ପ୍ରଶାସନିକ ଦୃଷ୍ଟି ଆଢୁଆଳରେ ପ୍ରାଥମିକ ବିଦ୍ୟାଳୟ: ଅଧାପନ୍ତରିଆ ଅବସ୍ଥାରେ ନିର୍ମାଣ କାର୍ଯ୍ୟ

ନୂଆଗାଁ,୨୨।୬(ଡି.ଏନ୍‌.ଏ.): ଦେଶରୁ ନିରକ୍ଷରତା ଦୂର କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ପିଲାମାନେ ସ୍କୁଲ ଯିବା ପ୍ରତି ଉତ୍ସାହିତ କରିବା ନିମନ୍ତେ ମାଗଣା ପୋଷାକ, ମଧ୍ୟାହ୍ନଭୋଜନ ଓ ବିନା ମୂଲ୍ୟରେ ପୁସ୍ତକ ଆଦି ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଛି। ତେବେ ପିଲାମାନେ ପାଠ ପଢ଼ିବା ପାଇଁ ଅପରିହାର୍ଯ୍ୟ ପାଲଟିଥିବା ଶ୍ରେଣୀଗୁଡ଼ିକୁ ସମ୍ପୂର୍ଣ୍ଣ ନିର୍ମାଣ କରାଯାଉ ନ ଥିବାରୁ ବିଭିନ୍ନ ମହଲରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି। ନୟାଗଡ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତସ୍ଥ ଚକାପଥର ଗ୍ରାମରେ ୫ ବର୍ଷ ହେଲା ଏକ ବିଦ୍ୟାଳୟର ଶ୍ରେଣୀଗୃହ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଏହା ଅଧାପନ୍ତରିଆ ଅବସ୍ଥା ପଡ଼ିରହିଛି। ତେଣୁ ପ୍ରାଥମିକ ବିଦ୍ୟାଳୟଟି ଏ ପର୍ଯ୍ୟନ୍ତ ପ୍ରଶାସନିକ ଦୃଷ୍ଟି ଆଢ଼ୁଆଳରେ ରହିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଏହି ଗ୍ରାମରେ ବାସ କରୁଥିବା ୩୫ ଆଦିବାସୀ ପରିବାର ପିଲାମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ୨୦୦୮ ମସିହାରେ ଚକାପଥର ପ୍ରାଥମିକ ସ୍କୁଲ ପ୍ରତିଷ୍ଠା କରାଯାଇଥିଲା । ୧ମଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ପଢ଼ାଇବା ପାଇଁ ମାତ୍ର ୨ଜଣ ଶିକ୍ଷକଙ୍କୁ ଏଠାରେ ନିଯୁକ୍ତ କରାଯାଇଛି। । ସ୍କୁଲ ଆରମ୍ଭ ପରେ ଶ୍ରେଣୀଗୃହର ଅଭାବ ଯୋଗୁ ଅଧିକ ଗୃହ ନିର୍ମାଣ ହେବା ଯାଏ ଗ୍ରାମର ଅନ୍ୟ କୋଠଘରେ ପିଲାଙ୍କୁ ପଢ଼ାଇବା ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। ତେବେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମବାସୀ ବାରମ୍ବାର ଅନୁରୋଧ ପରେ ସରକାର ୨୦୦୯ରେ ୫ ଲକ୍ଷ ୯୫ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିଲେ। ସେହି ଟଙ୍କାରେ ତତ୍କାଳୀନ ପ୍ରଧାନ ଶିକ୍ଷକଙ୍କ ନେତୃତ୍ୱରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ଅଧା କାମ କରି ପ୍ରଧାନ ଶିକ୍ଷକ ଅବଶିଷ୍ଟ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ପୂର୍ବକ ମାମଲା ରୁଜୁ ହୋଇଥିଲା । ଏହାପରେ ସ୍କୁଲର ଗୃହ ନିର୍ମାଣ କାର୍ଯ୍ୟ ଅଟକି ରହିଛି । ଇତିମଧ୍ୟରେ ସ୍କୁଲ୍‌ ଚାଲୁଥିବା କୋଠଘରଟି ମଧ୍ୟ ନଷ୍ଟ ହୋଇଯାଇଥିବାରୁ ଏହାର ମରାମତି କରିବା ଗ୍ରାମବାସୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ତେବେ ଗୃହ ନିର୍ମାଣ ପାଇଁ ଆସିଥିବା କଣ୍ଟିଜେନ୍ସି ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେଉଛି ସେ ହିସାବ ମଧ୍ୟ କାହା ପାଖରେ ନ ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ପରିସ୍ଥିତିରେ ବିଦ୍ୟାଳୟ ଗୃହ ତୁରନ୍ତ ନିର୍ମାଣ କରିବା ପାଇଁ ସ୍କୁଲ ପରିଚାଳନା କମିଟି ସଭାପତି ଅମର ପ୍ରଧାନ ଓ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଛନ୍ତି। ତେବେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଯୋଗୁ ପିଲାମାନେ ଅନ୍ୟ ସ୍କୁଲରେ ନାମ ଲେଖାଇବାକୁ ବାଧ୍ୟ ହୋଇଛନ୍ତି। ଗୃହ ନିର୍ମାଣ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜୟଶ୍ରୀ ଜେନାଙ୍କୁ ପଚାରିବାରୁ ସେ କହିଥିଲେ, ଭିଜିଲାନ୍ସ ମୋକଦ୍ଦମା ନ ତୁଟିବା ଯାଏ କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ନୁହେଁ ।


All Right Reserved By Dharitri.Com

୧୦ ଦଫା ଦାବିରେ ବାଣୀବିହାର ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, କୁଳପତିଙ୍କୁ ଘେରିଲେ ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୬।୯(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ସୋମବାର ଛାତ୍ର ଉତ୍ତେଜନା ଦେଖାଦେଇଛି। ୧୦ ଦଫା ଦାବି ନେଇ ଛାତ୍ରୀଛାତ୍ର ତାତିଛନ୍ତି। ଏ ନେଇ ସେମାନେ କୁଳପତିଙ୍କୁ ତାଲା...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୫(ବ୍ୟୁରୋ): ମୋଦି ସରକାରଙ୍କ ନୂତନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ। ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବେଳେ ପ୍ରତାପ ଷଡ଼ଙ୍ଗୀ...

ଫନୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ନୂଆ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର, ୩୦ା୫(ବ୍ୟୁରୋ) : ବୁଧବାର ଶପଥ ଗ୍ରହଣ ଉତ୍ସବ ପରେ ନୂତନ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶକ୍ତି ବିଭାଗ ପରିଦର୍ଶନ କରି...

କରୋନା ପାଇଁ ହାଇକୋର୍ଟଙ୍କ କଟକଣା: ୩୧ ପର୍ଯ୍ୟନ୍ତ କୌଣସି ମାମଲା ତାଲିକାଭୁକ୍ତ ହେବ ନାହିଁ, କୋର୍ଟରେ ନିୟୋଜିତ ରହିବେ ଡାକ୍ତର

କଟକ ଅଫିସ, ୨୩।୩: କରୋନା ମୁକାବିଲା ନେଇ ହାଇକୋର୍ଟରେ ବିଚାର ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି। ୨୩ ତାରିଖ ପାଇଁ ତାଲିକାଭୁକ୍ତ ମାମଲାର ଶୁଣାଣି ସ୍ଥଗିତ...

ଖରିଫ୍‌ ବିପଣନ ଋତୁ: ୨୦୧୯-୨୦; ଧାନ ସଂଗ୍ରହ କାର୍ଯ୍ୟରେ ପୂର୍ଣ୍ଣ ସ୍ବଚ୍ଛତା ଅଣାଯିବ : ମନ୍ତ୍ରୀ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ)- ଚଳିତ ଖରିଫ୍‌ ବିପଣନ ଋତୁ ୨୦୧୯-୨୦ ବର୍ଷରେ ଧାନ ସଂଗ୍ରହ କାର୍ଯ୍ୟକୁ ଅନ୍‌ଲାଇନ୍‌ ମାଧ୍ୟମରେ ସ୍ବଚ୍ଛ ଏବଂ ଅଧିକ ଫଳପ୍ରଦ କରାଯିବା ପାଇଁ ପଦକ୍ଷେପ...

କରୋନା: ସ୍ବଚ୍ଛତା ହିଁ ପ୍ରତିଷେଧକ

କରୋନା ଏକ ଆର୍‌ଏନ୍‌ଏ ଭୂତାଣୁ, ଏଚ୍‌ଆଇଭି ଭଳି। ଏହିପରି ଭୂତାଣୁ ଶରୀରର ପ୍ରତିରୋଧକ ଶକ୍ତିକୁ ଅକାମୀ କରି କାୟା ବିସ୍ତାର କରେ ଓ ମଣିଷର ଶ୍ୱାସକ୍ରିୟାକୁ...

ପାଲସୁଙ୍କୁ ପରିଶ୍ରମ ଦେଇଛି ସଫଳତା

ଗୋବିନ୍ଦପାଲି, ୧୩ା୩(ଡି.ଏନ.ଏ.): ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଟାଣିଗୁଡାର ପାଲସୁ ପାଙ୍ଗିଙ୍କୁ ପରିଶ୍ରମ ଦେଇଛି ସଫଳତା। ଜଣେ ସଫଳ କଦଳୀ ଚାଷୀ ରୂପେ ସେ ନିଜର...

ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବା ଦାବିରେ ଆନ୍ଦୋଳନ

ଜଗତ୍‌ସିଂହପୁର ଅଫିସ, ୧୫।୨: ସ୍ଥାନୀୟ କଲେଜ ଛକ ନିକଟ ଅସ୍ଥାୟୀ ଡମ୍ପିଂୟାର୍ଡ ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ଅଳିଆ ଗଦାରେ ନିଆଁ ଲଗାଇ...

Leave a comment

Your email address will not be published. Required fields are marked *