ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ନଂ. ୧୩୩/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ଅଭିଯୋଗରୁ ପ୍ରକାଶ ଯେ, ରବିବାର ସକାଳ ୭ଟାରେ ସମ୍ପୃକ୍ତା ଦିବ୍ୟାଙ୍ଗ ଯୁବତୀ ଗାଧୋଇ ଯାଉଥିବାବେଳେ ୫ଜଣ ଯୁବକ ତାଙ୍କୁ ୩ କି.ମି. ଦୂର ଜଙ୍ଗଲକୁ ନେଇ ବଳାତ୍କାର କରିଥିଲେ। ଦୀର୍ଘ ସମୟ ଧରି ଯୁବତୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ପରେ ଗ୍ରାମବାସୀଙ୍କ ସହାୟତାରେ ଅପରାହ୍ନ ୪ଟାରେ ଯୁବତୀଙ୍କୁ ଏକ ମହୁଲଗଛ ମୂଳରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ତେବେ ଘଟଣା ସମ୍ପର୍କରେ କାହାକୁ ନ ଜଣାଇବା ପାଇଁ ଅଭିଯୁକ୍ତମାନେ ଧମକ ଦେଇଥିବାରୁ ଭୟରେ ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ। କିନ୍ତୁ ବୁଧବାର ଯୁବତୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଛେଣ୍ଡିପଦା ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା।  ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ଡାକ୍ତରଖାନା ଯାଇ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ବୟାନ ରେକର୍ଡ କରିଥିଲେ। ପୀଡିତାଙ୍କ ଡାକ୍ତରୀମାଇନା ସହ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।


All Right Reserved By

ଦାଦାଙ୍କ ଯୋଗୁ ଦହିବରା ବିକିପାରୁଛି

ଦିନେ କାମ ଖୋଜିବାକୁ ଘର ଘର ବୁଲୁଥିଲି। ମୂଲ ମଜୁରି କରି ପେଟ ପୋଷିବାକୁ ଚେଷ୍ଟା କରୁଥିଲି। ହେଲେ ଦାଦାଙ୍କ ଦହିବରା ବ୍ୟବସାୟ ଓ ଏକ...

ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକଙ୍କ ସମେତ ୨ ଜଣଙ୍କ ଜୀବନ ଗଲା

ତାଳଚେର,୧୭ା୬(ନି.ପ୍ର.) : ଅନୁଗୋଳ କଣିହାଁ ବ୍ଲକ ହଳଦିଆ କଟା ଥିବା ପାଉଁଶ ଇଟା ଫ୍ୟାକ୍ଟ୍ରିରେ ବିଦ୍ୟୁତ ଆଘାତରେ ମାଲିକଙ୍କ ସମେତ ୨ ଜଣଙ୍କର ଜୀବନ ଯାଇଛି।...

କୂଅରୁ ୫ ଫୁଟର ରଣାସାପ ଉଦ୍ଧାର: ବନ ବିଭାଗକୁ ହସ୍ତାନ୍ତର

ପରଜଙ୍ଗ,୩୦।୬(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ କଟାବାହାଳ ଗ୍ରାମର ରାମ ପ୍ରଧାନଙ୍କ ବାରିରେ ଥିବା କୂଅରୁ ରବିବାର ଏକ ୫ଫୁଟ ଲମ୍ବର ରଣାସାପ...

ଢେଙ୍କାନାଳ ବିଧାନସଭା: ସୁଧୀର ୪୮୨୦ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ବିଜେଡି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ହେଉଛି। ତୃତୀୟ ରାଉଣ୍ଡ ସୁଦ୍ଧା ଭୋଟ ୨୨,୮୩୬ ଖଣ୍ଡ ଭୋଟ...

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, ଅଞ୍ଚଳବାସୀ ଆତଙ୍କିତ

କାମାକ୍ଷାନଗର,୩୧।୫(ଡି.ଏନ.ଏ.)-କାମାକ୍ଷାନଗର ଏନ୍‌ଏସି ୧୦ ନମ୍ବର ଓ୍ବାର୍ଡରେ ଶୁକ୍ରବାର ଏକ ଭାଲୁ ଆକ୍ରମଣରେ ଭୁଲୁ ନାଏକଙ୍କ(୬୫) ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନାରେ...

ନୁନୁକାପଶିରେ ଲୋ ଭୋଲଟେଜ୍‌ ସମସ୍ୟା: ସମାଧାନ ନ ହେଲେ ଆନ୍ଦୋଳନ

ବଇଣ୍ଡା,୬।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ଗ୍ରାମରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ପୁରୁଣା ଟ୍ରାନ୍ସଫର୍ମରକୁ ହଟାଇ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା...

ତାଳଚେରରେ ବ୍ରଜକିଶୋର ବିଜୟୀ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ବିଜୟୀ ହୋଇଛନ୍ତି। ମୋଟ୍‌ ୨୯ ରାଉଣ୍ଡ ଗଣନା ହୋଇଥିବା ବେଳେ ବିଜେଡିର ବ୍ରଜକିଶୋର...

ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ ଯାଞ୍ଚ କଡ଼ାକଡ଼ି

ବଅଁରପାଳ,୨୨ା୪(ଡି.ଏନ୍‌.ଏ) : ଅନୁଗୋଳ ଜିଲା ବଅଁରପାଳର ବିଭିନ୍ନ ସ୍ଥାନରେ ସୋମବାର   ଫ୍ଲାଇଙ୍ଗ ସ୍କ୍ବାଡ ପକ୍ଷରୁ କଡ଼ାକଡ଼ି ଭାବେ ଯାଞ୍ଚ ଚାଲିଛି। ୫୫ନଂ ଜାତୀୟ ରାଜପଥ ପାର୍ଶ୍ୱରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *