Posted inଖେଳ

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା କମିଟି (ସିଏସି)ର ସଦସ୍ୟ ଏବଂ ଆଇପିଏଲ ଫ୍ରାଞ୍ଚାଇଜର ମେଣ୍ଟର ଦାୟିତ୍ୱ ମଧ୍ୟରୁ ଗୋଟିଏ ବାଛିବାକୁ କହିଛନ୍ତି। ଦୁଇ ପୂର୍ବତନ ଖେଳାଳି ଡବଲ ପଦରେ ଥିବାରୁ କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ସ୍ଥିତି ସୃଷ୍ଟି ହେଉଛି। ଲକ୍ଷ୍ମଣ ଆଇପିଏଲ ଦଳ ସନରାଇଜର୍ସ ହାଇଦ୍ରାବାଦ ମେଣ୍ଟର ପଦରେ ଥିବାବେଳେ ଗାଙ୍ଗୁଲି ଦିଲ୍ଲୀ କ୍ୟାପଟାଲ୍ସ ଫ୍ରାଞ୍ଚାଇଜର ସମାନ ପଦରେ ରହିଛନ୍ତି। ଏହାବାଦ୍‌ ଗାଙ୍ଗୁଲି କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲ (ସିଏବି) ସଭାପତି ଦାୟିତ୍ୱରେ ମଧ୍ୟ ରହିଛନ୍ତି। ପୂର୍ବତନ ଅଧିନାୟକ ଏଭଳି ସ୍ଥିତିରୁ ବର୍ତ୍ତି ଯାଇଥିଲେ ମଧ୍ୟ ଲକ୍ଷ୍ମଣ ପ୍ରଥମ ଥର ଏଭଳି ସମସ୍ୟା ସମ୍ମୁଖୀନ ହୋଇଛନ୍ତି। ଜଣଙ୍କୁ ଗୋଟିଏ ପଦବି ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଲୋଧା କମିଟି ସୁପାରିସରେ ଉଲ୍ଲେଖଥିଲା। ସଚିନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମେଣ୍ଟର ପଦରେ ଥିଲେ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆସିନାହିଁ। କାରଣ ସିଏସି କମିଟିରୁ ଇସ୍ତଫା ଦେଇସାରିଛନ୍ତି। କିନ୍ତୁ ବର୍ତ୍ତମାନ ଗାଙ୍ଗୁଲି ଓ ଲକ୍ଷ୍ମଣଙ୍କୁ ଭାରତୀୟ କ୍ରିକେଟକୁ କେଉଁ ଭଳି ସାହାଯ୍ୟ କରିବେ, ତାହା ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ଜୈନ କହିଛନ୍ତି। ଗତ ଫେବୃୟାରୀରେ ସୁପ୍ରିମକୋର୍ଟଙ୍କ ଦ୍ୱାର ନିଯୁକ୍ତ ହୋଇଥିବା ଜୈନ ରବିନ ଉଥପ୍ପା ଓ ଇର୍ଫାନ ପଠାନଙ୍କ ଭଳି ସକ୍ରିୟ କ୍ରିକେଟରଙ୍କ କମେଣ୍ଟ୍ରି କରିବା ଉପରେ ମଧ୍ୟ ସ୍ପଷ୍ଟିକରଣ ଦେଇଛନ୍ତି। ସକ୍ରିୟ ଖେଳାଳିଙ୍କ ଉପରେ ଆସିଥିବା ଅଭିଯୋଗ ସମ୍ପର୍କରେ ସେ କହିଛନ୍ତି, କ୍ରିକେଟରଙ୍କୁ କମେଣ୍ଟ୍ରି କରିବାକୁ ମୁଁ ରୋକୁନାହିଁ। ମୁଁ କେବଳ ଲୋଧା କମିଟିଙ୍କ ସୁପାରିସକୁ କାର୍ଯ୍ୟକାରୀ କରୁଛି। କନ୍‌ପ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଅର୍ଥ କ’ଣ ମୁଁ ଜାଣିବା ପରେ ଏହି ନିଷ୍ପତ୍ତି ନେଇଛି। ଏହାକୁ ବୋର୍ଡ ଗ୍ରହଣ କରିବ କି ନାହିଁ ଜଣାନାହିଁ।


All Right Reserved By Dharitri.Com

Posted inଖେଳ View All

ଆଜି ଅଲଆଉଟ୍‌ ହୋଇପାରେ ବାଂଲାଦେଶ

କୋଲକାତା,୨୨।୧୧- ଐତିହାସିକ ଇଡେନ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି।...

ଝିଅ ସହ ନାଚିଲେ ଧୋନୀ

ଲିଡ୍ସ,୭।୭:ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ଆଇସିସି ବିଶ୍ୱକପ ଖେଳିବା ପାଇଁ...

‘କସ୍‌ମୋପଲିଟାନ୍‌’ କଭର୍‌ଷ୍ଟୋରୀରେ ଦୂତି

ଭୁବନେଶ୍ୱର,୯ା୭(ବ୍ୟୁରୋ)- ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅର୍ଜନ କରିଥିବା ଓଡ଼ିଆ କ୍ରୀଡାବିତ୍‌ ଦୂତି ଚାନ୍ଦ ବିଶ୍ୱର ସର୍ବାଧିକ ପ୍ରସାରିତ ଫ୍ୟାଶନ ମାଗାଜିନ୍‌ ‘କସ୍‌ମୋପଲିଟାନ୍‌’ର କଭର୍‌ ଷ୍ଟୋରୀରେ ସ୍ଥାନ ପାଇବାର ଗୌରବ...

ଗେଲ୍‌ଙ୍କ ପ୍ରତି ନାହିଁ ସହାନୁଭୂତି

ପୋର୍ଟ ଅଫ୍‌ ସ୍ପେନ,୧୦।୮- ଗତ ବିଶ୍ୱକପ୍‌ରେ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଅବସର ନେବେ ବୋଲି ଘୋଷଣା କରିଥିଲେ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌। ସିରିଜ୍‌ର...

ଇମ୍ରାନଙ୍କୁ ସେହ୍ବାଗଙ୍କ ଟାର୍ଗେଟ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି

ନୂଆଦିଲ୍ଲୀ,୪।୧୦: ହରଭଜନ ସିଂହ ଓ ମହମ୍ମଦ ଶାମିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ନିଜ...

ବଳାତ୍କାର ଅଭିଯୁକ୍ତ କୋଚ୍‌ଙ୍କୁ ବ୍ୟାନ କଲା ଏସ୍‌ଏଫ୍‌ଆଇ

ନୂଆଦିଲ୍ଲୀ,୬।୯(ପିଟି): ସୁଇମିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏସ୍‌ଏଫ୍‌ଆଇ) ଶୁକ୍ରବାର ଗୋଆ ଆସୋସିଏଶନ ଦ୍ୱାରା ବିଦା ହୋଇଥିବା କୋଚ୍‌ ସୁରଜିତ ଗାଙ୍ଗୁଲିଙ୍କୁ ବାସନ୍ଦ କରିଛି। ଗୋଆ ସୁଇମିଂ...

ବିଶ୍ୱ ବିଚ୍‌ ପେନ୍‌ଚାକ୍‌ ସିଲାଟ୍‌ ଚାମ୍ପିୟନଶିପ୍‌: ଭବାନୀଙ୍କୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୧୦।୧୦(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ବିଚ୍‌ ପେନ୍‌ଚାକ୍‌ ସିଲାଟ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣ ଥାଇଲାଣ୍ଡର ଫୁକେଟଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ...

ଆଇସିସି ବିଶ୍ୱକପ୍‌: ଶାକିବ୍‌ଙ୍କୁ ଉପଅଧିନାୟକ ଦାୟିତ୍ୱ

ଢାକା, ୧୬।୪- ଆସନ୍ତା ମେ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ର ଦ୍ୱାଦଶ ସଂସ୍କରଣ ଲାଗି ମଙ୍ଗଳବାର ବାଂଲାଦେଶ ଦଳ ଘୋଷଣା କରାଯାଇଛି।...

Leave a comment

Your email address will not be published. Required fields are marked *