ସାପ କାମୁଡାରେ ମା’, ଝିଅ ମୃତ

ପାପଡାହାଣ୍ଡି, ୨୧।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ଗ୍ରାମ କନାରୀ ଛୁଆଁରେ ସାପ କାମୁଡାରେ ଶୁକ୍ରବାର ମା’, ଝିଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ମା’ ବୁଦେଇ ଜାନୀ ଓ ଝିଅ ଅସ୍ତୁ (୧୨)। ମା’ଝିଅ ଗୁରୁବାର ରାତିରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବୁଦେଇଙ୍କ ହାତକୁ ସାପ କାମୁଡି ଦେଇଥିଲା। କ’ଣ କାମୁଡ଼ିଲା ଭାବି ସେ ହାତକୁ ଛାଟି ଦେବାରୁ ସାପଟି ଝିଅ ଉପରେ ପଡି ତାଙ୍କୁ ଚୋଟ ମାରିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


All Right Reserved By Dharitri.Com

ରେଳ ଟ୍ରାକ୍‌ରେ ଫସିଲା ଟ୍ରେଲର : ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ମୁଡ଼ିଗୁଡ଼ା,୧୩।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ରେଳ ଫାଟକ ନିକଟରେ ଶୁକ୍ରବାର ସକାଳେ ଏକ ଟ୍ରେଲରର ବ୍ରେକ୍‌ ଫେଲ ହୋଇଯିବାରୁ ରେଳ ଲାଇନ ଉପରେ ଫସିରହିଛି।...

ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ପରଲୋକ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଅନ୍ତ୍ୟେଷ୍ଟିକ୍ରିୟା

ନବରଙ୍ଗପୁର,୨୭ା୬(ବି.ପ୍ର.)- ସ୍ବାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ୧୦୩ ବର୍ଷରେ ପରଲୋକ ଘଟିଛି। ନବରଙ୍ଗପୁର ସହରସ୍ଥିତ ସୁନାରୀ ସାହିରେ ଥିବା ତାଙ୍କ ନିଜ ବାସଭବନଠାରେ ପୂର୍ବାହ୍ନ ୧୦.୧୫ମିନିଟ୍‌ରେ...

ସାବେରୀ ନଦୀରେ ଭାସି ଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି,୯।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଛତିଶଗଡ଼ ପଡିଆ ଥାନା ଅଞ୍ଚଳ ସାବେରୀ ନଦୀ କୂଳରେ ଥିବା ସିଙ୍ଗାଣିଗୁଡ଼ା ଗ୍ରାମର ଲାକା ପଡ଼ିଆମି ନଦୀରେ ଭାସି ଯାଇ ନିଖୋଜ...

ପେଟପାଟଣାରେ ବନ୍ଧା ପଡ଼ିଛି ପାରା ଅଲିମ୍ପିକର ସ୍ବପ୍ନ: ଶ୍ରମିକ ସାଜିଛନ୍ତି ଅନ୍ତର୍ଜାତୀୟ କରାଟେକା

ରାୟଗଡ଼ା ଅଫିସ,୧୫।୧୦ପିଲା ବୟସରେ ମା’ ଚାଲିଗଲେ। ପୋଲିଓ ଯୋଗୁ ଡାହାଣ ଗୋଡ଼ ତାଙ୍କୁ ଦିବ୍ୟାଙ୍ଗ ସଜେଇଦେଲା। ପେଟ ପାଇଁ ଚା’ ଦୋକାନରେ କାମ କରୁଥିଲେ ସେ।...

ଉପାନ୍ତ ସହରର ଆକର୍ଷଣ ପ୍ରେମ ପାହାଡ଼

ରାୟଗଡ଼ା ଜିଲାର ୩୫ଟି ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଜିଲା ପ୍ରଶାସନ ପର୍ଯ୍ୟଟନ ବିଭାଗକୁ ଯେଉଁ ପ୍ରସ୍ତାବ ତାଲିକା ପଠାଇଛନ୍ତି ସେଥିରେ ପ୍ରେମ...

ଏସ୍‌ଏନ୍‌ସିୟୁରେ ନର୍ସଙ୍କ ଟିକ୍‌ଟକ ମାନିଆ: ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଗଲା

ମାଲକାନଗିରି, ୨୭।୬(ଡି.ଏନ୍‌.ଏ.)- ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ବତନ୍ତ୍ର ନବଜାତ ଶିଶୁ ଯତ୍ନ ୟୁନିଟ୍‌ରେ କାର୍ଯ୍ୟରତ ନର୍ସମାନେ ଟିକ୍‌ଟକ କରୁଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ...

ନବରଙ୍ଗପୁର ଜିଲାର ୨ବିଧାନସଭା ଆସନରେ ବିଜେଡି, ୨ଟିରେ ଭାଜପା ଆଗୁଆ

ନବରଙ୍ଗପୁର, ୨୩।୫(ବି.ପ୍ର.)- ନବରଙ୍ଗପୁର ଜିଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨ଟିରେ ଭାଜପା ଓ ୨ଟିରେ ବିଜେଡି ଆଗୁଆ ରହିଛି। ନବରଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର...

ମୋଟୁର ସିଲେରୁ ନଦୀରେ ସେତୁ ନିର୍ମାଣ ପରେ ୩୩୨ ମିଟର ଆପ୍ରୋଚ ରୋଡ୍‌ ନିର୍ମାଣରେ ପ୍ରଶାସନର ବିଳମ୍ବ: ଗ୍ରାମବାସୀ ନିର୍ମାଣ କଲେ ରାସ୍ତା

ମାଲକାନଗିରି,୧୯।୭(ଡି.ଏନ୍‌.ଏ): ଗୁରୁପ୍ରିୟା ସେତୁ ପରେ ମାଲକାନଗିରି ଜିଲାବାସୀଙ୍କ ବହୁ ପ୍ରତୀକ୍ଷିତ ଅନ୍ୟ ଏକ ସ୍ବପ୍ନ ମୋଟୁର ସିଲେରୁ ନଦୀ ଉପରେ ପୋଲ ନିର୍ମାଣ ପରେ ମଧ୍ୟ...

Leave a comment

Your email address will not be published. Required fields are marked *