ଭାଜପାରେ ଯୋଗଦେଲେ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଶନିବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଭାଜପା ରାଜ୍ୟ ସଭାପତି ତଥା କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ପୂର୍ବତନ ଆଇଏଏସ୍‌ ଅଫିସର ତଥା ବରିଷ୍ଠ ପ୍ରଶାସକ ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ବିଜେଡି ସମର୍ଥନ କରିବ ବୋଲି ଶୁକ୍ରବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ରାଜ୍ୟରେ ଖାଲିଥିବା ୩ଟି ରାଜ୍ୟ ସଭା ଆସନ ମଧ୍ୟରୁ ଭାଜପାରୁ ଜଣେ ପ୍ରାର୍ଥୀ ଓଡ଼ିଶାରୁ ନିର୍ବାଚିତ ହେବେ। ତାଙ୍କ ପ୍ରାର୍ଥିତ୍ୱକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।


All Right Reserved By Dharitri.Com

ଭୁବନେଶ୍ୱରରେ ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ: ସଫେଇ କର୍ମଚାରୀଙ୍କୁ ସୁବିଧା ମିଳୁ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ ମନହର ବଲ୍‌ଜିଭାଇ ଜାଲା ମଙ୍ଗଳବାର ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଅପରାହ୍ନରେ ତାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର...

ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ...

ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କ ପରଲୋକ

ଧାମନଗର,୨୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ୭୮ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ...

ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନର ସ୍ବାସ୍ଥ୍ୟ ମନ୍ତ୍ରୀ ସହ ଆଲୋଚନା: ସମସ୍ୟା ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଭୁବନେଶ୍ୱର, ୨୪।୧୦(ବ୍ୟୁରୋ): ଘରୋଇ ମେଡିକାଲ ଓ ନର୍ସିଂହୋମ୍‌ ପ୍ରତିଷ୍ଠାନଗୁଡ଼ିକର ଏକ ପ୍ରତିନିଧି ଦଳ ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କୁ...

ଦୃଷ୍ଟିହୀନ ଯୋଗୁ ଭିଡ଼ରେ ଶ୍ରୀମନ୍ଦିର ଯାଇପାରିଲେନି: ମାର୍କେଟ ଛକରେ ଶ୍ରୀଜୀଉଙ୍କୁ ଦୁଃଖ ଜଣାଇଲେ ପ୍ରକାଶ

ପୁରୀ ଅଫିସ, ୨ା୧ : ବହୁତ ଆଶା ନେଇ ଶ୍ରୀକ୍ଷେତ୍ର ଆସିଥିଲି। ପୂର୍ବରୁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି ଯେ, ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ଓ ଦିବ୍ୟାଙ୍ଗମାନଙ୍କ ଲାଗି...

ପୋଲିସର ଜୁଆଖେଳ ଭିଡିଓ ଭାଇରାଲ, ନିଲମ୍ବିତ କଲେ ଏସ୍‌ପି

ବୁଗୁଡା,୧୦ା୧୦(ଡି.ଏନ.ଏ.)- ପରମ୍ପରା ନଁାରେ ପାର୍ବଣରେ ଚାଲିଛି ଜୁଆଖେଳ। ସର୍ବସ୍ବ ହରାଉଛନ୍ତି ଜୁଆଡି। ଏହା ଉପରେ ରୋକ ଲଗାଇବାକୁ ବିଭିନ୍ନ ସମୟରେ ପୋଲିସ ଚଢାଉ କରି ଲକ୍ଷାଧିକ...

ବିଜେପୁର ଉପନିର୍ବାଚନ:ଆଜି ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ

ଭୁବନେଶ୍ୱର,୨୫-୯(ବ୍ୟୁରୋ):ବିଜେପୁର ଉପନିର୍ବାଚନ ନେଇ ସବୁ ଦଳ ପକ୍ଷରୁ ପ୍ରସ୍ତୁତି ଜୋର୍‌ଦାର ଆରମ୍ଭ କରାଯାଇଛି। ନାମାଙ୍କନ ଦାଖଲ ପାଇଁ ଆସନ୍ତା ୩୦ ଶେଷ ତାରିଖ ଥିବାବେଳେ ଏହା...

ଆଉ ୨ ଦିନ ଘନ କୁହୁଡ଼ି: ୟେଲୋଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଅଧିକାଂଶ ସ୍ଥାନରେ ପାରଦ ୧୨ ଡିଗ୍ରୀ ସେଲସିୟସ ଉପରେ ରହିଛି। କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦...

Leave a comment

Your email address will not be published. Required fields are marked *