ମନ୍ଦିର ପରିଚାଳନାରେ ଅବ୍ୟବସ୍ଥା:ପାଣିଟାଙ୍କିରେ ମଲାକାଉ

ଆରଡ଼ି, ୨୨।୬ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆରଡ଼ିର ବାବା ଆଖଣ୍ଡଳମଣି ମନ୍ଦିର ପରିଚାଳନାରେ ତ୍ରୁଟି ଘଟିଛି। ମନ୍ଦିର ରୋଷେଇ ଘର ଛାତ ଉପରେ ଥିବା ଏକ ପାଣିଟାଙ୍କିରେ ମଲାକାଉ ପଡ଼ିଥିବା ଶୁକ୍ରବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ସେବାୟତ ଓ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘଦିନ ପରେ ମନ୍ଦିର କର୍ମଚାରୀମାନେ ରୋଷେଇ ଘର ଓ କାର୍ଯ୍ୟାଳୟ ଛାତ ଉପରେ ଥିବା ପାଣିଟାଙ୍କି ସଫା କରୁଥିଲେ। ଏକ ପାଣିଟାଙ୍କିରେ ମଲାକାଉ ଦେଖି ସେମାନେ ଏହାକୁ କୌଶଳରେ ଫିଙ୍ଗି ଦେବାକୁ ଉଦ୍ୟମ କରୁଥିବା ବେଳେ କେତେକ ସେବାୟତଙ୍କ ନଜରକୁ ଆସିଥିଲା ବୋଲି ସୂଚନା ମିଳିଛି।
ଉଲ୍ଲେଖନୀୟ ଯେ, ମଲାକାଉ ପଡ଼ିଥିବା ପାଣିଟାଙ୍କିରୁ ଜଳ ନେଇ ପ୍ରତିଦିନ ସେବାୟତମାନେ ରୋଷେଇ କାର୍ଯ୍ୟ ସମାପନ କରିଥାନ୍ତି। ଏଥିସହିତ ସର୍ବସାଧାରଣ ମଧ୍ୟ ଏହି ଟାଙ୍କିର ଜଳ ବ୍ୟବହାର କରନ୍ତି। ହେଲେ ଦାୟିତ୍ୱହୀନ ଭାବେ ମନ୍ଦିର ପରିଚାଳକ ଓ କର୍ମଚାରୀ ପାଣିଟାଙ୍କିର ଢାଙ୍କୁଣି ଅଛି କି ନାହିଁ, ତାହାର ତଦାରଖ ନ କରିବାରୁ ମନ୍ଦିର ପରିଚାଳନା ତ୍ରୁଟି ନେଇ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ସେବାୟତମାନେ ଅଭିଯୋଗ କରିଛନ୍ତି। ଏଥିନେଇ ସେମାନେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଏ ସମ୍ପର୍କରେ ଯୁବ ସେବାୟତ ମାନସ କୁମାର ପାଢ଼ୀ ପାଣିଟାଙ୍କିରେ ମଲାକାଉ ଭାସିବା ଏବଂ ଏହି ପାଣିକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯିବା ଅତ୍ୟନ୍ତ ନିନ୍ଦନୀୟ କଥା ବୋଲି କହିଛନ୍ତି। ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କୁ ପଚାରିବାରୁ କହିଛନ୍ତି, ଫନୀ ବାତ୍ୟାରେ ପାଣିଟାଙ୍କିରୁ ଢାଙ୍କୁଣି ଉଡ଼ି ଯାଇଥିଲା। ପରେ ଏହାର ବ୍ୟବସ୍ଥା କରାଯାଇଥିଲା। ହେଲେ ପୁଣି କେବେ ଏହି ଢାଙ୍କୁଣି ଉଡ଼ିଯାଇଛି ତାହା ଜଣାନାହିଁ। ପରବର୍ତ୍ତୀ ସମୟରେ ଏଭଳି ତ୍ରୁଟି ଆଉ ହେବ ନାହିଁ ବୋଲି ସେ କହିଛନ୍ତି।


All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳକୁ ୪ଶହ ଲୋକ ସ୍ଥାନାନ୍ତର

ଖଇରା, ୨୦।୫(ଡି.ଏନ.ଏ.)-ସମ୍ଭାବ୍ୟ ବାତ୍ୟା ଅମ୍ଫନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନରେ ୩୭ ପଞ୍ଚାୟତରେ ୩୭ଟି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଝାଟିମାଟି...

ପୃଥ୍ବୀ-୨ର ଦୁଇଥର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୧।୧୧- ବାଲେଶ୍ୱର ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଣବିକ ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ରଖୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବୁଧବାର ରାତ୍ରିକାଳୀନ...

୫ବର୍ଷର ଶିଶୁକୁ ଛାଡି ମହିଳା ଫେରାର: ୨ ମାସ ପରେ ଉଦ୍ଧାର କଲା ଚାଇଲ୍ଡଲାଇନ

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ଥାନା ଅନ୍ତର୍ଗତ ମହିଷାମୁଣ୍ଡା ଗ୍ରାମରୁ ଏକ ୫ବର୍ଷର ଶିଶୁକୁ ଜିଲା ଚାଇଲ୍ଡ ଲାଇନ୍‌ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର...

ଜମି ବିବାଦରୁ ହତ୍ୟା: ବଡ଼ଭାଇ ଖଣ୍ଡା ଚୋଟରେ ସାନଭାଇର ଜୀବନ ଗଲା

ସିମୁଳିଆ, ୧୫।୧୦(ଡି.ଏନ.ଏ.)-ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା ଖଇରା ବ୍ଲକ ବିଷ୍ଣୁପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇ କୈଳାସ...

ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ

ଜଳେଶ୍ୱର/ଭୋଗରାଇ, ୧୯ା୮(ଡିଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ନଦୀ ନାଳ ଉଛୁଳିବା ଆରମ୍ଭ କରିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ସୁବର୍ଣ୍ଣରେଖାରେ ଚଳିତବର୍ଷର ପ୍ରଥମ...

ବସକୁ ଧକ୍କା ଦେଲା ଟ୍ରକ : ଜଣେ ଶିଶୁଙ୍କ ଜୀବନଗଲା

କେନ୍ଦୁଝର,୨୫ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା କାଞ୍ଜିପାଣି ଘାଟିରେ ବୁଧବାର ରାତିରେ ଏକ ଘରୋଇ ବସ ପଛରେ ଟ୍ରକ ଧକ୍କା ଦେବାରୁ ଜଣେ ୬ ବର୍ଷର ଶିଶୁଙ୍କ...

ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ: ୩ ଯୁବକଙ୍କୁ ପଡ଼ିଲା ମହଙ୍ଗା

ଭୋଗରାଇ,୫।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ୩ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଭିଡିଓ ଉତ୍ତୋଳନ ସମୟରେ ଗ୍ରାମବାସୀ ସେମାନଙ୍କୁ...

ଆରମ୍ଭ ହେଲା ରଜ ଉତ୍ସବ

ଆନନ୍ଦପୁର,୧୩ା୬(ସ୍ବ.ପ୍ର): ଘଷିପୁରା ଆଦର୍ଶ ସେବାସଂଘ ଆନୁକୂଲ୍ୟରେ ଆୟୋଜିତ  ରଜ ଉତ୍ସବ ଗ୍ୟାରେଜ ଛକ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ସଂଘର ସଭାପତି ଯଜ୍ଞ ପ୍ରସାଦ ସାହୁଙ୍କ ସଭାପତିତ୍ୱରେ...

Leave a comment

Your email address will not be published. Required fields are marked *