ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ ସଙ୍ଗିନ ମାମଲା ରହିଥିବାବେଳେ ୧୨ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଦେଇଥିବା ସତ୍ୟପାଠଗୁଡ଼ିକୁ ନ୍ୟାଶନାଲ ଇଲେକ୍‌ଶନ ଓ୍ବାଚ୍‌ ଏବଂ ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ ଅନୁଧ୍ୟାନ କରାଯାଇ ଏହା ପ୍ରକାଶ କରାଯାଇଛି।
୯ ରାଜ୍ୟର ୭୧ ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ସେହି ଆସନଗୁଡ଼ିକ ହେଲା ବିହାର (୫), ଜମ୍ମୁ ଓ କଶ୍ମୀର (୧), ଝାଡ଼ଖଣ୍ଡ (୩), ମଧ୍ୟପ୍ରଦେଶ (୬), ମହାରାଷ୍ଟ୍ର (୧୭), ଓଡ଼ିଶା (୬), ରାଜସ୍ଥାନ (୧୪), ୟୁପି (୧୩) ଏବଂ ପଶ୍ଚିମବଙ୍ଗ (୮)। ଏହି ଆସନଗୁଡ଼ିକରେ ୯୪୩ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୯୨୮ ଜଣଙ୍କ ସତ୍ୟପାଠକୁ ଏଡିଆର୍‌ ବିଶ୍ଳେଷଣ କରିଛି। ଅନ୍ୟ ୧୫ ପ୍ରାର୍ଥୀ ନିଜର ସମ୍ପୂର୍ଣ୍ଣ ସତ୍ୟପାଠ ଏବଂ ଉପଯୁକ୍ତ ଦସ୍ତାବିଜର ନକଲ ଦାଖଲ କରି ନ ଥିବାରୁ ସେମାନଙ୍କ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇନାହିଁ। ତେବେ ଉପରୋକ୍ତ ସତ୍ୟପାଠଗୁଡ଼ିକରୁ ସ୍ପଷ୍ଟ ହୋଇଛି ଯେ, ୪ ପ୍ରାର୍ଥୀ ସେମାନଙ୍କ ବିରୋଧରେ ହତ୍ୟା ମାମଲା ବିଚାରାଧୀନ ଥିବା ମାନିଛନ୍ତି। ସେହିପରି ୨୪ ପ୍ରାର୍ଥୀ ନିଜ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରହିଥିବା କହିଛନ୍ତି। ୪ ପ୍ରାର୍ଥୀଙ୍କ ବିରୋଧରେ ଅପହରଣ, ୨୧ ଜଣଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ଏବଂ ୧୬ ପ୍ରାର୍ଥୀଙ୍କ ନାମରେ ଘୃଣା ମନ୍ତବ୍ୟ ନେଇ ମାମଲା ରୁଜୁ ହୋଇଛି। ଦଳଗୁଡ଼ିକ ମଧ୍ୟରେ ଦେଖିଲେ ଚତୁର୍ଥ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଭାଜପାର ୫୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୫ ଜଣ ନିଜ ବିରୋଧରେ ଆପରାଧିକ ମାମଲା ଚାଲିଥିବା ସତ୍ୟପାଠରେ ଘୋଷଣା କରିଛନ୍ତି। ସେହିପରି କଂଗ୍ରେସର ୫୭ରୁ ୧୮, ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୫୪ରୁ ୧୧, ଶିବସେନାର ୨୧ରୁ ୧୨ ଏବଂ ସ୍ବାଧୀନ ଭାବେ ଲଢ଼ୁଥିବା ୩୪୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ପ୍ରମୁଖ ଦଳଗୁଡ଼ିକ ମଧ୍ୟରେ ଭାଜପାର ୨୦ ପ୍ରାର୍ଥୀଙ୍କ ବିରୋଧରେ ସଙ୍ଗିନ ଆପରାଧିକ ମାମଲା ବିଚାରାଧୀନ ଅଛି। ସେହିପରି କଂଗ୍ରେସର ୯, ବିଏସ୍‌ପିର ୧୦, ଶିବସେନାର ୯ ଏବଂ ୪୫ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ଏଭଳି ମାମଲା ଚାଲିଛି ବୋଲି ଏଡିଆର୍‌ ପକ୍ଷରୁ କୁହାଯାଇଛି। ୭୧ ଲୋକ ସଭା ଆସନ ମଧ୍ୟରୁ ୩୭ଟି ଏପରି ଆସନ ରହିଛି, ଯେଉଁଠି ୩ କିମ୍ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ବିରୋଧରେ ଆପରାଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରାଧୀନ ଅଛି।


All Right Reserved By

ବୁଡିଗଲାଣି କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ

ଗୁଆହାଟି,୧୬।୭: ଆସାମର ପ୍ରାୟ ୩୦ଟି ଜିଲାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ଏଠାକାର ପାଖାପାଖି ୪ହଜାର ୧୫୭ଟି ଗାଁ ଟାପୁରେ ପରିଣତ ହୋଇଛି। ଏହି ବନ୍ୟାରେ...

