Posted inଖେଳ

ଇଂଲଣ୍ଡକୁ ହରାଇଲା ଶ୍ରୀଲଙ୍କା

ଲିଡ୍ସ,୨୨।୬ (ପି.ଟି.)- ଚଳିତ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏକ ବଡ଼ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ ହେଡିଂଲି ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ବିଶ୍ୱକପ୍‌ର ୨୭ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ରନରେ ଇଂଲଣ୍ଡକୁ ହରାଇଛି। ଏଥିସହିତ ଇଂଲଣ୍ଡ ଟୁର୍ନାମେଣ୍ଟରେ ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। ପୂର୍ବରୁ ଇଂଲଣ୍ଡ ପାକିସ୍ତାନଠାରୁ ହାରିଥିଲା। ଦୁଇ ଏସୀୟ ଦେଶଠାରୁ ଇଂଲଣ୍ଡ ହାରିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଥିଲା। ଜବାବରେ ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ୪୭ ଓଭରରେ ୨୧୨ ରନରେ ଅଲଆଉଟ ହୋଇ ପରାସ୍ତ ହୋଇଥିଲା। ଏଥିସହ ଶ୍ରୀଲଙ୍କା ୬ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ, ୨ଟି ପରାଜୟ ଓ ୨ଟି ବିନା ଫଳାଫଳ ସହ ୬ ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି। ଅନ୍ୟପଟେ ଇଂଲଣ୍ଡ ୬ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହ ୮ ପଏଣ୍ଟ ପାଇ ପୂର୍ବପରି ତୃତୀୟ ସ୍ଥାନରେ ରହିଛି। ୪୩ ରନ ବ୍ୟୟ କରି ଗୋଟିଏ ମେଡେନ ନେବା ସହ ମୂଲ୍ୟବାନ ୪ ଉଇକେଟ ଅକ୍ତିଆର କରିଥିବା ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ଲସିଥ ମାଲିଙ୍ଗା ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
୨୩୩ ରନ ଟାର୍ଗେଟର ପିଛା କରି ଇଂଲଣ୍ଡ ପ୍ରାରମ୍ଭିକ ଝଟ୍‌କା ଖାଇବା ସହ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଦଳ ତରଫରୁ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୮୨ ରନ କରି ଅପରାଜିତ ରହିଥିଲେ। ସେହିପରି ଜୋ ରୁଟ ୫୭ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଇଅନ ମୋର୍ଗାନ ୨୧, ମୋଇନ ଅଲି ୧୬, ଓପନର ଜେମ୍ସ ଭିନ୍ସ ୧୪, ଜୋସ ବଟଲର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ସ୍ପର୍ଶ କରି ନ ଥିଲେ। ବୋଲିଂରେ ଲସିଥ ମାଲିଙ୍ଗା ସର୍ବାଧିକ ୪, ଧନଞ୍ଜୟ ଡି ସିଲଭା ୩, ଇସୁରୁ ଉଡାନା୨ ଓ ନୂଆନ ପ୍ରଦୀପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଦୁଇ ଓପନର ଓ ଲୋୟର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ସତ୍ତ୍ୱେ ୫୦ ଓଭରରେ ୯ ଉଇକେଟ ହରାଇ ୨୩୨ ରନ ସଂଗ୍ରହ କରିଛି। ମିଡଲ ଅର୍ଡରରେ ବ୍ୟାଟ୍ସମ୍ୟାନମାନେ ଲଢେଇ କରିଥିଲେ। ମାଥ୍ୟୁସ୍‌ ୮୫ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ସମ୍ମାନ ରକ୍ଷା କରିଥିଲେ। ୧୪୬ ମିନିଟ କ୍ରିଜ୍‌ରେ ରହି ୧୧୫ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୧ ଛକା ସହ ୮୫ ରନ କରି ମାଥ୍ୟୁସ୍‌ ଶେଷପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦୁଇଟି ପାର୍ଟନରଶିପ୍‌ରେ ମାଥ୍ୟୁସ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଚତୁର୍ଥ ଉଇକେଟରେ କୁଶାଲ ମେଣ୍ଡିସ୍‌ଙ୍କ ସହ ମାଥ୍ୟୁସ ୭୧ ରନ ଓ ଷଷ୍ଠ ଉଇକେଟରେ ଧନଞ୍ଜୟ ଡି ସିଲଭାଙ୍କ ସହ ୫୭ ରନ ସଂଗ୍ରହ କରିଥିଲେ। ତେବେ ଏହା ପୂର୍ବରୁ କୁଶାଲ ମେଣ୍ଡିସ୍‌ ଓ ଅଭିଷ୍କା ଫର୍ନାଣ୍ଡୋ ତୃତୀୟ ଉଇକେଟରେ ୫୯ ରନ ସଂଗ୍ରହ କରିଥିଲେ। ଏହି ୩ଟି ପାର୍ଟନରଶିପ ବଳରେ ଶ୍ରୀଲଙ୍କା ଦୁଇଶହ ରନ ପାର କରିଥିଲା। ଅଭିଷ୍କା ୩୯ଟି ବଲର ସମ୍ମୁଖୀନ ହୋଇ ୬ ଚୌକା ଓ ୨ ଛକା ସହ ୪୯, କୁଶାଲ ମେଣ୍ଡିସ ୪୬ ରନ କରି ଆଉଟ ହୋଇଥିଲେ। ସେହିପରି ଧନଞ୍ଜୟ ଡି ସିଲଭା ୨୯ ରନର ଇନିଂସ ଖେଳିଥିଲେ। ବାକି ୭ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁପାରି ନ ଥିଲେ। ଏହି କ୍ରମରେ ଇନିଂସ ଓପନ କରିଥିବା ଅଧିନାୟକ ଦିମୁଥ କରୁଣାରତ୍ନେ ୧, କୁଶାଲ ପେରେରା ୨, ଥିସାରା ପେରେରା ୨, ଇସୁରୁ ଉଡାନା ୬, ଲସିଥ ମାଲିଙ୍ଗା ୧ ରନ କରି ଆଉଟ ହୋଇଥିବା ବେଳେ ଜୀବନ ମେଣ୍ଡିସ ଖାତା ଖୋଲିପାରି ନ ଥିଲେ। ନୂଆନ ପ୍ରଦୀପ ୧ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଇଂଲଣ୍ଡ ତରଫରୁ ଜୋଫ୍ରା ଆର୍ଚର ଓ ମାର୍କ ଉଡ ୩ଟି ଲେଖାଏ, ଆଦିଲ ରସିଦ ୨ ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୫୦ ଓଭରରେ ୨୩୨/୯
(ଆଞ୍ଜେଲୋ ମାଥ୍ୟୁସ- ୮୫*, ଅଭିଷ୍କା ପର୍ନାଣ୍ଡୋ- ୪୯, କୁଶାଲ ମେଣ୍ଡିସ- ୪୬, ଧନଞ୍ଜୟ ଡି ସିଲଭା- ୨୯, ଆର୍ଚର- ୩/୫୨, ଉଡ- ୩/୪୦, ରସିଦ- ୨/୪୫ )।
ଇଂଲଣ୍ଡ ୪୭ ଓଭରରେ ୨୧୨ ଅଲଆଉଟ
(ଷ୍ଟୋକ୍ସ- ୮୨*, ରୁଟ- ୫୭, ମାଲିଙ୍ଗା – ୪/୪୩, ଡି ସିଲଭା- ୩/୩୨, ଉଡାନା- ୨/୪୧, ପ୍ରଦୀପ- ୧/୩୮)।


