Posted inଜାତୀୟ

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ ଏହା ସରକାରଙ୍କ କେତେକ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବିଚାରପତି ନିଯୁକ୍ତି ତଥା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ କେନ୍ଦ୍ର ସରକାର ବାରମ୍ବାର ଫେରାଇଦେବା ତାହାର ଉଦାହରଣ। କଲେଜିୟମ ପକ୍ଷରୁ ୪ ଥର ସୁପାରିସ୍‌ ସତ୍ତ୍ୱେ ଗୁଜରାଟ ହାଇକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍‌ ଅକିଲ୍‌ ଅବଦୁଲହମିଦ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେଉନାହାନ୍ତି। କେବଳ ଜଷ୍ଟିସ୍‌ କୁରେଶୀ ନୁହନ୍ତି, ଅନ୍ୟ ବିଚାରପତିମାନଙ୍କ ପଦୋନ୍ନତି ସୁପାରିସକୁ ମଧ୍ୟ ଅନେକ ସମୟରେ କେନ୍ଦ୍ର ସରକାର ଅଟକାଉଛନ୍ତି। ଏହା ପଛରେ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ରହୁଥିବା ଜଷ୍ଟିସ୍‌ କୁରେଶୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କଲେଜିୟମକୁ କିଭଳି ଗୁରୁତ୍ୱ ମିଳିବ ତାହାର ସୂଚନା ମିଳୁଛି।
ଗୁଜରାଟ ହାଇକୋର୍ଟ ଆଇନଜୀବୀ ସଂଘ (ଜିଏଚସିଏଏ)ର ଅଧ୍ୟକ୍ଷ ଯତୀନ୍‌ ଓଜା ତାଙ୍କର ଏକ ଲେଖାରେ ଉଲ୍ଲେଖ କରିଛନ୍ତି, ସୋହରାବୁଦ୍ଦିନ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅମିତ୍‌ ଶାହଙ୍କୁ ୨୦୧୦ରେ ଜଷ୍ଟିସ୍‌ କୁରେଶୀ ୨ ଦିନ ପାଇଁ ପୋଲିସ ହାଜତକୁ ପଠାଇଥିଲେ। ଜଷ୍ଟିସ୍‌ ଆର୍‌.ଏ. ମେହେଟାଙ୍କୁ ଗୁଜରାଟ ଲୋକାୟୁକ୍ତ ଭାବେ ନିଯୁକ୍ତି ଲାଗି ୨୦୧୧ରେ ତତ୍କାଳୀନ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଜଷ୍ଟିସ୍‌ କୁରେଶୀ କାଏମ ରଖିଥିଲେ, ଯାହାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ଶାହଙ୍କୁ ପୋଲିସ ହାଜତକୁ ପଠାଇବାରେ ଜଷ୍ଟିସ୍‌ କୁରେଶୀଙ୍କ ନିଷ୍ପତ୍ତିରେ କିଛି ଭୁଲ୍‌ ନ ଥିଲା ବୋଲି ୨୦୧୦ରେ ତାଙ୍କ ଓକିଲ ଥିବା ଓଜା କହିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ସୁପାରିସ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ଏଡାଇଯିବା ତାଙ୍କ ପ୍ରତି ଅତ୍ୟାଚାର ବୋଲି ଓଜା ଅଭିଯୋଗ କରିଛନ୍ତି।
ମେ ୧୦ରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଏନ୍‌.ଭି. ରମନାଙ୍କୁ ନେଇ ଗଠିତ କଲେଜିୟମ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ତାଙ୍କ ସହିତ ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ ଏବଂ ଆର୍‌.ଏସ୍‌. ଚୌହାନଙ୍କ ପଦୋନ୍ନତି ପାଇଁ ମଧ୍ୟ ସୁପାରିସ କରାଯାଇଥିଲା। ଜଷ୍ଟିସ୍‌ ରାମସୁବ୍ରମଣ୍ୟନ୍‌ ଏବଂ ଜଷ୍ଟିସ୍‌ ଚୌହାନଙ୍କୁ ଯଥାକ୍ରମେ ହିମାଚଳପ୍ରଦେଶ ଓ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସୂର୍ଯ୍ୟ କାନ୍ତଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଜଷ୍ଟିସ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆ ନ ଯାଇ ଜୁନ୍‌ ୧୦ରୁ ଜଷ୍ଟିସ୍‌ ରବିଶଙ୍କର ଝାଙ୍କୁ ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ସରକାର ବାରମ୍ବାର ସୁପାରିସକୁ ଫେରାଇଦିଅନ୍ତି ତେବେ ଏନେଇ କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ରହି କେନ୍ଦ୍ରକୁ ପ୍ରଶ୍ନ କରିପାରିବ କି? ସିଜେଆଇ ଗୋଗୋଇ ନିକଟରେ ରୁଷିଆର ସୋଚିଠାରେ ସାଂଘାଇ ସହଯୋଗ ସଂଗଠନର ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ନ୍ୟାୟିକ ଅନୁଷ୍ଠାନର ସ୍ବାଧୀନତା ପାଇଁ ସୁଦୃଢ଼ ଓ ନିରପେକ୍ଷ ବିଚାରପତିଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବିଚାର ବିଭାଗର ମୁଖ୍ୟ ଭାବେ ସେ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିପାରିବେ କି ବୋଲି ପ୍ରଶ୍ନ ଉଠୁଛି। ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କେନ୍ଦ୍ରରେ ସରକାର ଗଢ଼ିବା ପରେ ରବିଶଙ୍କର ପ୍ରସାଦ ପୁନର୍ବାର ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ଆଇନ ମନ୍ତ୍ରଣାଳୟ ଏକ ଡାକଘର ଭଳି କାର୍ଯ୍ୟ କରିବ ନାହିଁ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ ସ୍ପଷ୍ଟ କରିଦେଇଥିଲେ। ଅର୍ଥାତ୍‌ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମ୍‌ର ସୁପାରିସ ଉପରେ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରର ଭୂମିକା ତୁଲାଇବ ବୋଲି ଆଇନମନ୍ତ୍ରୀ ସୂଚାଇ ଦେଇଥିଲେ।


All Right Reserved By Dharitri.Com

୫ ଦିନିଆ ଭାରତ ଗସ୍ତରେ ସୁଇଡେନର ରାଜ ଦମ୍ପତ୍ତି

ନୂଆଦିଲ୍ଲୀ,୨।୧୨: ସୁଇଡେନର ରାଜା ଗୁସ୍ତାଫ ଓ ରାଣୀ ସିଲଭିୟା ୫ ଦିନିଆ ଗସ୍ତରେ ସୋମବାର ଭାରତକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ସୁଇଡେନର...

ପରମାଣୁ ଆକ୍ରମଣକୁ ନେଇ ପରୋକ୍ଷରେ ପାକିସ୍ତାନକୁ ଚେତାବନୀ ଦେଲେ ରାଜନାଥ

ଜଇପୁର,୧୬।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ରାଜସ୍ଥାନର ପୋଖରାନ ଗସ୍ତ କରିଛନ୍ତି। ଏଠାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କର...

ନଦୀକୁ ଖସିଲା ବରଯାତ୍ରୀ ବସ୍‌

ବୁନ୍ଦି,୨୬।୨: ରାଜସ୍ଥାନର ବୁନ୍ଦି ଜିଲାରେ ବୁଧବାର ସକାଳେ ଏକ ଅଘଟଣ ଘଟିଛି। ପାପଡ଼ି ଗାଁ ନିକଟରେ ଏକ ବରଯାତ୍ରୀ ବସ୍‌ ମେଜ୍‌ ନଦୀରେ ଖସିପଡ଼ିଥିବା ଜଣାପଡ଼ିଛି।...

ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୪ ଛୁଇଁଲା

ନୂଆଦିଲ୍ଲୀ,୨୬।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଦେଶରେ ୨୧ ଦିନିଆ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। କରୋନା ସଂକ୍ରମଣ...

୧୭୫ ବର୍ଷର ପୁରୁଣା ସ୍କୁଲ, ଯେଉଁଠି ଏବେ ବି ଗାନ୍ଧୀ ଟୋପି ପିନ୍ଧି ପଢୁଛନ୍ତି ଛାତ୍ର

ଭୋପାଳ, ୨୯।୯:ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିଟି ଜିନିଷକୁ ସାଇତି ରଖିବା ପାଇଁ ସବୁବେଳେ ପ୍ରଚେଷ୍ଟା ହୋଇଆସିଛି। ସେ ଟୋପି ହେଉ ଅବା ସେ ବ୍ୟବହାର...

ଚାଇନାର ‘କଶ୍ମୀର’ ମନ୍ତବ୍ୟକୁ ଭାରତର ବିରୋଧ

ନୂଆଦିଲ୍ଲୀ,୨୯ା୯(ପି.ଟି.): ଜାତିସଂଘରେ ଚାଇନା କଶ୍ମୀର ପ୍ରସଙ୍ଗ ଉଠାଇଥିବାରୁ ଭାରତ ଏହାର ଦୃଢ଼ ବିରୋଧ କରିଛି। ୟୁଏନ୍‌ଜିଏରେ ଉଦ୍‌ବୋଧନ ଦେଇ ଚାଇନା କହିଥିଲା, ଜାତିସଂଘ ନିୟମାବଳୀ, ସୁରକ୍ଷା...

ଅଭିନନ୍ଦନଙ୍କୁ ମିଳିପାରେ ସେନାର ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ,୮।୮: ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସରକାର ସେନାର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବାର ଯୋଜନା ରହିଥିବା ଜଣାପଡିଛି। ଗତ ଫେବୃୟାରୀ ୨୭ରେ...

ଚନ୍ଦ୍ରୟାନ-୨ର ବିଫଳତା ନେଇ ଯୁବକ କଲେ ହଙ୍ଗାମା: ଅଧଘଣ୍ଟା ଅଟକି ରହିଲା ଟ୍ରେନ୍‌

ଭୋପାଳ,୧୧।୯: ଚନ୍ଦ୍ରୟାନ-୨ର ବିଫଳତା ମଧ୍ୟପ୍ରଦେଶରେ ଜଣେ ଯୁବକ ହଙ୍ଗାମା କରିଛନ୍ତି। ଯୁବକଙ୍କ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାଗର ଅଞ୍ଚଳରେ ଭୋର୍‌...

Leave a comment

Your email address will not be published. Required fields are marked *