Posted inଜାତୀୟ

ଯୋଗ ଦିବସରେ ମନ୍ତ୍ରୀଙ୍କୁ ଜୋତା ପିନ୍ଧାଇଲେ ସରକାରୀ କର୍ମଚାରୀ

ଶାହଜହାଁପୁର,୨୧।୬: ଉତ୍ତରପ୍ରଦେଶର ଶାହଜହାଁପୁରରେ ଯୋଗ ଦିବସ ଅବସରରେ କ୍ୟାବିନେଟ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀଙ୍କ ଏକ ଫଟୋ ଭାଇରାଲ ହୋଇଛି। ଜଣେ ସରକାରୀ କର୍ମଚାରୀ ତାଙ୍କୁ ଜୋତା ପିନ୍ଧାଉଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଲକ୍ଷ୍ମୀନାରାୟଣ ଏଠାରେ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ। ଏହି ଅବସରରେ ପୂର୍ବତନ ସ୍ବରାଷ୍ଟ୍ର ମନ୍ତ୍ରୀ ଚିନ୍ମୟାନନ୍ଦ ଓ ଡିଏମ୍‌ ଅମୃତ ତ୍ରିପାଠୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଯୋଗ କରିବା ପରେ ଲକ୍ଷ୍ମୀନାରାୟଣଙ୍କୁ ଜୋତା ପିନ୍ଧିବାର ଥିଲା। ହେଲେ ସେ ତଳକୁ ନଇଁ ପାରି ନ ଥିଲେ। ଏହା ପରେ ଜଣେ ବ୍ୟକ୍ତି ତାଙ୍କୁ ନିଜ ହାତରେ ଜୋତା ପିନ୍ଧାଇ ଦେଇଥିଲେ। ତେବେ ଏହି ବ୍ୟକ୍ତି ଜଣଙ୍କ ସରକାରୀ କର୍ମଚାରୀ ବୋଲି କୁହାଯାଉଛି। ଅପରପକ୍ଷରେ ଜୋତା ପିନ୍ଧାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳ: ୧୦ ମନ୍ତ୍ରଣାଳୟ ଉପରେ ୫ ଲକ୍ଷ ଜରିମାନା

ନୂଆଦିଲ୍ଲୀ,୧୦।୨: ଖାଦ୍ୟ ସୁରକ୍ଷା ଆଇନ ଲାଗୁ କରିବାରେ ବିଫଳତା ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମ୍‌କୋର୍ଟ ବର୍ଷିଛନ୍ତି। କେନ୍ଦ୍ରର ୧୦ଟି ମନ୍ତ୍ରଣାଳୟ ଉପରେ ଏନେଇ ସୁପ୍ରିମ୍‌କୋର୍ଟ...

ରାଜନାଥଙ୍କ ଗାଡ଼ି ସାମ୍ନାକୁ ଆସି ମୋଦିଙ୍କୁ ଭେଟିବାକୁ କହିଲେ ଯୁବକ

ନୂଆଦିଲ୍ଲୀ,୩।୧୨: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷାରେ ଅବହେଳା ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ସଂସଦ ଭବନ ବାହାରେ ରାଜନାଥଙ୍କ ଗାଡ଼ି ସମ୍ମୁଖକୁ ହଠାତ୍‌ ଆସି ଜଣେ...

ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି ଠାକରେ ପରିବାରର ପ୍ରଥମ ସଦସ୍ୟ

ମୁମ୍ବାଇ,୩୧।୮: ମହାରାଷ୍ଟ୍ରର ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଆଗାମୀ ବିଧାନ ସଭା ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ବିଶେଷ ସୂତ୍ରରୁ...

ଦିଲ୍ଲୀରେ ବସ୍‌, ଟ୍ୟାକ୍ସି, ଅଟୋରିକ୍ସାକୁ ଅନୁମତି

ନୂଆଦିଲ୍ଲୀ,୧୯ା୫(ପି.ଟି.): କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିବା ପରେ କେତେକ ରାଜ୍ୟ ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏଥିରେ ସାଧାରଣ ପରିବହନ ସେବା...

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼...

ହସ୍ତାନ୍ତର କରାଗଲା ବିମାନ ବନ୍ଦରରୁ ଫେରିଯାଇଥିବା ୩ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୭।୪: ବିଦେଶରେ ମୃତ୍ୟୁ ହୋଇଥିବା ୩ ଭାରତୀୟଙ୍କ ମୃତଦେହ ୪ ଦିନ ହେବ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଫେରିଯିବା ପରେ ପୁଣିଥିରେ ସୋମବାର ସକାଳେ ସେମାନଙ୍କ...

କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ନେଗେଟିଭ

ଲକ୍ଷ୍ନୌ,୨୧।୩: କରୋନା ଭାଇରସକୁ ନେଇ ବଲିଉଡ୍‌ ଗାୟିକା କନିକା କପୁରଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ସବୁଆଡେ ହଇଚଇ ସୃଷ୍ଟି ହୋଇଥିଲା। କାରଣ ଏହି ବଲିଉଡ୍‌...

କୋଲେଷ୍ଟରଲ କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ଦୈନନ୍ଦିନ ଖାଦ୍ୟପେୟ ତାଲିକାର ଆମେ ବିଭିନ୍ନ ପ୍ରକାର ପନିପରିବା ବ୍ୟବହାର କରିଥାଉ। ଏସବୁ ପନିପରିବା ମଧ୍ୟରେ ଆଳୁର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ବିନା ଆଳୁରେ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *