ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ ତଳର ବୋଲି ସେ କହିଛନ୍ତି। ହେଲେ ଏଭଳି ଅଭିଯୋଗକୁ ମିଥ୍ୟା କହି ଖଣ୍ଡନ କରିଛନ୍ତି ଟ୍ରମ୍ପ। ଇ ଜିନ କ୍ୟାରୋଲ ନାମକ ଉକ୍ତ ଲେଖିକା ତାଙ୍କର ଏକ ପୁସ୍ତକରେ ଏହା ଉଲ୍ଲେଖ କରିଛନ୍ତି। ଯାହା ନ୍ୟୁୟର୍କ ମାଗାଜିନର ଓ୍ବେସାଇଟରେ ପ୍ରକାଶ ପାଇଛି। ତେବେ ୧୯୯୦ରେ ଏକ ଡ୍ରେସିଂ ରୁମରେ ତାଙ୍କ ସହ ଟ୍ରମ୍ପ ଏଭଳି ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏକା ଟ୍ରମ୍ପ ନୁହେଁ ଏଥିରେ ଆଉ କେତେଜଣ ମଧ୍ୟ ସାମିଲ ଅଛନ୍ତି।


All Right Reserved By Dharitri.Com

ମୃତ୍ୟୁ ଏଠି ଅପରାଧ

ବିଶ୍ୱରେ କିଛି ଦେଶ ଅଛି, ଯେଉଁଠି ଇଚ୍ଛାମୃତ୍ୟୁକୁ ମିଳିଛି ଆଇନଗତ ସ୍ବୀକୃତି। ହେଲେ ଏମିତି ଦେଶ ଅଛି, ଯେଉଁଠି ମୃତ୍ୟୁକୁ ଅପରାଧ ବୋଲି ବିବେଚନା କରାଯାଏ।...

ମସୁଦ୍‌ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବ ଜାତିସଂଘ: ଚାଇନା ଭିଟୋ ଅଧିକାର ନେବ ଫେରାଇ

ଓ୍ବାଶିଂଟନ, ୧।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏବେ ଆଉ କୌଣସି ବାଧା ନାହିଁ।...

କରୋନା ସଂକ୍ରମିତ ପେଟେଇ ଶୋଇଲେ ନିଶ୍ୱାସପ୍ରଶ୍ୱାସ ନେବା ହେବ ସ୍ବାଭାବିକ !

ବେଜିଂ,୨୮।୩: କରୋନା ଭୂତାଣୁ ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇତିମଧ୍ୟରେ ପୃଥିବୀର ୧୯୫ ଦେଶରେ କରୋନା ସଂକ୍ରମିତ ହୋଇସାରିଛି। ଗୁରୁତର କରୋନା ସଂକ୍ରମିତ...

ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ କାର୍ଯ୍ୟାଳୟରେ ଆକ୍ରମଣ:୨୦ ମୃତ

କାବୁଲ୍‌,୩୦ା୭(ପି.ଟି.)-ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ଗ୍ରୀନଟ୍ରେଣ୍ଡ କାର୍ଯ୍ୟାଳୟ ଉପରେ ରବିବାର ଆକ୍ରମଣ ହୋଇଛି। ଏଥିରେ ୨୦ ନିହତ ହେବା ସହ ୫୦ ଜଣ...

ମୋଦିଙ୍କ ବିରୋଧରେ ସ୍ବର ନ ଉଠାଇବାକୁ ଇମ୍ରାନଙ୍କୁ କହିଲେ ମୁସଲମାନ ଦେଶ

ଇସ୍‌ଲାମାବାଦ,୧୬।୯: ବିଶ୍ୱର ପ୍ରଭାବଶାଳୀ ମୁସଲମାନ ଦେଶ ପାକିସ୍ତାନକୁ ଭାରତ ବିରୋଧରେ ସ୍ବର ଉଠାଇବାକୁ ବାରଣ କରିଛନ୍ତି। ସେମାନେ କହିଛନ୍ତି ଭାରତ ବିରୋଧରେ କହିବା ଅପେକ୍ଷା ଭାରତ...

ରୁଷରେ ମିଳିଲା ୮୦ କୋଟି ବର୍ଷ ତଳର ବିଶେଷ ଧରଣର ହୀରା

ମସ୍କୋ,୬।୧୦: ହୀରା ସର୍ବଦା ମୂଲ୍ୟବାନ ହୋଇଥିବା ବେଳେ ତା’ର ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ ହୀରା ପ୍ରେମୀଙ୍କ ପାଇଁ ଏକ ଖୁସି ଖବର। ରୁଷର...

ଆଇନ ହେଲା ବ୍ରେକ୍‌ଜିଟ ଚୁକ୍ତି

ଲଣ୍ଡନ,୨୫ା୧(ଆଇଏଏନ୍‌ଏସ୍‌): ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନଙ୍କ ବ୍ରେକ୍‌ଜିଟ ଚୁକ୍ତି ସମସ୍ତ ପାର୍ଲମେଣ୍ଟାରୀ ପ୍ରତିବନ୍ଧକ ଅତିକ୍ରମ କରି ରାଣୀଙ୍କ ମଞ୍ଜୁରୀ ପାଇବା ପରେ ଆଇନରେ ପରିଣତ ହୋଇଛି।...

ଆଫଗାନିସ୍ତାନ ସଂଘର୍ଷରେ ଗୋଟିଏ ମାସରେ ୧୫ଶହ ନାଗରିକ ମୃତ

କାବୁଲ,୩।୮: ଆଫଗାନିସ୍ତାନ ସଂଘର୍ଷକୁ ନେଇ ଏବେ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା...

Leave a comment

Your email address will not be published. Required fields are marked *