ବିଜେପି କାର୍ଯ୍ୟାଳୟ ତାଲା ଭାଙ୍ଗି ନିଜ ଦଳର ନାଁ ଲେଖିଲେ ମମତା

କୋଲକାତା,୩।୬: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀ ରାମ’ ରାଜନୀତି ତେଜିବାରେ ଲାଗିଛି। ଦୁଇ ଦଳ ମଧ୍ୟରେ ପରସ୍ପର କାର୍ଯ୍ୟାଳୟ ଉପରେ ଦଖଲକୁ ନେଇ ଏବେ ବୟାନବାଜି...

ପ୍ରଥମେ ବ୍ୟକ୍ତି, ପରେ ଦଳ:ଗଜପତି ମହାରାଜା

ପୁରୀ ଅଫିସ,୨୪ା୪: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମଙ୍ଗଳବାର ସକାଳେ ଗଜପତି...

୩ ଦିନ ଡେରିରେ ପଶ୍ଚିମବଙ୍ଗ ନଦିଆ ଜିଲାରେ ପାଳିତ ହେଲା ସ୍ବାଧୀନତା ଦିବସ

କୋଲକତା,୧୮।୮: ଭାରତରେ ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳିତ ହୋଇଥିବା ବେଳେ ୩ ଦିନ ଡେରିରେ ରବିବାର ପଶ୍ଚିମବଙ୍ଗ ନଦିଆ ଜିଲାରେ ସ୍ବାଧୀନତା ଦିବସ ପାଳିତ...

ରାତିରେ ବିଧାନସଭାରେ ଥିବା ଭାଜପା ନେତାଙ୍କ ପାଇଁ ରାତ୍ରଭୋଜନର ବ୍ୟବସ୍ଥା କରିଥିଲା କଂଗ୍ରେସ

ବେଙ୍ଗାଲୁରୁ,୧୯।୭: କର୍ନାଟକର ରାଜନୀତି ସଙ୍କଟକୁ ନେଇ ଏବେ ସବୁଠି ଚର୍ଚ୍ଚା। ଗୁରୁବାର କୁମାରସ୍ବାମୀ ସରକାରଙ୍କ ଆସ୍ଥା ଭୋଟ ହୋଇ ପାରି ନ ଥିଲା। ଏଥିରେ ଅଡିବସି...

ହରତାଳରେ ବସିଲେ ୩ ଲକ୍ଷ ଡାକ୍ତର

ନୂଆଦିଲ୍ଲୀ, ୩୧।୭: ନ୍ୟାଶ୍‌ନାଲ ମେଡିକାଲ କାଉଂସିଲ୍‌ ବିଲ୍‌ ୨୦୧୯କୁ ବିରୋଧ କରି ବୁଧବାର ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌(ଆଇଏମଏ) ପକ୍ଷରୁ ଦେଶବ୍ୟାପୀ ହଡତାଳ ଘୋଷଣା କରାଯାଇଛି। ଏଥିରେ...

କର୍ନାଟକ ନାଟକ: ସୁପ୍ରିମକୋର୍ଟ ଗଲେ କୁମାରସ୍ବାମୀ

ବେଙ୍ଗାଲୁରୁ,୧୯।୭: କର୍ନାଟକ ସଙ୍କଟ ବେଳକୁ ବେଳ ନୂଆ ରୂପ ନେଉଛି। ରାଜ୍ୟପାଳ ଭଜୁଭାଇ ଭାଲା ଶୁକ୍ରବାର ସନ୍ଧ୍ୟା ୬ଟା ପୂର୍ବରୁ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ...

ମାତ୍ର ଗୋଟିଏ ନିଷ୍ପତ୍ତିରେ ରୋଜଗାର ହରାଇଲେ ୧୬ହଜାର କର୍ମଚାରୀ

ନୂଆଦିଲ୍ଲୀ,୧୯।୪: ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ ଏୟାରଓ୍ବେଜ୍‌ ତା’ର ଉଡାଣକୁ ଅସ୍ଥାୟୀ ଭାବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି। ଫଳରେ ଏଥିରେ କାମ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *