Posted inଖେଳ

ମହିଳା ଫିଫା ବିଶ୍ୱକପ୍‌:ନକ୍‌ଆଉଟ୍‌ ପର୍ଯ୍ୟାୟରେ କାମେରୁନ

ପ୍ୟାରିସ,୨୧।୬(ଏଏଫ୍‌ପି)- ମ୍ୟାଚ୍‌ର ଅତିରିକ୍ତ ମିନିଟ୍‌ରେ ଆଜାରା ନଚଟଙ୍କ ଗୋଲ ଯୋଗୁ କାମେରୁନ ୨-୧ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇ ଦେଇଛି। ଏହି ରୋମାଞ୍ଚକ ବିଜୟ ସହ କାମେରୁନ ଦଳ ଚଳିତ ମହିଳା ଫିଫା ବିଶ୍ୱକପ୍‌ର ନକ୍‌ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଧାର୍ଯ୍ୟ ୯୦ ମିନିଟ୍‌ ଶେଷ ପରେ ମ୍ୟାଚ୍‌ ରେଫରି ଅତିରିକ୍ତ ୫ ମିନିଟ୍‌ ଦେଇଥିଲେ। ସମୟ ଶେଷ ହେବାର ୧୦ ସେକେଣ୍ଡ ପୂର୍ବରୁ ନଚଟଙ୍କ ଗୋଲ କାମେରୁନକୁ ମ୍ୟାଚ୍‌ ଜିତାଇ ଦେଇଥିଲା। ଏଥିପୂର୍ବରୁ ସେ ମ୍ୟାଚ୍‌ର ୫୭ ମିନିଟ୍‌ରେ ଦଳ ଲାଗି ପ୍ରଥମ ଗୋଲ ସ୍କୋର କରିଥିଲେ। ଜବାବରେ କାମେରୁନ ଖେଳାଳି ଅରେଲ ଅବୋନା ଆତ୍ମଘାତୀ ଗୋଲ ଦେଇଥିଲେ। ବିଜୟ ଯୋଗୁ କାମେରୁନ ୩ ପଏଣ୍ଟ ସହ ଗ୍ରୁପ ଇ’ର ୩ୟ ସ୍ଥାନ ହାସଲ କରିଛି। ୧୬ ଦଳ ବିଶିଷ୍ଟ ନକ୍‌ଆଟ୍‌ ପର୍ଯ୍ୟାୟରେ ୬ ଗ୍ରୁପ୍‌ର ଶୀର୍ଷ ଦୁଇ ଦଳ ଓ ସର୍ବାଧିକ ପଏଣ୍ଟ ସହ ୩ୟ ସ୍ଥାନରେ ଥିବା ୪ ଦଳ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳିବ।


All Right Reserved By Dharitri.Com

Posted inଖେଳ View All

ହାମିଲଟନ ଜିତିଲେ ମେକ୍ସିକାନ ଗ୍ରାଁ ପ୍ରି

ମେକ୍ସିକୋ ସିଟି, ୨୮ା୧୦ (ଏଏଫ୍‌ପି)-ମର୍ସିଡିଜ୍‌ରେ ଲୁଇସ୍‌ ହାମିଲଟନ ମେକ୍ସିକାନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ଜିତିିଛନ୍ତି। ଚଳିତ ସିଜନରେ ଏହା ହେଉଛି ତାଙ୍କର ୧୦ମ ଟାଇଟଲ। ଫେରାରିର...

ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା

ମୁମ୍ବାଇ,୧୦।୬- କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୦୭ ଟି୨୦ ବିଶ୍ୱକପ୍‌ ହିରୋ...

ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଦଳ ଘୋଷିତ; ଶୁବମନ ନୂଆ ମୁହଁ

ନୂଆଦିଲ୍ଲୀ,୧୩।୯(ପି.ଟି.)- ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଟେଷ୍ଟ ଦଳ ଘୋଷଣା ହୋଇଛି। ଦଳରେ ଏକାଧିକ ଅଦଳବଦଳ କରାଯାଇି। ଖରାପ୍‌ ଫର୍ମ ପାଇଁ...

ରଣଜୀ ଅଧିନାୟକ ବୈଠକ : ଡିଆରଏସ୍‌ ଲାଗୁ,କଏନ ଟସ୍‌ ବାତିଲ ନେଇ ସହମତି

ମୁମ୍ବାଇ, ୧୮।୫(ପି.ଟି.)- ଏଠାରେ ଶୁକ୍ରବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କନ୍‌କ୍ଲେଭ ବା ବୈଠକରେ ରାଣଜୀ ଅଧିନାୟକ ଓ କୋଚ୍‌ମାନେ ଅଂଶଗ୍ରହଣ କରିଥିଲେ।...

ଜମ୍ମୁ-କଶ୍ମୀର ତରଫରୁ ଖେଳିପାରିବେ ଲଦାଖ ଖେଳାଳି

ନୂଆଦିଲ୍ଲୀ,୬।୮(ପି.ଟି.)- ବର୍ତ୍ତମାନ ନୂଆକରି ଗଠିତ ହୋଇଥିବା କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରୁ ଖେଳାଳିମାନେ ଜମ୍ମୁ-କଶ୍ମୀର ତରଫରୁ ଆଗାମୀ ଘରୋଇ ସେସନରେ ପ୍ରତନିଧିତ୍ୱ କରିପାରିବେ ବୋଲି ମଙ୍ଗଳବାର କ୍ରିକେଟ...

ବାର୍ସିଲୋନାରେ ଜାପାନ ମିଡ୍‌ ଫିଲ୍ଡର ଆବେ

ଟୋକିଓ, ୧୨ା୭ (ଏଏଫ୍‌ପି): ଜାପାନର ଆଟାକିଂ ମିଡ୍‌ ଫିଲ୍ଡର ହିରୋକି ଆବେ ଏଫ୍‌ସି ବାର୍ସିଲୋନାରେ ଯୋଗ ଦେବେ। ଶୁକ୍ରବାର ସେ ନିଜେ ଏ ସମ୍ପର୍କରେ ସୂଚନା...

ଫାଇନାଲରେ ହକି ଓଡ଼ିଶା

କଟକ ଅଫିସ,୨୨ା୫- ହକି ଇଣ୍ଡିଆ ଆନୁକୂଲ୍ୟରେ ଛତିଶଗଡ଼ର ରାୟପୁରଠାରେ ଚାଲିଥିବା ୯ମ ସବ୍‌ଜୁନିୟର ବାଳକ ଜାତୀୟ ଚାମ୍ପିୟନଶିପ-୨୦୧୯ (ଡିଭିଜନ-ଏ)ରେ ହକି ଓଡ଼ିଶା ଦଳ ଫାଇନାଲରେ ପ୍ରବେଶ...

ଦଶନ୍ଧିରେ ଦ୍ୱିତୀୟ ବୋଲର ବ୍ରଡ

ସେଞ୍ଚୁରିୟାନ,୨୭।୧୨- ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡ୍‌ ଗୁରୁବାର ଚଳିତ ଦଶନ୍ଧିର ଦ୍ୱିତୀୟ ବୋଲର ଭାବେ ୪୦୦ ଉଇକେଟ ନେବାର ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ ଜେମ୍ସ...

Leave a comment

Your email address will not be published. Required fields are marked *