Posted inଜାତୀୟ

ଭାରତୀୟ ଲିଚୁ ରପ୍ତାନୀ ବନ୍ଦ ପାଇଁ ହେଉଛି ଷଡ଼ଯନ୍ତ୍ର: ପ୍ରେମ କୁମାର

ପାଟନା,୨୨।୬: ବିହାରରେ ମସ୍ତିଷ୍କ ଜ୍ୱରରେ ଶିଶୁ ମୃତ୍ୟୁ ଥମିବାର ନାଁ ଧରୁନି। ଏତେ ସଂଖ୍ୟକ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେବାର ପ୍ରକୃତ କାରଣ ଖୋଜା ଚାଲିଛି। ତେବେ କାରଣ ଜଣା ପଡୁନି। ମାତ୍ର ଲିଚୁ ଖାଇବା ଦ୍ୱାରା ଏଭଳି ହେଉଥିବା ଦର୍ଶାଯାଉଛି। ପ୍ରକୃତରେ ଲିଚୁ ଏଥିପାଇଁ ଦାୟୀ କି ନାହିଁ ସେନେଇ କୌଣସି ଠୋସ୍‌ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ମିଳିନି। ଏହି ରୋଗ ପାଇଁ ଲିଚୁକୁ ଦାୟୀ କରିବା ଏକ ଷଡ଼ଯନ୍ତ୍ର ବୋଲି ବିହାର କୃଷିମନ୍ତ୍ରୀ ପ୍ରେମ କୁମାର ଅଭିଯୋଗ କରିଛନ୍ତି। ଲିଚୁ ଉତ୍ପାଦନରେ ଭାରତ ସାରା ପୃଥିବୀରେ ଏକ ନମ୍ବର ସ୍ଥାନରେ ରହିଛି। ଏହା ପଛକୁ ରହିଛି ଚାଇନା। ବିହାରରେ ୬୦ ପ୍ରତିଶତ ଲିଚୁ ଉତ୍ପାଦିତ ହୋଇଥାଏ। ଲିଚୁ ଯୋଗୁ ମସ୍ତିଷ୍କ ଜ୍ୱର ହେବା ଗୁଜବ ପ୍ରଚାର ଯୋଗୁ ଭାରତୀୟ ଲିଚୁ ରପ୍ତାନୀ ନ ହୋଇ ବିଭିନ୍ନ ବନ୍ଦରରେ ପଡ଼ି ରହିଛି। ଏହାଦ୍ୱାରା ଦେଶର ଲିଚୁ ଚାଷୀଙ୍କର କୋଟି କୋଟି ଟଙ୍କା କ୍ଷତି ହେବାରେ ଲାଗିଛି। ଭାରତୀୟ ଲିଚୁକୁ ଅନ୍ତର୍ଜାତୀୟସ୍ତରରେ ବଦନାମ୍‌ କରିବା ପାଇଁ ଏହା ଯୋଜନାବଦ୍ଧ ଭାବେ କରାଯାଉଥିବା ଅଭିଯୋଗ କରିଛନ୍ତି ଭାଜପା ନେତା ରାଜୀବ ପ୍ରତାପ ରୁଡ୍ଡୀ। ଏଥିରେ ହୁଏତ ଚାଇନାର ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ଭାରତୀୟ ଲିଚୁର ଚାହିଦା ଅନ୍ତର୍ଜାତୀୟ ବଜାରରେ କମିଲେ ଚାଇନାକୁ ଏହାର ଫାଇଦା ହିଁ ମିଳିବ।


All Right Reserved By

ସେନା ଜାରି କଲା ହୀମମାନବ ପାଦର ଛବି

ନୂଆଦିଲ୍ଲୀ,୩୦।୪: ପିଲାବେଳେ ବହିରେ ପଢିଥିବା ହୀମମାନବକୁ ହୁଏତ କେହି ଆଜି ପର୍ଯ୍ୟନ୍ତ ଦେଖି ନ ଥିବେ। ତେବେ ଏହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ...

୨୦୨୩ରେ ଇସ୍ରୋ ଆରମ୍ଭ କରିବ ଶୁକ୍ର ମିଶନ

ନୂଆଦିଲ୍ଲୀ,୧୮।୫: ଇସ୍ରୋ ପକ୍ଷରୁ ୨୦୨୩ରେ ଶୁକ୍ର ମିଶନ ଆରମ୍ଭ କରାଯିବାର ଯୋଜନା କରାଯାଇଛି। ଶୁକ୍ରକୁ ଯାଉଥିବା ସ୍ପେସ୍‌କ୍ରାଫ୍ଟରେ ୨୦ରୁ ଅଧିକ ଉପକରଣର ଉପଯୋଗ କରାଯିବ ବୋଲି...

ବରିଷ୍ଠ ନେତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି)ର ପରାଜୟ ପରେ ଦଳ ଶିକ୍ଷାଲାଭ କରିଛି। ଏବେ ଭାଇ ଶିବପାଲ୍‌ ଯାଦବଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳକୁ ଫେରାଇ...

ଗୁରମିତ୍‌ ରାମରହିମଙ୍କ ସମର୍ଥନରେ ବାହାରିଲେ ହରିୟାଣା ସରକାର

ଚଣ୍ଡିଗଡ, ୨୬।୬:ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମ ରହିମ ୪୨ ଦିନ ପାରୋଲରେ ଯିବା ପାଇଁ ଆବେଦନ କରିବା ପରେ ହରିୟାଣାରେ ରାଜନୈତିକ ପାଣିପାଗ ଉଷ୍ମ...

୧୧ ବନ୍ୟାକ୍ଳିଷ୍ଟ ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ, ୨୫ା୮(ପି.ଟି.): ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ବିତ୍ପାତ ଦେଖାଦେବା ପରେ ଏହାର ସ୍ଥିତି ଅନୁଧ୍ୟାନ କରିବା ଲାଗି ଏକ କେନ୍ଦ୍ରୀୟ ଟିମ୍‌ ୧୧ ରାଜ୍ୟ...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

ଭାଜପାରେ ଯୋଗ ଦେବେ ପଶ୍ଚିମବଙ୍ଗର ୧୦୭ ବିଧାୟକ

କୋଲକତା,୧୩।୭: ପଶ୍ଚିମବଙ୍ଗ କଂଗ୍ରେସ, ସିପିଏମ୍‌ ଓ ତ୍ରୁଣ ମୂଳ କଂଗ୍ରେସର ୧୦୭ ଜଣ ବିଧାୟକ ଭାଜପାରେ ଯୋଗ ଦେବେ ବୋଲି ଭାଜପା ନେତା ମୁକୁଲ ରୟ...

୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ବେଳକୁ ପରିବାରରେ କେହି ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ

ଶ୍ରୀନଗର,୨୬।୭: କଶ୍ମୀରର ମହମ୍ମଦ ଅଲ୍ଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *