ଦର୍ଶକଙ୍କ ମନ ମୋହିଲା କଳାହାଣ୍ଡି ଘୁମୁରା ନୃତ୍ୟ

ତାଳଚେର,୨୫ା୪(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପୁରୀର ସ୍ବାମୀ ଅଖଣ୍ଡରାଜ ମହାରାଜ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଜଗନ୍‌ ମୋହନ ଗଡନାୟକ, ସଞ୍ଜୟ କୁମାର ସାହୁ, ମୁରଲୀଧର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ତାଳଚେରର ଅମୃତା ଅନୁଷ୍ଠାନ, ଗୁରୁ ଜି.ଅମିତ୍‌ କୁମାରଙ୍କ ନିର୍ଦ୍ଦେଶନାରେ ମୟୁରୀ ଡ୍ୟାନ୍ସ ଗ୍ରୁପ ଏବଂ ଗୁରୁ ନିରଞ୍ଜନ ରାଉତଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ନୁପୁର ଡ୍ୟାନ୍ସ୍‌ ଗ୍ରୁପ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲେ। ସେହିପରି ଏଫ୍‌ସିସିଆଇ ବିକ୍ରମପୁରର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପାରମ୍ପରିକ ଆଦିବାସୀ ନୃତ୍ୟ ଓ କଳାହାଣ୍ଡି ଭବାନୀପାଟଣାର ମୃଣ୍ମୟୀ କଲଚରାଲ ସୋସାଇଟିର କଳାକାରମାନଙ୍କ ଘୁମୁରା ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି କାର୍ଯ୍ୟକ୍ରମକୁ ମୁକୁନ୍ଦ ଶତପଥୀ ଓ ସଞ୍ଜୀବ ପଟ୍ଟନାୟକ ପରିଚାଳନା କରିଥିଲେ।


All Right Reserved By

ବିଭୂତି ପ୍ରଧାନ ୧୬୯୧ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୩ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୩୦,୩୭୫ ଭୋଟ ପାଇଛନ୍ତି। ତାଙ୍କ...

ଭିନ୍ନ ମୋଡ଼ ନେଲା ନାବାଳକ ଅପହରଣ ଅଭିଯୋଗ:କିନ୍ନର ସଂଘ ସଦସ୍ୟଙ୍କ ସହ ଯିବାକୁ ଜିଦ୍‌

ଅନୁଗୋଳ ଅଫିସ,୧୮।୬ଅନୁଗୋଳ ଜିଲା କଲିୟରୀ ଥାନା ଅଞ୍ଚଳର ଜଣେ ନାବାଳକଙ୍କୁ କେହି ଅପହରଣ କରି ନେଇଥିବା ଗତ ମାସ ୨୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା।...

ବଅଁରପାଳ ପୋଲିସକୁ ଦୁର୍ବୃତ୍ତଙ୍କ ଚ୍ୟାଲେଞ୍ଜ : ଭୁଜାଲିରେ ହାଣି ଲୁଟି ନେଲେ ଟଙ୍କା

ବଅଁରପାଳ,୧୩।୭(ଡି.ଏନ.ଏ.) – ବଅଁରପାଳ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ୩ ଦୁର୍ବୃତ୍ତ। ଶୁକ୍ରବାର ଅପରାହ୍ନରେ ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ଭୁଜାଲି ଦେଖାଇ ଓ ଜଣେ ବ୍ୟବସାୟୀଙ୍କୁ...

ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଲା : ନିର୍ମାଣ ହୋଇପାରୁନି ସମ୍ମୁଖ ରାସ୍ତା

ଢେଙ୍କାନାଳ ଅଫିସ,୨୮ା୫ ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡରେ ନିର୍ମିତ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବର୍ଷେ ପୂରିଯାଇଛି। ହେଲେ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇପାରୁନି ଚିକିତ୍ସାଳୟରୁ...

ବିଜେଡିରେ ମିଶିଲେ ପାଲଲହଡ଼ା ବ୍ଲକ ଉପାଧ୍ୟକ୍ଷା

ପାଲଲହଡା,୫।୬(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡା ବ୍ଲକ ଉପାଧ୍ୟକ୍ଷା ଲିଲି ପ୍ରଧାନ ମଙ୍ଗଳବାର ଭାଜପା ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ପାଲଲହଡା ବିଧାୟକ ମୁକେଶ କୁମାର ପାଲଙ୍କ...

ବିଜେଡି, ଭାଜପା ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

କାମାକ୍ଷାନଗର, ୨୦।୪(ଡି.ଏନ୍‌.ଏ.)- ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ମଝିରେ  ମାତ୍ର ୩ ଦିନ ଥିବାବେଳେ ପ୍ରାର୍ଥୀମାନେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ରାଜ୍ୟ ରାଜନୀତିର ପ୍ରମୁଖ ଦଳ...

ବିରଳ ଅହିରାଜକୁ ଗୁଳି କରି ଶିକାର

ବନ୍ତଳା,୧୦।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ବାରଗୌଣିଆ ପାଣ୍ଡୁରୀଶୁଣି ପାହାଡ଼ରେ ବୁଧବାର ସକାଳେ ଏକ ବିରଳ ପ୍ରଜାତିର ଅହିରାଜକୁ ଗୁଳି କରି ଶିକାର କରିଛନ୍ତି ଶିକାରୀ।...

ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ବିବାହ ସମ୍ପନ୍ନ : ରୋଶଣିରେ କମ୍ପିଲା ଦେଓଗଁ।

ଢେଙ୍କାନାଳ ଅଫିସ, ୮।୬- ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଉତ୍ସବମୁଖର ହୋଇଉଠିଛି ଢେଙ୍କାନାଳର ଜିଲାର ପ୍ରମୁଖ ଶୈବପୀଠ। ବାଜାବାଣ, ରୋଶଣି ସାଙ୍ଗକୁ ଶିବସ୍ତୋତ୍ରରେ ପରିବେଶ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *