ଅନୁଗୋଳ ଜିଲାରେ ୭୭.୩୭ ପ୍ରତିଶତ ମତଦାନ: ୫ କ୍ଷେତ୍ର ମଧ୍ୟରୁ ପାଲଲହଡ଼ାର ରେକର୍ଡ

ଅନୁଗୋଳ ଅଫିସ, ୨୫।୪- ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମୋଟ୍‌ ୭୭.୩୭ ପ୍ରତିଶତ ମତଦାତା ମତଦାନ କରିଥିବା ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ସର୍ବାଧିକ ମତଦାନ ହୋଇଥିବାବେଳେ ତାଳଚେରରେ ସର୍ବନିମ୍ନ ଥିବା ଜିଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ରିପୋର୍ଟ ପଠାଯାଇଛି। ସେହିପରି ମତଦାନ ସମୟରେ ୧୭ଟି ଇଭିଏମ୍‌ ଓ ୮ଟି ଭିଭିପିଏଟି ଅଚଳ ସମ୍ପର୍କିତ ତଥ୍ୟ ମଧ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି। ତେବେ ଗ୍ରାମାଞ୍ଚଳର ଗୋଟିଏ ଗୋଟିଏ ମତଦାନ କେନ୍ଦ୍ରରେ ଶତପ୍ରତିଶତ ଭୋଟ ପଡ଼ିଥିବାବେଳେ ଆଉ କେତେକ କେନ୍ଦ୍ରରେ ୮୦ ପ୍ର୍ରତିଶତରୁ ଊର୍ଦ୍ଧ୍ୱ ମତଦାତା ମତଦାନ କରିଛନ୍ତି। ସହରାଞ୍ଚଳ ଗୁଡ଼ିକରେ ମତଦାନ ହାର ୪୦ରୁ ୪୫ ପ୍ରତିଶତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ୫ଟି ନିର୍ବାଚନମଣ୍ଡଳୀରେ ହୋଇଥିବା ମୋଟ୍‌ ୧୧୬୩ ମତଦାନ କେନ୍ଦ୍ରରେ ୭ ଲକ୍ଷ ୫୩ ହଜାର ୮୭୦ ଜଣ ଭୋଟ ଦେଇଛନ୍ତି। ସେଥିମଧ୍ୟରୁ ମହିଳାଙ୍କ ସଂଖ୍ୟା ୩ ଲକ୍ଷ ୬୩ ହଜାର ୯୯୫ ଥିବା ବେଳେ ୩ ଲକ୍ଷ ୮୯ ହଜାର ୮୭୪ ଜଣ ପୁରୁଷ ନିଜ ମତ ସାବ୍ୟସ୍ତ କରିଛନ୍ତି। ୫ ନିର୍ବାଚନମଣ୍ଡଳୀ ମଧ୍ୟରୁ ୩ଟିରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ଅନୁଗୋଳ ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୧୭ ହଜାର ୫୭୩ ଜଣ ମତାଦାତାଙ୍କ ମଧ୍ୟରୁ ୭୩.୩୩ ପ୍ରତିଶତ ଅର୍ଥାତ୍‌ ୧ ଲକ୍ଷ ୫୯ ହଜାର ୫୪୯ ଜଣ ମତସାବ୍ୟସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୮୩ ହଜାର ବା ୭୩.୪୯% ରହିଛି। ସେହିପରି ୭୩.୧୬ ଅର୍ଥାତ୍‌ ୭୫ ହଜାର ୭୦୩ ଜଣ ମହିଳା ମତଦାନ କରିଛନ୍ତି। ତାଳଚେର ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ ଲକ୍ଷ ୭୮ ହଜାର ୬୦୯ ଭୋଟରଙ୍କ ମଧ୍ୟରୁ ୭୨.୫ ପ୍ରତିଶତ ବା ୧ ଲକ୍ଷ ୨୯ ହଜାର ୪୯୧ ଜଣ ଭୋଟ ଦେଇଛନ୍ତି। ସେଥିରେ ପୁରୁଷଙ୍କ ସଂଖ୍ୟା ୬୯ ହଜାର ୮୫ (୭୨.୮୭%) ଓ ୭୨.୧୧ ପ୍ରତିଶତ ବା ୬୦ ହଜାର ୪୦୬ ମହିଳା ମତଦାନ କରିଛନ୍ତି। ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୭ ହଜାର ୨୮୨ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୬ ହଜାର ୧୩ ଜଣ (୮୦.୯ ପ୍ରତିଶତ) ମତସାବ୍ୟସ୍ତ କରିଛନ୍ତି। ଏଠାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୨୮ ଥିବା ବେଳେ ସେଥିରୁ ୮୦.୩ ପ୍ରତିଶତ ହାରରେ ୮୬ ହଜାର ୪୫୪ ଜଣ ମତଦାନ କରିଛନ୍ତି। ସେହିପରି ୯୯ ହଜାର ୨୪୮ ମହିଳା ଭୋଟରଙ୍କ ମଧ୍ୟରୁ ୭୯ ହଜାର ୫୫୯ ଜଣ ବା ୮୦.୧୬ ପ୍ରତିଶତ ଭୋଟ ଦେଇଛନ୍ତି। ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୧ ହଜାର ୫୪୮ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୬୧ ହଜାର ୪୭୭ ଜଣ ମତସାବ୍ୟସ୍ତ କରିଛନ୍ତି। ଏଠାରେ ଭୋଟହାର ରହିଛି ୮୦.୧୨ ପ୍ରତିଶତ। ୧ ଲକ୍ଷ ୨ ହଜାର ୮୦୨ ପୁରୁଷ ଭୋଟରଙ୍କ ମଧ୍ୟରୁ ୭୮.୫୩ ପ୍ରତିଶତ ବା ୮୦ ହଜାର ୭୩୨ ଜଣ ଭୋଟ ଦେଇଛନ୍ତି। ସେହିପରି ମହିଳା ଭୋଟର ୯୮ ହଜାର ୭୪୩ରୁ (୮୧.୭୭% ) ୮୦ ହଜାର ୭୪୪ ଜଣ ମତଦାନ କରିଛନ୍ତି। ପାଲଲହଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍‌ ୧ ଲକ୍ଷ ୬୯ ହଜାର ୯୪୬ ଜଣ ଭୋଟରଙ୍କ ମଧ୍ୟରୁ ୧ ଲକ୍ଷ ୩୭ ହଜାର ୩୪୦ ଜଣ ମତସାବ୍ୟସ୍ତ କରିଛନ୍ତି। ଏଠାରେ ଭୋଟ ହାର ରହିଛି ୮୦.୮୧ ପ୍ରତିଶତ। ୮୭ ହଜାର ୬୦୮ ପୁରୁଷ ଭୋଟରଙ୍କ ମଧ୍ୟରୁ ୭୯.୬୨ ପ୍ରତିଶତ ହାରରେ ୬୯ ହଜାର ୭୫୭ ଜଣ ମତଦାନ କରିଥିବା ବେଳେ ୮୨.୦୬ ପ୍ରତିଶତ ମହିଳା ଭୋଟର ଅର୍ଥାତ୍‌ ୮୨ ହଜାର ୩୫୬ରୁ ୬୭ ହଜାର ୫୮୩ ଜଣ ସେମାନଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି। ବିଗତ ବର୍ଷଗୁଡ଼ିକ ଅପେକ୍ଷା ପାଲଲହଡ଼ାରେ ରେକର୍ଡ ମତଦାନ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ ପାର୍ଟି ମଙ୍ଗଳବାର ରାତି ୧୧ଟାରୁ ବୁଧବାର ମଧ୍ୟାହ୍ନ ମଧ୍ୟରେ ଇଭିଏମ୍‌ ଓ ଭିଭିପିଏଟି ମେଶିନକୁ ନିଜ ନିଜ କାଉଣ୍ଟରରେ ଜମା କରିଥିଲେ। ଅନୁଗୋଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମଙ୍ଗଳବାର ରାତିରେ ଜଣେ ପୋଲିଂ ଅଧିକାରୀ ବେହୋସ ହୋଇଯିବାରୁ ତାଙ୍କୁ ତୁରନ୍ତ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଉପଜିଲାପାଳ ତଥା ରିଟର୍ନିଂ ଅଫିସର ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି।


All Right Reserved By

ନୂତନ ଟାଟା ଅଲଟ୍ରା ଟି ୭ ବଜାରରେ

ଅନୁଗୋଳ ଅଫିସ, ୨୩।୭ ଟାଟା ମୋଟର୍ସ ପକ୍ଷରୁ ନୂଆ ଅଲଟ୍ରା ଟି ୭ର ଅନୁଗୋଳ ସହରରେ ବଜାର ପ୍ରବେଶ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ...

ସରିଲା ନିର୍ବାଚନ ପ୍ରଚାର: ଶେଷଦିନରେ କମ୍ପିଲା ଗାଁଠୁ ସହର

ଢେଙ୍କାନାଳ ଅଫିସ, ୨୨।୪: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରବିବାର ଶେଷ ହୋଇଛି ପ୍ରଚାର। ଅନ୍ତିମ ଦିବସରେ ପ୍ରମୁଖ ରାଜନୈତିକ ଦଳ ମଇଦାନରେ ଶକ୍ତି ପ୍ରଦର୍ଶନ କରିଛନ୍ତି।...

୬ବର୍ଷର ଶୁଭଲକ୍ଷ୍ମୀଙ୍କୁ ସିକିଲସେଲ୍‌: ଚିକିତ୍ସା ପାଇଁ ଟଙ୍କା ନାହିଁ

ପରଜଙ୍ଗ, ୨୮।୪(ଡି.ଏନ.ଏ.)-ଜୀବନ ଏତେ ସହଜ ନୁହେଁ, କଅଁଳ ବୟସରୁ ଏକଥାକୁ ବୁଝିସାରିଲେଣି ଶୁଭଲକ୍ଷ୍ମୀ। ଯେଉଁ ବୟସରେ ସାଙ୍ଗସାଥୀଙ୍କ ମେଳରେ ଖେଳିବୁଲିବା କଥା, ସେହି ସମୟରେ ସିକିଲ୍‌ସେଲ୍‌...

ଜିଲା ଚିକିତ୍ସାଳୟ ଦୁର୍ନୀତି ମାମଲା:ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲେ କର୍ମଚାରୀ

ଢେଙ୍କାନାଳ ଅଫିସ, ୪।୬ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ଦୁର୍ନୀତି ମାମଲାର ନିରପେକ୍ଷ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି...

ଭୋଟର ଲିଷ୍ଟରେ ଡିଲିଟ ଷ୍ଟାମ୍ପ: ୪ଘଣ୍ଟା ଅପେକ୍ଷା କଲେ, ଭୋଟ ନ ଦେଇ ଫେରିଲେ

ପରଜଙ୍ଗ, ୨୪।୪(ଡି.ଏନ୍‌.ଏ.)- ସକାଳ ୭ଟାରୁ ଅପେକ୍ଷା କରିଥିଲେ ଭୋଟ ଦେବାକୁ। ଦୀର୍ଘ ୪ ଘଣ୍ଟା ପରେ ବୁଥ୍‌ ଭିତରକୁ ଯିବାକୁ ମିଳିଲା ସୁଯୋଗ। ତଥାପି ମନରେ...

ବିରୋଧୀଙ୍କ ସବୁ ଅଙ୍କ ଭୁଲ କଲା ବିଜେଡି

ଅନୁଗୋଳ ଅଫିସ, ୨୫।୫- ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଅନୁଗୋଳ ଜିଲାରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ରାଜନୈତିକ ବିଶାରଦମାନେ ନାନା କଳ୍ପନାଜଳ୍ପନା କରୁଥିଲେ।...

ଦୁର୍ଘଟଣା ପରେ ବି ଚେତୁନି ପୋଲିସ, ଥାନା ସମ୍ମୁଖରେ ଥିବା ଜବତ ଟ୍ରକ୍‌କୁ ଧକ୍କାଦେଲା ହାଇଓ୍ବା

ପରଜଙ୍ଗ,୧୭।୭(ଡି.ଏନ୍‌.ଏ): ଢ଼େଙ୍କାନାଳ ଜିଲା ପରଜଙ୍ଗ ଥାନା ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ପରଜଙ୍ଗ ବଜାରରୁ ଭାଲୁମୁଣ୍ଡା ଆଡ଼କୁ ଯାଉଥିବା ହାଇୱା ଥାନା...

୪୨ ବର୍ଷରେ ବଇଣ୍ଡା ଚନ୍ଦନଯାତ୍ରା

( ପରିକ୍ଷିତ ସାହୁ ) ବଇଣ୍ଡା,୨୩।୫: ଆଠମଲ୍ଲିକ ଉପଖଣ୍ଡର ପ୍ରସିଦ୍ଧ ବଇଣ୍ଡା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାରଠାରୁ ଏହି ଯାତ୍ରା ଆରମ୍ଭ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *