Posted inଖେଳ

କ୍ୟୁ ସ୍ପୋଟର୍‌ସରେ ଆଡଭାନୀଙ୍କୁ ସମ୍ପୂର୍ଣ୍ଣ କ୍ୟାରିୟର ଗ୍ରାଣ୍ଡସ୍ଲାମ୍‌

ନୂଆଦିଲ୍ଲୀ, ୨୨ା୬ (ପି.ଟି.)-ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡଭାନୀ ଶୁକ୍ରବାର ୩୫ତମ ପୁରୁଷ ଏସିଆନ ସ୍ନୁକର ଚାମ୍ପିୟନଶିପ୍‌ ଜିତିଛନ୍ତି। ଏଥିସହିତ ସେ ଏକ କ୍ୟାରିୟର ଗ୍ରାଣ୍ଡସ୍ଲାମ ଶେଷ କରିଛନ୍ତି। ଆଡଭାନୀ ଏସିବିଏସ ଏସିଆନ ସ୍ନୁକର ଇଭେଣ୍ଟ୍ସ-୬-ରେଡ୍‌ (ଶର୍ଟ ଫର୍ମାଟ) ଏବଂ ୧୫-ରେଡ୍‌ (ଲଙ୍ଗ୍‌ ଫର୍ମାଟ) ସହିତ ଉଭୟ ଫର୍ମାଟରେ ଆଇବିଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ ଜିତିଛନ୍ତି। ଭାରତୀୟ ଖେଳାଳି ପୂର୍ବରୁ ବିଲିୟାଡର୍‌ସରେ ଏହି ସଫଳତା ହାସଲ କରିସାରିଛନ୍ତି। ତାଙ୍କର କେବଳ ଏହି ୧୫-ରେଡ୍‌ ଏସିଆନ ଟାଇଟଲର ଅଭାବ ରହିଥିଲା। ଆଡଭାନୀ ଫାଇନାଲରେ ଥନାଓ୍ବାତ ତିରାପଙ୍ଗପେବୁନ୍‌ଙ୍କୁ ୬-୩ରେ ପରାସ୍ତ କରି ଏକମାତ୍ର ଖେଳାଳି ଭାବେ ଉଭୟ ଏସିଆନ ଏବଂ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ରେ ସମସ୍ତ ଫର୍ମାଟ ଜିତିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।


All Right Reserved By Dharitri.Com

Posted inଖେଳ View All

ମୁଁ ଜଣେ ସାଧାରଣ ମଣିଷ, ମୋତେ ବି ରାଗ ଆସେ

ନୂଆଦିଲ୍ଲୀ,୧୭।୧୦:ଭାରତୀୟ ଦଳର ପୂର୍ବତନ ମହେନ୍ଦ୍ର ସିଂ ଧୋନୀ ସାଧାରଣତଃ ନିଜ ଭାବନା ବୟାନ କରନ୍ତି ନାହିଁ। ସେ ‘କ୍ୟାପଟେନ୍‌ କୁଲ୍‌’ ଭାବେ ମଧ୍ୟ ଜଣାଶୁଣା। ଦଳର...

ଯୁବରାଜ ସିଂଙ୍କୁ କାହିଁକି କ୍ଷମା ମାଗିଲେ ତାଙ୍କ ଭାଉଜ

ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ...

ଦ୍ୱିତୀୟ ଟେଷ୍ଟ: ଓ୍ବାର୍ନର, ଲାବୁସ୍କାନଙ୍କ ଶତକ

ଆଡିଲେଡ, ୨୯।୧୧(ଏଏଫ୍‌ପି)- ସ୍ଥାନୀୟ ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ଶୁକ୍ରବାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟରେ...

ହିମାଳୟରେ ପହଞ୍ଚିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶରେ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି। ଏହି ସିରିଜରୁ ବିଶ୍ରାମ ନେଇ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ...

ଆଇରନ ମ୍ୟାନ୍‌ ସୌଭାଗ୍ୟ

ଦିନେ ସେ ଏକ ସମୟରେ ୨୦ ମିନିଟ୍‌ ଯାଏ ଦୌଡି ପାରୁ ନ ଥିଲେ । ୨୦ ମିନିଟ୍‌ ଧରି ଦୌଡି ସାରିଲା ପରେ ହାଲିଆ...

ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ: ରୁଷିଆକୁ ୪-୨ରେ ହରାଇଲା ଭାରତ

ଭୁବନେଶ୍ୱର, ୨।୧୧(କ୍ରୀଡ଼ା ପ୍ରତିନିଧି)- ମନଦୀପ ସିଂଙ୍କ ଡବଲ ଗୋଲ ବଳରେ ଭାରତୀୟ ପୁରୁଷ ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଅଲିମ୍ପିକ୍‌ କ୍ବାଲିଫାୟର୍ସ ହକି...

ସେରେନା ନିରାଶ

ନ୍ୟୁୟର୍କ, ୮।୯- ୟୁଏସ୍‌ ଓପନ୍‌ ଫାଇନାଲ ପରାଜୟ ପରେ ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍‌ ତାରକା ସେରେନା ଓ୍ବିଲିୟମ୍ସ ନୈରାଶ୍ୟ ଜାହିର କରିଛନ୍ତି। ଫାଇନାଲ ମ୍ୟାଚ୍‌ରେ...

ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଶ୍ରୀଲଙ୍କା

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨ା୭ (ପି.ଟି.)-ନିକୋଲାସ ପୁରନଙ୍କ ଲଢୁଆ ଶତକ ସତ୍ତ୍ୱେ ଚଳିତ ଆଇସିସି ବିଶ୍ୱକପ୍‌ରେ ସୋମବାର ଖେଳାଯାଇଥିବା ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ୨୩ରନରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଛି। ୩୩୯...

Leave a comment

Your email address will not be published. Required fields are marked *