Posted inଜାତୀୟ

ଏନ-୩୨ ବିମାନ ଦୁର୍ଘଟଣା: ୧୮ ଦିନ ପରେ ଆଜି ଘରେ ପହଞ୍ଚିବ ଶହୀଦଙ୍କ ମୃତଦେହ

ନୂଆଦିଲ୍ଲୀ, ୨୧।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ବିମାନ ଏନ-୩୨ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୩ଜଣଙ୍କ ଶହୀଦଙ୍କ ମୃତଦେହ ଶୁକ୍ରବାର ସେମାନଙ୍କ ଘରେ ପହଞ୍ଚିବ ବୋଲି ଜଣାପଡିଛି। ଗୁରୁବାର ଶହୀଦଙ୍କ ମୃତଦେହ ଦିଲ୍ଲୀ ଅଣାଯାଇଛି। ସେଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ, ଜୁନ୍‌ ୩ରେ ଆସାମର ଜୋରାହାଟରୁ ଉଡାଣ ଭରିବା ପରେ କେଉଁଆଡେ ନିଖୋଜ ହୋଇଯାଇଥିଲା। ନିଖୋଜର ଆଠ ଦିନ ପରେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏନ-୩୨ ବିମାନକୁ ଠାବ କରାଯାଇଥିଲ। ବିମାନରେ ଥିବା ୮ କ୍ରୁ ମେମ୍ବରଙ୍କ ସମେତ ୧୩ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।


All Right Reserved By Dharitri.Com

ଅସ୍ଥାନାଙ୍କୁ ସିବିଆଇର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୮।୩: ଲାଞ୍ଚ ଗ୍ରହଣ ମାମଲାରେ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଡିଏସ୍‌ପି ଦେବେନ୍ଦ୍ର କୁମାରଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କ୍ଲିନ୍‌ଚିଟ୍‌ ଦେଇଛି।...

ଜେଲ ଗଲେ ଆଇଏଏସ୍‌ ଅଫିସର

ଥିରୁଭାନନ୍ଥପୁରମ୍‌,୫ା୮(ପି.ଟି.) :ଆଇଏଏସ୍‌ ଅଫିସର ଶ୍ରୀରାମ ଭେଙ୍କିଟରମନ୍‌ଙ୍କ କାର୍‌ ଧକ୍କାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ତାଙ୍କୁ ଜେଲ୍‌ ପଠାଇଦିଆଯାଇଛି। ଗିରଫ ଆଇଏଏସ୍‌ ଅଫିସରଙ୍କୁ ଏକ ଘରୋଇ ହସ୍ପିଟାଲରେ...

ସିବିଏସ୍‌ଇ ବୋର୍ଡ: ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା

ନୂଆଦିଲ୍ଲୀ,୨୫।୫: ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକଶେନ(ସିବିଏସ୍‌ଇ)ର ବାକିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଶର ୧୫,୦୦୦ କେନ୍ଦ୍ରରେ ଅନୁଷ୍ଠିତ ହେବ। ସୋମବାର କେନ୍ଦ୍ର...

ସଫେଇ କର୍ମଚାରୀ ପଦ ଲାଗି ୭ ହଜାର ଇଞ୍ଜିନିୟରଙ୍କ ଆବେଦନ

କୋଏମ୍ବାଟୁର: ତାମିଲନାଡ଼ୁର କୋଏମ୍ବାଟୁରରେ ସଫେଇ କର୍ମଚାରୀ ପଦବୀ ଲାଗି ୭ ହଜାର ଇଞ୍ଜିଜିନିୟରଙ୍କ ଆବେଦନ ବେକାରି ସମସ୍ୟାର ବିକଳ ଚିତ୍ରକୁ ପଦାରେ ପକାଇଛି। ସିଟି କର୍ପୋରେଶନରେ...

ଫାଉଡା ଧରି ନାଳ ସଫା କଲେ ମନ୍ତ୍ରୀ

ଗ୍ବାଲିୟର,୩।୧୧: ମଧ୍ୟପ୍ରଦେଶ କ୍ୟାବିନେଟର ମନ୍ତ୍ରୀ ଥିବା ପ୍ରଦୁମ୍ନ ସିଂ ତୋମର ପୁଣିଥରେ ଫାଉଡା ଧରି ନାଳ ସଫା କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ବାଲିୟରରେ ତୋମାରଙ୍କର...

ଶିବସେନା ସହ ସରକାର ଗଠନକୁ ମିଳିଲା ଗ୍ରୀନ୍‌ ସିଗ୍‌ନାଲ

ନୂଆଦିଲ୍ଲୀ,୨୧।୧୧: କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ମହାରାଷ୍ଟ୍ରରେ ଶିବସେନା ସହ ସରକାର ଗଠନକୁ ନେଇ ଆଲୋଚନା ହୋଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା...

ସୂତାଖିଅରେ ସରକାର

ବେଙ୍ଗାଲୁରୁ,୧୦ା୭(ପି.ଟି.): କର୍ନାଟକର ଶାସକ କଂଗ୍ରେସ ଓ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌) ବିଧାୟକମାନେ ଇସ୍ତଫା ଦେବା ପରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି।...

ନିର୍ଭୟା ଅପରାଧୀଙ୍କୁ ଚୂଡ଼ାନ୍ତ ନୋଟିସ

ନୂଆଦିଲ୍ଲୀ,୧୯।୧୨(ଆଇଏଏନ୍‌ଏସ୍‌): ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅପରାଧୀଙ୍କୁ ବୁଧବାର ରାତିରେ ତିହାର ଜେଲ୍‌ ପ୍ରଶାସନ ଚୂଡ଼ାନ୍ତ ନୋଟିସ ଜାରି କରିଛନ୍ତି। ଯଦି ସେମାନେ...

Leave a comment

Your email address will not be published. Required fields are marked *