ଭାଜପା-ବିଜେଡି ଉପରେ କଳି, ଭିତରେ କୋଳାକୋଳି: କଂଗ୍ରେସ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟ ସଭାର ୩ ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଗୋଟିଏ ଆସନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କାରଣ ହେଲା ଭାଜପା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରି ରାଜ୍ୟ ସଭାକୁ ପଠାଇବା। ଏ ନେଇ ଭାଜପା ଓ ବିଜେଡି ନେତାମାନେ ମଧ୍ୟ ଟେର ପାଇ ନ ଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି। ଭାଜପା ଓ ବିଜେଡି ଉପରେ ଉପରେ କଳି, ଭିତରେ ଭିତରେ କୋଳାକୋଳି ହେଉଛନ୍ତି। ଉଭୟଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ବୋଲି ସ୍ପଷ୍ଟ ହୋଇଯାଇଛି। ତେବେ ଏହି ଡିଲ୍‌ ପଛରେ କି ରହସ୍ୟ ରହିଛି ବୋଲି କଂଗ୍ରେସ ମୁଖପାତ୍ର ସତ୍ୟ ପ୍ରକାଶ ନାୟକ ଶନିବାର ପ୍ରଶ୍ନ କରିଛନ୍ତି।

ପ୍ରକାଶଯୋଗ୍ୟ, ବରିଷ୍ଠ ଭାଜପା ନେତା ଦାମୋଦର ରାଉତ ଶନିବାର ପରୋକ୍ଷରେ ବିଜେଡିକୁ ସମାଲୋଚନା କରିଛନ୍ତି। ଦାମ କହିଛନ୍ତି, ଭାଜପା ରାଜ୍ୟରେ ଡବଲ୍‌ ଇଞ୍ଜିନ ହେଉ ବୋଲି ଚାହୁଁଥିଲା। ହେଲେ ଭୋଟ ବେଳେ ତାହା ପ୍ରତିଫଳିତ ହୋଇ ନ ଥିଲା। ମାତ୍ର ନିର୍ବାଚନ ପରେ ଡବଲ ଇଞ୍ଜିନ ହୋଇଗଲା ବୋଲି ସେ କହିଛନ୍ତି। ସେହିଭଳି ଅଶ୍ୱିନୀ ଜଣେ ଭଲ ଦକ୍ଷତା ସମ୍ପନ୍ନ ବ୍ୟକ୍ତି। ଦିଲ୍ଲୀରେ ତାଙ୍କର ଭଲ ଲବି ରହିଛି। ଏଥିପାଇଁ ଭାଜପା ତାଙ୍କୁ ପ୍ରାର୍ଥୀ କରିଛି। ବିଜେଡି ସହ ତାଙ୍କର ଭଲ ସମ୍ପର୍କ ମଧ୍ୟ ଅଛି। ଉଭୟ ଦଳ ନିଜର ଫାଇଦା ପାଇଁ ଅଶ୍ୱିନୀଙ୍କୁ ସମର୍ଥନ ଦେଇଛନ୍ତି ବୋଲି ଦାମ ମତ ରଖିଛନ୍ତି।


All Right Reserved By

ମତ୍ସ୍ୟଜେଟି ମୁହାଣ ଖନନ ଦାବିରେ ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ

ଛତ୍ରପୁର,୨୭।୭(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଗୋପାଳପୁର ପୋର୍ଟ ପରିସରରେ ଥିବା ମତ୍ସ୍ୟଜେଟିର ମୁହାଣ ଖନନ ଦାବିରେ ଶନିବାର ମତ୍ସ୍ୟଜୀବୀଙ୍କ ପକ୍ଷରୁ ଧାରଣା ଦିଆଯିବା ସହ ଆନ୍ଦୋଳନ ଆରମ୍ଭ...

ସ୍କୁଲ ଛୁଟି ଅବଧି ବଢ଼ିବା ଖବର ଗୁଜବ: ଗଣଶିକ୍ଷା ସଚିବ

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ସ୍କୁଲ ଛୁଟି ବଢ଼ିନି। ଛୁଟି ଅବଧି ବଢ଼ିବା ନେଇ ଗଣଶିକ୍ଷା ବିଭାଗ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏଭଳି ଖବର ଗୁଜବ...

ତାଳକଣି ଗାଁରେ ବାଘ ଆତଙ୍କ

ରଣପୁର,୧୧।୮(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ବନବିଭାଗ ଅନ୍ତର୍ଗତ ତାଳକଣି ଗାଁରେ ଶନିବାର ବାଘ ଆତଙ୍କ ସୃଷ୍ଟି ହୋଇଛି। ଗ୍ରାମ ନିକଟସ୍ଥ ଛାଟକୁମ୍ଭ ପାହାଡ ପାଖ ମଇଁଷି ଖୋଲ...

ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ: ସିଧାସଳଖ ଲୋକଙ୍କୁ ଫୋନ୍‌ କରି ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ମହାସମାରୋହ ପାଳନ କରାଯାଇଛି। ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ...

ଢେଙ୍କାନାଳରେ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାରକୁ ୨୫ ହଜାର ଟଙ୍କା ସହାୟତା, ମିଲ୍‌ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ଜିଲାପାଳ

ଢେଙ୍କାନାଳ ଅଫିସ,୯।୬: ଢେଙ୍କାନାଳ ସହର ଅଳସୁଆ ହାଟ ନିକଟରେ ଥିବା ପରିତ୍ୟକ୍ତ ରାଇସ୍‌ ମିଲ୍‌ ପାଚେରି ଭୁଶୁଡ଼ି ପଡ଼ିବାରୁ ରବିବାର ୪ ଜଣଙ୍କ ମୃତ୍ୟୁ ଘଟିଥିଲା।...

ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ...

ମୌସୁମୀ ଦୁର୍ବଳ, ୯ ଯାଏ କାଁ ଭାଁ ବର୍ଷା

ଭୁବନେଶ୍ୱର,୫।୭(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବହୀନ ରହିଛି। ଆକାଶ ମେଘାଚ୍ଛନ୍ନ ରହୁଥିଲେ ମଧ୍ୟ କାଁ ଭାଁ ବର୍ଷା ହେଉଛି। ଆସନ୍ତା ୯ ତାରିଖ...

ପ୍ରାକୃତିକ ବିପର୍ଯ୍ୟୟଠାରୁ ବଳିଯାଉଛି ସଡ଼କ ଦୁର୍ଘଟଣା

ଭୁବନେଶ୍ୱର, ୯।୭ (ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାର କାରଣ ହୋଇଛି। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏପରି କି ଏହା ପ୍ରାକୃତିକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *