Posted inଖେଳ

କୋପା ଆମେରିକା: କ୍ୱାର୍ଟରରେ ଚିଲି

ସାଲ୍‌ଭାଡର (ବ୍ରାଜିଲ),୨୨।୬(ଏଏଫ୍‌ପି): ଆଲେକ୍ସିସ ସାଞ୍ଚେଜଙ୍କ ଗୋଲ ବଳରେ ଚିଲି ୨-୧ ଗୋଲରେ ଇକ୍ୱେଡରକୁ ହରାଇ ଦେଇଛି। ବିଜୟ ସହ ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ପୂର୍ବତନ ଚାମ୍ପିୟନ ଚିଲି ପାଇଁ ମ୍ୟାଚ୍‌ର ୮ମ ମିନିଟ୍‌ରେ ଜୋସ ଫୁଏଞ୍ଜାଲିଡା ପ୍ରଥମ ଗୋଲ ଦେଇଥିଲେ। ହେଲେ ଇନ୍ନର ଭାଲେନସିଆଙ୍କ ଗୋଲ ଯୋଗୁ ଇକ୍ୱେଡର ମ୍ୟାଚ୍‌କୁ ବରାବର କରିଥିଲେ। ଏହାପରେ ୩୦ ବର୍ଷୀୟ ସାଞ୍ଚେଜ ୫୧ତମ ମିନିଟ୍‌ରେ ଗୋଲ ସ୍କୋର କରି ଦଳକୁ ୨-୧ ବ୍ୟବଧାନର ଅଗ୍ରଣୀ ଆଣି ଦେଇଥିଲେ। ଏଥିଯୋଗୁ କଲମ୍ବିଆ ଭଳି ଚିଲି ମାତ୍ର ଦୁଇଟି ମ୍ୟାଚ୍‌ ଖେଳି ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍‌ ସି’ରେ ଥିବା ଚିଲି ଦଳ ତା’ର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଉରୁଗୁଏକୁ ଭେଟିବ। ଅନ୍ୟପକ୍ଷରେ ଇକ୍ୱେଡରକୁ ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିବାକୁ ହେଲେ ରବିବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଜାପାନକୁ ନିଶ୍ଚିତ ହରାଇବାକୁ ପଡ଼ିବ।


All Right Reserved By

Posted inଖେଳ

ସାଂଘାଇ ଡାଇମଣ୍ଡ ଲିଗ୍‌: କୋଲମ୍ୟାନଙ୍କୁ ପଛରେ ପକାଇଲେ ଲାଇଲ୍ସ

ସାଂଘାଇ, ୧୮ା୫ (ଏଏଫ୍‌ପି)- ନୋଆ ଲାଇଲ୍ସ ଏଠାରେ ଚାଲିଥିବା ସାଂଘାଇ ଡାଇମଣ୍ଡ ଲିଗ୍‌ ୧୦୦ ମିଟର ରେସ୍‌ ଜିତିଛନ୍ତି। ଆମେରିକାର ଖ୍ରିଷ୍ଟିଆନ କୋଲମ୍ୟାନଙ୍କୁ ୦.୦୦୬ ସେକେଣ୍ଡ...

ପିସିବି କ୍ରିକେଟ କମିଟି ମୁଖ୍ୟଙ୍କ ଇସ୍ତଫା

କରାଚୀ,୨୦।୬(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ମୋହସିନ ହାସନ ଖାନ୍‌ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ର କ୍ରିକେଟ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର...

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆର ଚୟନକର୍ତ୍ତା

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-ଭାରତରେ ଫୁଟବଲର ସର୍ବାଙ୍ଗୀନ ବିକାଶ ପାଇଁ ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହନ ଦେବା ସହିତ କ୍ରୀଡ଼ାର ଅତ୍ୟାଧୁନିକ ଜ୍ଞାନକୌଶଳ...

ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ...

ଜୁଭେଣ୍ଟସ ଫେରିଲେ କିମ୍ବଦନ୍ତୀ ବଫନ

ରୋମ,୫।୭- ପୂର୍ବତନ ଇଟାଲିଆନ ଗୋଲକିପର ଗିଆନଲୁଇଗି ବଫନ ପ୍ୟାରିସ ସେଣ୍ଟ ଜର୍ମେନ (ପିଏସ୍‌ଜି) ସହ ଏକ ବର୍ଷୀୟା ଚୁକ୍ତି ଶେଷ କରିବା ପରେ ଜୁଭେଣ୍ଟସ କ୍ଲବକୁ...

ଆହତ ସମସ୍ୟାରୁ ମୁକ୍ତ ହେଲେ ଷ୍ଟୋଇନିସ

ନଟିଂହାମ,୧୯।୬(ପିଟି)- ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଏବେ ସମ୍ପୂର୍ଣ୍ଣ ଫିଟ୍‌। ଫଳରେ ଅଷ୍ଟ୍ରେଲିଆ ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। ସେ ଦଳ ପାଇଁ ବଳକା ଥିବା ମ୍ୟାଚ୍‌ଗୁଡ଼ିକରେ...

ନିରପେକ୍ଷ ଭେନ୍ୟୁ ପାଇଁ ଏଆଇଟିଏ ଅନୁରୋଧର କରିବ

ନୂଆଦିଲ୍ଲୀ,୮।୮(ପି.ଟି.)- ଜମ୍ମୁ- କଶ୍ମୀରରେ ଧାରା ୩୭୦ର ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଫଳରେ ପାକିସ୍ତାନ...

ରାଇନାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର

ଆମଷ୍ଟରଡାମ୍‌, ୧୦ା୮ (ପି.ଟି.)-ନେଦରଲାଣ୍ଡ୍ସର ଆମଷ୍ଟରଡାମ୍‌ରେ ଶୁକ୍ରବାର ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କର ଆଣ୍ଠୁରେ ସଫଳତାର ସହିତ ଅସ୍ତ୍ରୋପଚାର ହୋଇଛି। ତାଙ୍କୁ ଫିଟ୍‌ ହେବାଲାଗି ୪ରୁ ୬...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *