Posted inଖେଳ

ଓ୍ବେଷ୍ଟଇଣ୍ଡିଜ ଲାଗି କର ବା ମର ସ୍ଥିତି

ମାଞ୍ଚେଷ୍ଟର,୨୨।୬(ପି.ଟି.)- ବିଶ୍ୱକପରେ ଶନିବାର ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଟୁର୍ନାମେଣ୍ଟର ଏହି ୨୯ତମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଫେଭରାଇଟ ବିବେଚିତ ହେଉଛି। ଅନ୍ୟପଟେ ଏହି ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ବିଶ୍ୱକପ୍‌ର ଓ୍ବେଷ୍ଟଇଣ୍ଡିଜ ତା’ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରି ଜବରଦସ୍ତ ଆରମ୍ଭ କରିଥିଲା। ତେବେ ଏହାପରଠାରୁ ଓ୍ବେଷ୍ଟଇଣ୍ଡିଜର ପ୍ରଦର୍ଶନରେ କ୍ରମାଗତ ଭାବେ ଅବନତି ହୋଇଛି। ଦଳ ବିଜୟରୁ ଅଭିଯାନ ଆରମ୍ଭ କରିବା ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ବାଂଲାଦେଶଠାରୁ ପରାସ୍ତ ହୋଇ ୩ଟି ପରାଜୟ ବରଣ କରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ବର୍ଷା କାରଣରୁ ବାତିଲ ହେବା ପରେ ଓ୍ବେଷ୍ଟଇଣ୍ଡିଜ ଗୋଟିଏ ପଏଣ୍ଟ ପାଇଥିଲା। ଏପର୍ଯ୍ୟନ୍ତ ଓ୍ବେଷ୍ଟଇଣ୍ଡିଜ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୩ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ତାଲିକାର ସପ୍ତମ ସ୍ଥାନରେ ରହିଛି। ଅପରପକ୍ଷରେ ନ୍ୟୁଜିଲାଣ୍ଡ ୫ଟି ମ୍ୟାଚ୍‌ ଖେଳି ୪ଟି ବିଜୟ ଓ ଗୋଟିଏ ବିନା ଫଳାଫଳ ସହ ୯ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ପଛକୁ ରହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି।
ବାଂଲାଦେଶ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ ହରାଇ ୩୨୧ ରନ କରିଥିଲେ ମଧ୍ୟ ଦୁର୍ବଳ ବୋଲିଂ କାରଣରୁ ପରାସ୍ତ ହୋଇଥିଲା। ବାଂଲାଦେଶ ମାତ୍ର ୪୧.୩ ଓଭରରେ ୭ ଉଇକେଟ ହାତରେ ରଖି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। କ୍ରିସ୍‌ ଗେଲଙ୍କୁ ବାଦ୍‌ ଦେଲେ ଓ୍ବେଷ୍ଟଇଣ୍ଡିଜର ବାକି ସବୁ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଛନ୍ତି। ବୋଲିଂ ଦୁର୍ବଳତା ନେଇ ଅଧିନାୟକ ଜାସନ ହୋଲ୍ଡର ଚିନ୍ତା ପ୍ରକଟ କରିଛନ୍ତି। ଏଭିନ ଲୁଇସ୍‌, ଶାଇ ହୋପ, ସିମରନ ହେଟମେୟର ଓ ଜାସନ ହୋଲ୍ଡରଙ୍କୁ ନେଇ ଓ୍ବେଷ୍ଟଇଣ୍ଡିଜ ବ୍ୟାଟିଂ ଲାଇନ ବେଶ୍‌ ଦୃଢ ମନେହେଉଛି। ତେବେ ଗେଲ ଓ ଆନ୍ଦ୍ରେ ରସେଲଙ୍କ ବ୍ୟାଟିଂ ଆଶାନୁରୂପ ହୋଇପାରିନାହିଁ। ତେବେ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ନିହାତି ମାମୁଲି ପ୍ରଦର୍ଶନ କରିଛନ୍ତି। ଶେଲଡନ କଟ୍ରେଲ, ଶାନନ ଗାବ୍ରିଏଲ ଓ ଓଶେନ ଥୋମାସଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ହେବ।
ଅପରପକ୍ଷରେ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଆସିଛି। ନ୍ୟୁଜିଲାଣ୍ଡର ଆତ୍ମବିଶ୍ୱାସ ଆକାଶଛୁଆଁ ହୋଇଛି। ନ୍ୟୁଜିଲାଣ୍ଡ ଶ୍ରୀଲଙ୍କ, ବାଂଲାଦେଶ, ଆଫଗାନିସ୍ତାନ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ତେବେ ଭାରତ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏବେ ଏହି ଦଳ ପ୍ରକୃତ ପରୀକ୍ଷାର ସମ୍ମୁଖୀନ ହେବ। ଓ୍ବେଷ୍ଟଇଣ୍ଡିଜ ସମେତ , ପାକିସ୍ତାନ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ କଡ଼ା ସଂଘର୍ଷର ସମ୍ମୁଖୀନ ହେବ।
ଗତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ୧୦୬ ରନର ଅପରାଜିତ ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସେହିପରି କଲିନ ଡି ଗ୍ରାଣ୍ଡହୋମ ୪୭ ବଲରୁ ୬୦ ରନର ଦ୍ରୁତ ପାଳି ଖେଳିଥିଲେ। ଏବେ ଅଭିଜ୍ଞ ମାର୍ଟିନ ଗୁପ୍ଟିଲ, କଲିନ ମୁନରୋ, ରସ ଟେଲର ଓ ଟମ୍‌ ଲାଥମ ଚମକ ଦେଖାଇବେ ବୋଲି ଆଶା କରାଯାଉଛି।


All Right Reserved By Dharitri.Com

Posted inଖେଳ View All

କେବେ ଆଥଲେଟ୍‌ ହେବାକୁ ଚାହୁଁ ନ ଥିବା ହିମା ୧୮ ଦିନ ଭିତରେ ଜିତିଲେଣି ୫ଟି ସ୍ବର୍ଣ୍ଣପଦକ

ନୋଭେ ମେଷ୍ଟୋ (ଚେକ ରିପବ୍ଲିକ), ୨୧।୭:ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ ତାଙ୍କ ସ୍ବର୍ଣ୍ଣିମ ସଫଳତା ଧାରା ଜାରି ରଖିଛନ୍ତି। ଶନିବାର ଏଠାରେ ଅନୁଷ୍ଠିତ ଏକ...

ବାପାଙ୍କ ସହ ଗାଡି ସଫା କଲେ ଜିଭା

ରାଞ୍ଚି, ୨୫।୧୦: ୨୦୧୯ ବିଶ୍ୱକପ୍‌ ପରେ କ୍ରିକେଟରୁ କିଛିଦିନ ହେବ ଦୂରେଇ ଯାଇଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଏବେ ସେ ନିଜ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଗ୍ରୀଷ୍ମପ୍ରବାହ ଯୋଗୁ ଅତିରିକ୍ତ ବିରତି

ଭୁବନେଶ୍ୱର,୧୨।୬(ପିଟି): ଅତ୍ୟନ୍ତ ଗ୍ରୀଷ୍ମପ୍ରବାହ ଯୋଗୁ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସରେ ଖେଳାଳିଙ୍କୁ ଅତିରିକ୍ତ ବିରତି ମିଳିଛି। ପ୍ରବଳ ଖରା ପାଇଁ ଆୟୋଜକ କମିଟି...

ନେମାର ୩ଟି ମ୍ୟାଚରୁ ବାସନ୍ଦ

ଲାଉସାନେ, ୨୭ା୪ (ଏଏଫ୍‌ପି)-ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା) ଶୁକ୍ରବାର ବ୍ରାଜିଲ ଷ୍ଟାର ଖେଳାଳି ନେମାରଙ୍କୁ ଚାମ୍ପିୟନ୍ସ ଲିଗ୍‌ର ତିନୋଟି ମ୍ୟାଚରୁ ବାସନ୍ଦ କରିଛି।...

ତାହିର ପ୍ରଥମ ସ୍ପିନର

ଲଣ୍ଡନ,୩୧।୫(ପି.ଟି.)- ଦକ୍ଷିଣ ଆଫ୍ରିକା ଅଭିଜ୍ଞ ସ୍ପିନର ଇମ୍ରାନ ତାହିର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ପ୍ରଥମ ସ୍ପିନର ଭାବେ କୌଣସି ବିଶ୍ୱକପ୍‌ର ପ୍ରଥମ...

ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟ: ପର୍ତ୍ତୁଗାଲର ପ୍ରଥମ ବିଜୟ

ବେଲଗ୍ରେଡ୍‌,୮।୯(ଏଏଫ୍‌ପି): ୟୁରୋପିଆନ୍‌ ଚାମ୍ପିୟନ ପର୍ତ୍ତୁଗାଲ ୟୁରୋ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ତା’ର ପ୍ରଥମ ବିଜୟ ହାସଲ କରିଛି। ୨୦୨୦ ୟୁରୋ କପ୍‌ ପାଇଁ ଯୋଗ୍ୟତା ପର୍ଯ୍ୟାୟରେ...

ଖାତା ଖୋଲିପାରିଲେ ନାହିଁ ରୋହିତ

ବିଜୟନଗରମ,୨୮।୯: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଓ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଶନିବାର ଅନ୍ତିମ ଦିନରେ ପହଞ୍ଚତ୍ଛି।...

ଲକ୍ଷ୍ୟଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ, ୧୫।୧୦- ଭାରତୀୟ ଯୁବ ବ୍ୟାଡ୍‌ମିଣ୍ଟନ ତାରକା ଲକ୍ଷ୍ୟ ସେନ୍‌ଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ମିଳିଛି। ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ସଦ୍ୟ ପ୍ରକାଶିତ...

Leave a comment

Your email address will not be published. Required fields are marked *