ରିୟାଙ୍କ ପ୍ରେମରେ ଉବୁଟୁବୁ ସୁଶାନ୍ତ, ହେଲେ କହୁଛନ୍ତି ‘ସେ ମୋର ଭଲ ବନ୍ଧୁ’

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ବ୍ରେକ୍‌ଅପ୍‌ ପରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ କୁଆଡ଼େ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପଡ଼ିଛନ୍ତି। କଥାଟିକୁ ଉଭୟ ସ୍ପଷ୍ଟ କରି ନ ଥିଲେ ସୁଦ୍ଧା ଦୁହେଁ ଏକାଠି ଅଧିକ ସମୟ ବିତାଉଛନ୍ତି। ଅନେକ କାର୍ଯ୍ୟକ୍ରମରେ ସେମାନଙ୍କୁ ଏକତ୍ର ଦେଖାଯାଉଛି। ଏବେ ସେମାନେ ଲଦାଖରେ ଛୁଟି କଟାଉଥିବା ଜଣାପଡ଼ିଛି। ନିଜର ଇନ୍‌ଷ୍ଟା ପୃଷ୍ଠାରେ ଉଭୟ ସମାନତା ଥିବା ଫଟୋ ଶେୟାର କରିବା ପରେ ରିୟାଙ୍କ ପ୍ରେମରେ ସୁଶାନ୍ତ ଉବୁଟୁବୁ ହେଉଥିବାକୁ ନେଇ ଚର୍ଚ୍ଚା ଜୋର ଧରିିଛି।

ଅପରପକ୍ଷେ ସୁଶାନ୍ତଙ୍କ ସହ ଯେକୌଣସି ଅଭିନେତ୍ରୀଙ୍କ ନାମ ଯୋଡ଼ାଯିବା କିଛି ନୂଆ କଥା ନୁହେଁ। ସେ ଯେଉଁ ବି ଚଳଚ୍ଚିତ୍ରରେ କାମ କରିଛନ୍ତି, ତାହାର ନାୟିକାଙ୍କ ସହ ତାଙ୍କ ନାମକୁ ଯୋଡ଼ାଯାଇଛି। ପୂର୍ବରୁ କ୍ରିତିଙ୍କ ବ୍ୟତୀତ ତାଙ୍କ ନାଁ ସାରା ଅଲ୍ଲି ଖାନ୍‌ଙ୍କ ସହ ଯୋଡ଼ା ଯାଇସାରିଛି। ହେଲେ ଏ ସମ୍ପର୍କରେ ସୁଶାନ୍ତଙ୍କୁ ପଚାରାଯିବାରୁ ସେଭଳି କିଛି ନୁହେଁ ବୋଲି ସଫେଇ ଦିଅନ୍ତି। ଏବେ ମଧ୍ୟ ରିୟା ତାଙ୍କର ବହୁତ ଭଲ ସାଙ୍ଗ ବୋଲି ସେ କହୁଛନ୍ତି। ତେବେ ସୁଶାନ୍ତ ଏବେ ଶ୍ରଦ୍ଧା କପୁରଙ୍କ ସହ ‘ଛିଛୋରେ’ ଫିଲ୍ମରେ କାମ କରୁଛନ୍ତି। ସେହିଭଳି ରିୟା ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଚେହେରେ’ରେ କାମ କରୁଛନ୍ତି।


All Right Reserved By Dharitri.Com

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

ରାନୁଙ୍କ କଥା ଶୁଣି ଏବେ ଚିଡ଼ିଲେଣି ହିମେଶ

ମୁମ୍ବାଇ: ଏକଦା କଲିକତା ରାଣୀଘାଟ ଷ୍ଟେଶନରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କର ଗୀତ ଗାଇ ରାତାରାତି ପ୍ରସିଦ୍ଧି ଲାଭ କରିଥିବା ରାନୁ ମଣ୍ଡଳଙ୍କୁ ନେଇ ସୋସିଆଲ...

ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର...

ଅନୁରାଗଙ୍କ ଫିଲ୍ମ ‘ଲୁଡୋ’ରେ ଅଭିଷେକ, ରିଲିଜ ହେଲା ପ୍ରଥମ ପୋଷ୍ଟର

ବମ୍ବେ: ‘ଜଗ୍ଗା ଜାସୁସ’ ପରେ ପୁଣି ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ଅନୁରାଗ ବାସୁ। ଅଭିନେତା ଅଭିଷେକ ବଚ୍ଚନ, ରାଜକୁମାର ରାଓ ଏଥିରେ...

ରଣବୀରଙ୍କ ନାୟିକା ସାଜିବେ ଶାଳିନୀ

ବମ୍ବେ: ନିଜର ଆଗାମୀ ଚଳଚ୍ଚିତ୍ରରେ ଜଣେ ଦକ୍ଷିଣ ଭାରତୀୟ ହିରୋଇନ୍‌ଙ୍କ ସହ ରୋମାନ୍ସ କରିବେ ରଣବୀର ସିଂହ। ଫିଲ୍ମ ‘ଜୟେଶଭାଇ ଜୋରଦାର୍‌’ରେ ଅଭିନେତ୍ରୀ ଶାଳିନୀ ପାଣ୍ଡେଙ୍କ...

ରଣବୀରଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ନାୟକ ରଣବୀର କପୁରଙ୍କ ରିଲେସନଶିପକୁ ନେଇ କିଛିଦିନ ହେବ ଚର୍ଚ୍ଚା ହେଉଛି। ନିକଟରେ ଉଭୟଙ୍କ ବିବାହକୁ...

ଅଭିନେତ୍ରୀ ଅମୃତାଙ୍କ ସହ ଥିଲା ରବି ଶାସ୍ତ୍ରୀଙ୍କ ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀଙ୍କ ସହ କ୍ରିକେଟ୍‌ ଖେଳାଳୀଙ୍କ ସମ୍ପର୍କ କିଛି ନୂଆ କଥା ନୁହେଁ। ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳୀ ଅଭିନେତ୍ରୀଙ୍କୁ ପ୍ରେମ କରି...

ରାଗିଗଲେ ରାକ୍ଷୀ

ବମ୍ବେ: ରାଗିଗଲେ ବଲିଉଡ୍‌ର ଆଇଟମ୍‌ ଗର୍ଲ ରାକ୍ଷୀ ସାଓ୍ବନ୍ତ। ଭାବୁଥିବେ କାରଣ କ’ଣ। ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ର ଶେହନାଜ୍‌ ଗିଲଙ୍କୁ ‘ପଞ୍ଜାବର ରାକ୍ଷା ସାଓ୍ବନ୍ତ’...

Leave a comment

Your email address will not be published. Required fields are marked *