Posted inUncategorized

ବାରକୋଟ୍‌ରୁ କଲରାପତରିଆ ବାଘଛାଲ ଜବତ: ଏସ୍‌ଟିଏଫ୍‌ ଜାଲରେ ର଼୍ୟାକେଟର ୩ ସଦସ୍ୟ

ଭୁବନେଶ୍ୱର, ୨୨ା୬(ବ୍ୟୁରୋ): ବାଘଛାଲ ଚୋରା ଚାଲାଣ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌)। ବୁଧବାର ବିଳମ୍ବିତ ରାତିରେ ଏସ୍‌ଟିଏଫ ପକ୍ଷରୁ ଦେବଗଡ଼ ଜିଲା ବାରକୋଟ୍‌ ଅଞ୍ଚଳରେ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ମୂଲ୍ୟର କଲରାପତରିଆ ବାଘଛାଲ ଜବତ କରାଯିବା ସହ ଏହି ର଼୍ୟାକେଟର ୩ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ସୁନ୍ଦରଗଡ ଜିଲାର ଶଚୀକାନ୍ତ ନାୟକ, ଦେବଗଡ଼ ଜିଲାର ଜଗନସନ ବେହେରା ଏବଂ ରମଣୀସେନ ବେହେରା। ଏସ୍‌ଟିଏଫ୍‌ ଏସ୍‌ପି ରାହୁଲ ପି.ଆର୍‌.ଙ୍କ ସୂଚନା ଅନୁଯାୟୀ, ଦେବଗଡ ଜିଲା ବାରକୋଟ୍‌ ଅଞ୍ଚଳରେ ବାଘଛାଲ କାରବାର ନେଇ ଯୋଜନା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ବୁଧବାର ଏସ୍‌ଟିଏଫ୍‌ର ଦୁଇଟି ଟିମ୍‌ ଦେବଗଡ ଜିଲା ଅଭିମୁଖେ ବାହାରି ଥିଲା। ବିଳମ୍ବିତ ରାତିରେ ବାରକୋଟ୍‌ ଅଞ୍ଚଳର ଏକ ଘରେ ଡିଲ୍‌ ଚାଲିଥିବାବେଳେ ଗୋଟିଏ ଟିମ୍‌ ଚଢାଉ କରିଥିଲା। ସେଠାରେ ୩ଜଣଙ୍କ ନିକଟରୁ କଲରାପତରିଆ ବାଘଛାଲ ଜବତ କରିବା ସହ ସେମାନଙ୍କୁ ଗିରଫ କରିଥିଲା। ଜେରାବେଳେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ, ସ୍ଥାନୀୟ ଅଞ୍ଚଳରୁ ବାଘଛାଲ କିଣିବା ପରେ ଅନ୍ତର୍ଜାତୀୟ ମାର୍କେଟକୁ ଚୋରାରେ ବିକ୍ରି କରିବାର ଯୋଜନା ରଖିଥିଲେ। ଏହି ଘଟଣାରେ କେଉଁମାନେ ଫାଇନାନ୍ସର, ମିଡିଲମ୍ୟାନ ଏବଂ ଏଜେଣ୍ଟ ସେନେଇ ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା ପରେ କୋର୍ଟ ଚାଲାଣ କରାଯିବ। ସେହିପରି ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ରାହୁଲ କହିଛନ୍ତି। ରାଜ୍ୟରେ ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ସଂଖ୍ୟା ବଢିବା ସହ ବାଘଛାଲ ଓ ହାତୀଦାନ୍ତ ଆଦି ଚୋରା କାରିବାର ବୃଦ୍ଧିପାଇବାରେ ଲାଗିଛି। ଗତ ୬ମାସରେ ୫ଥର ବାଘଛାଲ ଜବତ ହେବା ଘଟଣା ଏହାକୁ ସ୍ପଷ୍ଟ କରୁଛି। ଏ ନେଇ ପରିବେଶବିତ୍‌ ଏବଂ ବନ୍ୟପ୍ରାଣୀପ୍ରେମୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଫଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ରାଜ୍ୟ ଜଙ୍ଗଲ ବିଭାଗ ଉପରକୁ ଅଙ୍ଗୁଳି ଉଠିଛି।


All Right Reserved By Dharitri.Com

Posted inUncategorized View All

‘ଉନ୍ନତିମୂଳକ କାର୍ଯ୍ୟ କରିବାରେ ନାଲ୍‌କୋ ଆଗୁଆ’

ବଅଁରପାଳ,୯ା୧(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋର ୪୦ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମିନା ବଜାର ପଡିଆଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଇନ୍‌କମ ଟାକ୍ସ...

ଭାଜପାକୁ କେଜରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୪।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି। ମଙ୍ଗଳବାର ଏଏପି...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି।...

ଦୀପକ ପୁନିଆ ନଂ ୧ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ,୨୭।୯(ପିଟି): ନିକଟରେ ଶେଷ ହୋଇଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ଜିତିଥିବା ଦୀପକ ପୁନିଆ ୮୬ କେଜି ଓଜନ ବର୍ଗର ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ...

ପଞ୍ଚାୟତ ସ୍ତରରେ ଖୋଲିଲା ସଙ୍ଗରୋଧ କେନ୍ଦ୍ର

କେନ୍ଦୁଝର, ୨୯ା୩(ସ୍ବ.ପ୍ର.)- ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ କେନ୍ଦୁଝର ଜିଲା ସଦର ବ୍ଲକର ୨୫ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଛି। ଏନେଇ ପଦ୍ମପୁର ଗୋଷ୍ଠୀ...

୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍‌ରେ ଭାଗନେବ ଭାରତ

ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ।...

ରୋଗ ରୋକିଦେଲା ରୋଜଗାର

(ଦିନେଶ ଦେହୁରୀ) ବନ୍ତଳା,୧୬ା୫ – ବାଳୁତରୁ ଆସି ପାକଳ ହେଲୁଣି, ହେଲେ ଏମିତି ସମୟ କେବେ ଆସି ନ ଥିଲା। ବନ୍ୟା, ବାତ୍ୟା ପରି ଆସିଥିବା...

Leave a comment

Your email address will not be published. Required fields are marked *