ଶୀତଲଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ବିଧାୟକ

ଭଦ୍ରକ ଅଫିସ, ୨୨।୬ – ୧୧ ମାସ ତଳେ ଭଦ୍ରକ ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଶୀତଲ ସାହୁଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ବହନ କରିବେ ବୋଲି ଘୋଷଣା କରିଛନ୍ତି। ବିଧାୟକ ମଲ୍ଲିକ ଶୀତଲଙ୍କ ଘର ରାହାଞ୍ଜରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଏଥିସହ ସେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଶୀତଲଙ୍କ ବାପା ସୁବାସଙ୍କୁ ଆଶ୍ୱାସନା ଦେଇଛନ୍ତି। ଗଣମାଧ୍ୟମରୁ ଶୀତଲଙ୍କ ଅବସ୍ଥା ବିଷୟରେ ଜାଣି ବିଧାୟକ ତାଙ୍କ ଘରକୁ ଯାଇ ଆଶୁ ଆରୋଗ୍ୟ କାମନା କରିଥିଲେ। ଶୀତଲଙ୍କୁ ନିଜ ଧର୍ମ ଝିଅ ଭାବେ ଆଦରି ନେଇ ତାଙ୍କୁ ଘରୋଇ ହସ୍ପିଟାଲରେ ସୁସ୍ଥ କରାଇବେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ଦୁର୍ଘଟଣାରେ ଶୀତଲଙ୍କ ବଡ଼ଭଉଣୀ ଶ୍ୱେତା ସହ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଶୀତଲ ଅଳ୍ପକେ ବଞ୍ଚିଯାଇ ୧୧ ମାସ ଧରି ଚିକିତ୍ସାଧୀନ ରହିଆସିଛନ୍ତି। ବିଧାୟକଙ୍କ ଏହି କେଇପଦ କଥା ଶୀତଲ ଓ ତାଙ୍କ ପରିବାର ଲୋକଙ୍କ ମନରେ ଖୁସି ଆଣିଦେଇଛି।


All Right Reserved By Dharitri.Com

ହଦଗଡ଼ ଡ୍ୟାମ୍‌ର ସୁରକ୍ଷା ନେଇ ପ୍ରଶ୍ନବାଚୀ

ହାଟଡିହୀ, ୧୦।୬(ଶୁଭକାନ୍ତ ନାୟକ)-କେନ୍ଦୁଝର ଓ ଭଦ୍ରକ ଜିଲାକୁ କେନାଲ ଯୋଗେ ଜଳସେଚନ ସୁବିଧା ଯୋଗାଉଥିବା ହଦଗଡ଼ ଡ୍ୟାମର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେନ୍ଦୁଝର...

ମାନସିକ ବିକୃତ ବୃଦ୍ଧଙ୍କ ଉନ୍ମତ୍ତ କାଣ୍ଡ: ୨ ସ୍ତ୍ରୀଙ୍କୁ ହତ୍ୟା ପରେ କଲେ ଆତ୍ମହତ୍ୟା

ବାରିପଦା ଅଫିସ,୨୨।୫: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ସଂଖାଭଙ୍ଗା ପଞ୍ଚାୟତ ତାଡ଼କିଶୋଲ ଗ୍ରାମର ଗୋଟିଏ ପରିବାରର ୨ ମହିଳା ଓ ଜଣେ ବୃଦ୍ଧଙ୍କ...

୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ...

ମନ୍ଦିର ଉଚ୍ଛେଦକୁ ନେଇ ବିରୋଧ

ବାଲେଶ୍ୱର ଅଫିସ, ୨୯।୧-ବାଲେଶ୍ୱର ସହର ମୁଖ୍ୟରାସ୍ତା ଓଟିରୋଡ୍‌କୁ ସମ୍ପ୍ରସାରଣ ଲାଗି ଆଇଟିଆଇସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ଭଙ୍ଗାଯିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଦୀର୍ଘଦିନ ହେଲା ମନ୍ଦିର...

ପଣପଣା ସମବାୟ ସମିତି ଆଗରେ ଚାଷୀଙ୍କ ଧାରଣା

ବାହାନଗା, ୮।୬(ଡି.ଏନ.ଏ.)-ବିକ୍ରି ହୋଇଥିବା ଧାନର ପ୍ରାପ୍ୟ ପାଇଁ ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତି ଆଗରେ ଶୁକ୍ରବାର ଚାଷୀମାନେ ଧାରଣା ଦେଇଥିଲେ। ୧୫ ଦିନ...

ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଜାଇଲୋ: ୪ ମୃତ, ୫ ଗୁରୁତର

ବାଲେଶ୍ୱର ଅଫିସ, ୨୩।୩: ପଶ୍ଚିମବଙ୍ଗ ଦାନ୍ତୁନ୍‌ ଥାନା ଅନ୍ତର୍ଗତ ନେକୁରସୁନି ଏନ୍‌ଏଚ୍‌ ୬୦ରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ...

ବର୍ଷକରେ ୬ ବିଡିଓଙ୍କ ବଦଳି: ବ୍ଲକରେ ଉନ୍ନୟନ କାମ ବାଧାପ୍ରାପ୍ତ

ବାହାନଗା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ବିଚିତ୍ର ନୀତି ଦେଖିବାକୁ ମିଳିଛି ା ୨୦୧୮-୨୦୧୯ ବର୍ଷକ ମଧ୍ୟରେ ୬ଜଣ ବିଡିଓ ଆସିଲେଣି। ତେବେ କେହି ସ୍ଥାୟୀ...

‘ମିଳିଥିବା ଜମି ବାସୋପଯୋଗୀ ନୁହେଁ’

ବାଲେଶ୍ୱର ଅଫିସ, ୨୧।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ରୁ ଭୂମିହୀନ ଚିହ୍ନଟ ହୋଇ ହିଡ଼ିଗାଁ ପଞ୍ଚାୟତରେ ୩୧ଜଣ ଆଦିବାସୀ ୫ବର୍ଷ ପୂର୍ବରୁ...

Leave a comment

Your email address will not be published. Required fields are marked *