୁରୋ): ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ୨୭ ଏବଂ ୨୮ ତାରିଖରେ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏନେଇ...

ବଦଳିଲା ପାଗ: ବଢ଼ିପାରେ ଶୀତ

ଭୁବନେଶ୍ୱର,୫।୨(ବ୍ୟୁରୋ): ପୁଣି ପାଗରେ ପରିବର୍ତ୍ତନ ଘଟିଛି। ବୁଧବାର ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ୨୪ ଘଣ୍ଟାରେ ତାଳଚେରରେ...

Leave a comment

Your email address will not be published. Required fields are marked *