ମହାବୀର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ବନ୍ତଳା,୨୨।୬(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ନିମନ୍ତେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ମହାବଳ ମହାବୀରର ଗତ ନଭେମ୍ବର ୧୪ରେ ମୃତ୍ୟୁ ଘଟିଥିଲା। ବେକରେ ସଂକ୍ରମଣ ଯୋଗୁ ମହାବଳର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଏନ୍‌ଟିସିଏର ବିଶେଷଜ୍ଞମାନେ ଭିନ୍ନ ରିପୋର୍ଟ ଦେଇଥିଲେ। ଫଳରେ କେଉଁ କାରଣରୁ ମହାବଳ ମହାବୀରର ମୃତ୍ୟୁ ଘଟିଲା ତାହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବାରୁ ଶୁକ୍ରବାର ଅବସରପ୍ରାପ୍ତ ପିସିସିଏଫ ଶରତ ପଟ୍ଟନାୟକ ସାତକୋଶିଆକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ତଦନ୍ତ ସମୟରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପ ରାଜ କରାଟେ, ସାତକୋଶିଆ ଡିଏଫଓ ରାମସ୍ବାମୀ ପି.ଙ୍କ ସମେତ ୩ ଜଣ ଏସିଏଫ ଉପସ୍ଥିତ ଥିଲେ।


All Right Reserved By Dharitri.Com

ସପ୍ତାହେ ପରେ ନିର୍ବାଚନ ଫଳ: ପ୍ରାର୍ଥୀ ଜାଳିଲେଣି ଅଖଣ୍ଡ ଦୀପ

ବଅଁରପାଳ, ୧୭।୫(ଡି.ଏନ୍‌.ଏ.) ଆସନ୍ତା ୨୩ ତାରିଖରେ ହେବ ଭୋଟ ଗଣତି। ପରିସମାପ୍ତି ଘଟିବ ଫଳାଫଳକୁ ନେଇ ଥିବା ସବୁ ଉତ୍କଣ୍ଠା, ଉଦ୍ଦୀପନାର। ଭୋଟରମାନେ କାହାକୁ ପସନ୍ଦ...

ତାତିଲେ ରାଣୀଗୋଡ଼ାବାସୀ : ବିଜୁଳି ଦିଅ, ନ ହେଲେ ଆନ୍ଦୋଳନ

ଅନୁଗୋଳ ଅଫିସ, ୧୬।୫- ଅନୁଗୋଳ ଉପକଣ୍ଠ ରାଣୀଗୋଡ଼ା ନାୟକ ସାହିର ଲୋକେ ଅନୁଗୋଳ ସେସୁ କାର୍ଯ୍ୟାଳୟ ଆଗରେ ବୁଧବାର ଧାରଣା ଦେଇଥିଲେ। ଗ୍ରାମରେ ଲୋ ଭୋଲଟେଜ୍‌...

ବନ ବିଭାଗକୁ ଦନ୍ତା ଚିନ୍ତା : ଅଧିକ ହିଂସ୍ର ହେଉଛି

ଢେଙ୍କାନାଳ ଅଫିସ, ୮ା୬ – ଢେଙ୍କାନାଳ-ଅନୁଗୋଳ ଜିଲା ସୀମାନ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତା ଅଧିକ ହିଂସ୍ର ହେବାରେ ଲାଗିଛି। ତାଳଚେରରେ ୫ଜଣଙ୍କୁ...

ନିଆରା ମଣିଷ ମନ୍ଦରଧର ସାହୁ: ଦିନରେ କାକୁଡି ବେପାରୀ, ରାତିରେ କଳାର ପୂଜାରୀ

ବନ୍ତଳା,୧୭ା୫-୧୯୬୪ରେ ବନ୍ତଳା ସରକାରୀ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ। ଚାକିରି ପାଇଁ ସମସ୍ତ ଯୋଗ୍ୟତା ମଧ୍ୟ ଥିଲା। ହେଲେ କଳାର ନିଶା ତାଙ୍କୁ ଏପରି ମତୁଆଲା...

ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉ: ୧୮୦୦ ଲିଟର ପୋଚ ନଷ୍ଟ

ଭୁବନ,୧୭।୫(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ଭୁବନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୮୦୦ ଲିଟର ମହୁଲ ପୋଚ ସହ...

ଧୁଡୁକି ଦେଉଛି ପେଟକୁ ଦାନା

କାମାକ୍ଷାନଗର, ୧୬।୬(ଡି.ଏନ୍‌.ଏ.) – ଭଜନ ହେଉକି ଆଧୁନିକ ଗୀତ, ବେଶ୍‌ ମାନେ ତାଙ୍କ କଣ୍ଠକୁ। ଆଉ ସେଥିରେ ଯେବେ ମିଶିଯାଏ ଧୁଡୁକିର ମନଛୁଅଁା ରାଗ, ମତୁଆଲା...

ବର୍ଷା ନାହିଁ, ଜମିରେ ଚରୁଛନ୍ତି ଗୋରୁ

ଢେଙ୍କାନାଳ ଅଫିସ,୧୬ା୭ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଓ କଣ୍ଟାବଣିଆ ଥାନା ଅଞ୍ଚଳରେ ବର୍ଷା ଅଭାବ ନେଇ ଚାଷୀ ହତାଶ ହୋଇପଡିଛନ୍ତି। ଦୁଇ ସପ୍ତାହ ତଳେ...

ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ

ଛେଣ୍ଡିପଦା,୨୯।୬(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଶୁକ୍ରବାର ଜନୈକା ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିଲା। ଲୋକଲଜ୍ଜା ଭୟରେ ଘରେ କେହି ନ ଥିବା...

Leave a comment

Your email address will not be published. Required fields are marked *