Posted inଜାତୀୟ

ଗୋଟିଏ ମିନିଟ୍‌ରେ ୬ହଜାର ୫ ଶହ ଗଛ ଲଗାଇ ଇତିହାସ ରଚିଲା ତ୍ରିପୁରା

ଅଗରତାଲା,୨୨।୬: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଉପସ୍ଥିତିରେ ଚାଲିଥିବା ବୃକ୍ଷରୋପଣ ଅଭିଯାନରେ ଗୋଟିଏ ମିନିଟ୍‌ରେ ପ୍ରାୟ ୬ ହଜାର ୫ ଶହ ବୃକ୍ଷରୋପଣ କରି ତ୍ରିପୁରା ଇତିହାସ ରଚିଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ତ୍ରିପୁରାବାସୀ ଓ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତ୍ରିପୁରାକୁ ସବୁଜ ପ୍ରଦେଶ ବନାଇବାରେ ଏହା ବେଶ୍‌ ସହାୟକ ହେବ ବୋଲି ସେ କହିଛନ୍ତି। ଦିନକୁ ଦିନ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଥିବାରୁ ସମସ୍ତେ ଗଛଟିଏ ଲଗାଇବା ଜରୁରୀ ବୋଲି ସେ କହିଛନ୍ତି। ସେଥିପାଇଁ ତ୍ରିପୁରା ସରକାର ଏହି ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ରାସ୍ତା କଡରେ ରହୁଥିବା ପାଖାପାଖି ୨ଲକ୍ଷ ଲୋକଙ୍କ ଘର ବାହାରେ ଗଛ ଲଗାଇଲେ ମାସକୁ ୨ଶହ ଟଙ୍କା ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଶନିବାର ତ୍ରିପୁରାର ଗୋମତି ଜିଲାରେ ପ୍ରଶାସନ ଓ ବନ ବିଭାଗ ସହଯୋଗରେ ବନ ମହୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଯୋଗ ଦେଇ ଗଛର ଉପକାରିତା ଓ ବୃକ୍ଷରୋପଣ ଭଳି ନୂଆ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏଥିରେ ବନ ବିଭଗର ବହୁ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ।


All Right Reserved By Dharitri.Com

ସାମ୍ନାକୁ ଆସିଲା ରାମମନ୍ଦିର ଟ୍ରଷ୍ଟର ପ୍ରଥମ ସଦସ୍ୟଙ୍କ ନାମ

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଉତ୍ତରପ୍ରଦେଶ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଗଠିତ ହୋଇଥିବା ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟରେ ୧୫ଜଣ ଟ୍ରଷ୍ଟି ରହିବେ। ବୁଧବାର...

ବିବାହର ୧୦ ଦିନ ପରେ ସୀମାକୁ ଯାଇଥିଲେ ପୁଅ: ଫେରିଲେ କଫିନରେ ମୃତଦେହ ହୋଇ

ଡେରାଡୁନ,୨୫।୭: ବିବାହର ୧୦ ଦିନ ପରେ ସୀମାକୁ ଯାଇଥିବା ପୁଅ ଫେରିଛି ସତ ହେଲେ ଦୀର୍ଘ ୨୦ ବର୍ଷ ହେଲା ମା’ ଆଖିରୁ ଲୁହ ଶୁଖିନି।...

ପୁଣି ଇସ୍ରୋକୁ ସଫଳତା: ଚନ୍ଦ୍ରର ପଞ୍ଚମ କକ୍ଷକୁ ପ୍ରବେଶ କଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ, ୧।୯: ଭାରତୀୟ ମହାକାଶ ସଂସ୍ଥା ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳିଚାଲିଛି। ଚନ୍ଦ୍ରର ପଞ୍ଚମ କକ୍ଷକୁ ପବେଶ କରିଛି ଚନ୍ଦ୍ରଯାନ-୨। ରବିବାର ସନ୍ଧ୍ୟା...

ମାଇନସ୍‌ ୪୦ ଡିଗ୍ରୀରେ ତ୍ରିରଙ୍ଗା ଉଡାଇଥିଲେ ସହକାରୀ ସେନାଧ୍ୟକ୍ଷ ହୁନ୍‌

ଚଣ୍ଡିଗଡ଼,୭।୧: ୧୯୮୪ରେ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ‘ଅପରେଶନ ମେଘଦୂତ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସହକାରୀ ସେନାଧ୍ୟକ୍ଷ(ଅବସରପ୍ରାପ୍ତ) ଜେନରାଲ ପିଏନ୍‌ ହୁନ୍‌ଙ୍କର ସୋମବାର ସନ୍ଧ୍ୟାରେ...

ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବାସ ଭବନ ସୁରକ୍ଷା ପାଇଁ ୨୫ ଲକ୍ଷ ଖର୍ଚ୍ଚ କରିବେ ରାଜ୍ୟ ସରକାର

ହାଇଦ୍ରାବାଦ୍‌,୨୩।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀଙ୍କ ବାସ ଭବନ ସୁରକ୍ଷା ପାଇଁ ୨୪ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରାଯାଇଛି। ରାଜ୍ୟ ସରକାରଙ୍କ...

ଭାଜପା ସରକାରକୁ ଟାର୍ଗେଟ କଲା ଶିବସେନା: ଅହମଦାବାଦରେ ନମସ୍ତେ, ଦିଲ୍ଲୀରେ ହିଂସା

ମୁମ୍ବାଇ,୨୬।୨: ଦିଲ୍ଲୀରେ ଜାରି ରହିଥିବା ହିଂସା ନେଇ ଶିବସେନା ଭାଜପା ସରକାରକୁ ଟାର୍ଗେଟ କରାଯାଇଛି। ଅହମଦାବାଦରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକରି ଭାଜପା ସରକାର ବାହାବା ନେବାକୁ...

ଶପଥ ଗ୍ରହଣ ଉତ୍ସବରେ ବିମ୍‌ଷ୍ଟେକ୍‌ ନେତା

ନୂଆଦିଲ୍ଲୀ,୩୦ା୫:(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ବିମ୍‌ଷ୍ଟେକ୍‌ (ବେ ଅଫ୍‌ ବେଙ୍ଗଲ୍‌ ଇନିସିଏଟିଭ୍‌ ଫର ମଲ୍ଟି-ସେକ୍ଟରାଲ ଟେକ୍‌ନିକାଲ ଆଣ୍ଡ ଇକୋନୋମିକ୍‌ କୋଅପରେଶନ)ର ସଦସ୍ୟ...

ଖାଲକୁ ଖସିଲା ସ୍କୁଲ ବସ୍‌: ୭ ମୃତ

ଡେରାଡୁନ,୬।୮: ଉତ୍ତରାଖଣ୍ଡର ଟିହିରି ଗଡଓ୍ବାଲରେ ମଙ୍ଗଳବାର ସକାଳୁ ଏକ ସ୍କୁଲ ଭ୍ୟାନ୍‌ ଖାଲକୁ ଖସି ପଡିବା ଫଳରେ ୭ ଶିଶୁଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ...

Leave a comment

Your email address will not be published. Required fields are marked *