All Right Reserved By

Posted inଖେଳ

ପଏଣ୍ଟ ଭାଗ କଲେ ଶ୍ରୀଲଙ୍କା- ବାଂଲାଦେଶ: ବର୍ଷାଯୋଗୁ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ,୧୨।୬(ପି.ଟି.)- ଚଳିତ ବିଶ୍ୱକପ୍‌ରେ କ୍ରମାଗତ ଦ୍ୱିତୀୟଥର ପାଇଁ ଶ୍ରୀଲଙ୍କା ପଏଣ୍ଟ ଭାଗ କରିଛି। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ...

ତେନ୍ଦୁଲକର ସ୍ବାର୍ଥ ନିହିତ ମାମଲାରୁ ମୁକ୍ତ

ନୂଆଦିଲ୍ଲୀ, ୨୮ା୫ (ପି.ଟି.)- କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ରେ ରହିବେ ନାହି ବୋଲି ସଚିନ ତେନ୍ଦୁଲକର କହିବା ପରେ ସେ ସ୍ବାର୍ଥ ନିହିତ ମାମଲାରୁ...

ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ପାଟନା, ୪ା୮ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି ସିଜନ-୭ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟ ଲାଭ କରିଛି। ଦଳ ୩୪-୨୧ରେ ପାଟନା ପାଇରେଟ୍ସକୁ...

ପେନାଲ୍ଟି କର୍ନର: ହରମନପ୍ରୀତଙ୍କ ଶତକ ମ୍ୟାଚ

ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଜାପାନ ବିପକ୍ଷ ସେମିଫାଇନାଲରେ କ୍ୟାରିୟରର ୧୦୦ତମ ଅନ୍ତର୍ଜାତୀୟ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ

ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌/ପିସ୍ତଲ ବିଶ୍ୱକପ୍‌ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ...

ଉଡିଲା ଭାରତ ବିରୋଧୀ ବ୍ୟାନର

ଲିଡ୍ସ,୬।୭(ପିଟି)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ରାଜନୈତିକ ବ୍ୟାନର ଦେଖିବାକୁ ମିଳିଛି। ସ୍ଥାନୀୟ ହେଡିଂଲେ ଷ୍ଟାଡିୟମ୍‌ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ବେଳେ ଏକ...

ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ,...

ସଚିନଙ୍କ ନାମରେ ରହିଛି ଅଜଣା ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ,୨୨।୭- ଆଇସିସି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ଠାରୁ ଆରମ୍ଭ କରି ସର୍ବାଧିକ ସଂଖ୍ୟକ ଶତକ ଲଗାଇବାର ରେକର୍ଡ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ଏହାଛଡ଼ା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *