ନିଜେ ଟ୍ୟୁଶନ କରି ପଢ଼ା ଖର୍ଚ୍ଚ ତୁଲାଉଥିଲେ

କଟକ ଅଫିସ,୨୨ା୬: ଆମର ସମସ୍ତ ସ୍ବପ୍ନ ପୂରଣ ହେବ, ଯଦି ଆମେ ସେ ସ୍ବପ୍ନ ପଛରେ ସବୁବେଳେ ଧାଇଁବା… ଆମେରିକୀୟ ଉଦ୍ୟୋଗୀ, ସିନେ ପ୍ରଯୋଜକ ତଥା ବିଶ୍ୱର ବେଶ୍‌ ପରିଚିତ ଆନିମେଟର ୱାଲଟ୍‌ ଡିଜନୀଙ୍କର ଏହା ଏକ ଯୁଗାନ୍ତକାରୀ ମତ। ନିଜକୁ ସଫଳ ଭାବେ ଗଢ଼ି ତୋଳିବାର ସ୍ବପ୍ନ ଦେଖିବା ଓ ପରବର୍ତ୍ତୀ ସମୟରେ ଏହାକୁ ସାକାର କରିପାରିଛନ୍ତି କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧୀନ ପାଟରାସାହିର ଲିପ୍ସାରାଣୀ ସାହୁ। ଶୁକ୍ରବାର ପ୍ରକାଶ ପାଇଥିବା ଯୁକ୍ତ ଦୁଇ କଳା ପରୀକ୍ଷାରେ ଲିପ୍ସା ୫୪୦ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛନ୍ତି। ହେଲେ ସଫଳତାର ସ୍ବାଦ ଚାଖିଥିବା ଲିପ୍ସା ପାଠପଢ଼ିବା ପାଇଁ ଅନେକ ସଂଘର୍ଷ ଭିତରେ ଗତି କରିଛନ୍ତି। ଆର୍ଥତ୍କ ଅନଟନରେ ଘାଣ୍ଟି ହେଉଥିବା ପରିବାରରୁ ଆସି ମଧ୍ୟ ଲିପ୍ସା ଏବେ ରାଜ୍ୟର ମେଧାବୀମାନଙ୍କ ମଧ୍ୟରେ ଆଗରେ। ଏପରି କି ନିଜ ପଢାଖର୍ଚ୍ଚ ତୁଲାଇବା ପାଇଁ ଲିପ୍ସା ସ୍କୁଲ ପିଲାଙ୍କୁ ଟ୍ୟୁଶନ କରୁଥିଲେ।
ପିତା ପ୍ରଶାନ୍ତ କୁମାର ସାହୁ ଓ ମା ରଶ୍ମିତା ସାହୁଙ୍କ ଝିଅ ଲିପ୍ସା ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲରେ ଯୁକ୍ତ ଦୁଇ କଳା ପଢୁଥିଲେ। କଟକରେ ରହି ପାଠପଢ଼ିବାର ଇଚ୍ଛା ଥିଲେ ମଧ୍ୟ ପରିବାରର ଆର୍ଥତ୍କ ଅଭାବ ଯୋଗୁ ପ୍ରତିଦିନ ସେ ଟାଙ୍ଗୀରୁ ଯିବା ଆସିବା କରନ୍ତି। କଲେଜରେ କ୍ଲାସ ସକାଳୁ ଥିବା ହେତୁ ସକାଳ ୬ଟାରୁ ଉଠି କଟକ ଆସିବା ପାଇଁ ପ୍ରସ୍ତୁତ ହେଉଥିଲେ। କଲେଜ ପଢ଼ା ସରିବା ପରେ ଏଠାରେ ଟ୍ୟୁସନ ହୋଇ ଘରକୁ ଫେରିଲା ବେଳକୁ ସନ୍ଧ୍ୟା ୭ଟା। ତେବେ ଦୁଇଥର ବସ୍‌ ଭଡ଼ା ଓ ଖାଇବା ଖର୍ଚ୍ଚ ବାବଦରେ ଲିପ୍ସାଙ୍କୁ ୩୦ରୁ ୪୦ ଟଙ୍କା ଦିଆଯାଉଥିଲା, ଏହାଠାରୁ ଅଧିକ ଖର୍ଚ୍ଚ ଦେବା ଆମ ପକ୍ଷେ ଅସମ୍ଭବ ବୋଲି ପ୍ରଶାନ୍ତ କହିଛନ୍ତି। ପ୍ରଶାନ୍ତଙ୍କର ପୂର୍ବରୁ ଏକ ତେଜରାତି ଦୋକାନ ଥିବା ବେଳେ ଏବେ ଏହା ବନ୍ଦ ହୋଇପଡ଼ିଛି। ଫଳରେ ପ୍ରଶାନ୍ତଙ୍କର ରୋଜଗାର ଶୂନ। ଲିପ୍ସାଙ୍କ ଭାଇ ସୌମ୍ୟକାନ୍ତ ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। ଯାହା ଦରମା ପାଆନ୍ତି ତାହା ଘର ଖର୍ଚ୍ଚକୁ ନିଅଣ୍ଟ ପଡ଼େ ବୋଲି ପ୍ରଶାନ୍ତ କହିଥିଲେ। ସନ୍ଧ୍ୟାରେ ଲିପ୍ସା ଘରକୁ ଫେରିବା ପରେ କେତେଜଣ ସ୍କୁଲ ପିଲାଙ୍କୁ ଟ୍ୟୁଶନ କରୁଥିଲେ। ଯାହା ବି ଆୟ ହୁଏ ତାହାକୁ ସେ ନିଜର ଓ ପଢ଼ା ଖର୍ଚ୍ଚରେ ଲଗାଉଥିଲେ। ଏ ନେଇ ଲିପ୍ସା କହିଛନ୍ତି, ଭଲ ରେଜଲ୍ଟ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଥିଲି। ଯେତିକି ସମୟ ମିଳେ ତାହାକୁ ପଢ଼ାରେ ହିଁ ବିନିଯୋଗ କରେ। ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ମୋର ସ୍ବପ୍ନ ରହିଛି। ଅପରପକ୍ଷେ ଆଗାମୀ ଦିନରେ ଉଚ୍ଚଶିକ୍ଷା ହାସଲ ପାଇଁ ଲିପ୍ସାଙ୍କ ବାଟରେ ଅର୍ଥ ବାଧକ ନ ସାଜୁ ବୋଲି ପ୍ରଶାନ୍ତ କହିଛନ୍ତି।


All Right Reserved By Dharitri.Com

ରେକର୍ଡ ଭାଙ୍ଗୁଛି ତାତି: ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର,୨୬।୫(ବ୍ୟୁରୋ)-ଚଳିତବର୍ଷ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗୁଛି ତାତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶନିବାର...

କେନାଲରେ ଆସୁନି ପାଣି, ପଛେଇଗଲାଣି ଚାଷ

ବାଲିଆ,୧୦।୭: ଜୁଲାଇ ମାସ ଅଧା ହେଲାଣି, ଅଥଚ ଚାଷଜମିକୁ ପାଣି ପହଞ୍ଚତ୍ପାରିନାହିଁ। ମୁଖ୍ୟ କେନାଲ ସମେତ ଶାଖା କେନାଲରେ ଏ ପର୍ଯ୍ୟନ୍ତ ପାଣି ଆସିନାହିଁ। ଫଳରେ...

୧୫ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା ଅଫିସ,୧୮ା୭: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାର ଭାଲିଆବାଡିରେ ବୁଧବାର ପୂର୍ବାହ୍ନରେ ଅବକାରୀ ବିଭାଗ ଚଢ଼ାଉ କରି ୧୫ ଗ୍ରାମ ବ୍ରାଉନସୁଗାର...

ଶେଷ କ୍ୟାବିନେଟ୍‌ରେ ଫନୀ ଚିନ୍ତା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ପୁରୀ...

ଗୋରୁ ମଡ଼କ, କାରଣ ଅସ୍ପଷ୍ଟ

ନିରାକାରପୁର,୩୦ା୫(ଡି.ଏନ୍‌.ଏ.)- ଗୋ ସମ୍ପଦର ବିକାଶ ନିମନ୍ତେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ବାତ୍ୟା ପରେ ଗୋ ବଂଶ ବୃଦ୍ଧି ପ୍ରତି ବିପଦ ସୃଷ୍ଟି...

ପୁଣି ୫-ଟିକୁ ଅପରାଜିତାଙ୍କ ସମାଲୋଚନା

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ପୁଣି ଥରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ୫-ଟି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି ଭାଜପା ନେତ୍ରୀ ତଥା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ସମ୍ବଲପୁର...

ଏମିତି ଚାଲିଛି ଅଙ୍ଗନୱାଡ଼ି କେନ୍ଦ୍ର: ଅସୁରକ୍ଷିତ ପରିବେଶରେ ପାଠପଢା

ସଜନାଗଡ଼, ୨୮।୮(ଡି.ଏନ.ଏ.)-ଶିଶୁଙ୍କ ମୂଳଦୂଆ ସୁରକ୍ଷିତ ଭାବେ ଗଢିବା ଲାଗି ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ମାଧ୍ୟମରେ ବିଭିନ୍ନ ଯୋଜନାରେ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ...

ଛୁରାମାଡ଼ ଘଟଣା: ଜେଲ ଗଲେ ଦୁଇ ଅଭିଯୁକ୍ତ, ନୟାପଲ୍ଲୀ ଥାନାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସ୍‌ପୋର୍ଟ ଅଫିସ ନିକଟରେ ବୁଧବାର ଅଭୟ ନାୟକ ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ ହେଉଥିଲା। ଏହି ସମୟରେ ଥାନା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *