Posted inରାଜ୍ୟ

ଆସୁଛି ବାତ୍ୟା: ୩ରୁ ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଶ୍ରୀଲଙ୍କା ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୭ ତାରିଖ ବେଳକୁ ଏହା ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଶକ୍ତିଶାଳୀ ବାତ୍ୟାରେ ପରିଣତ ହେବ। ସାମୁଦ୍ରିକ ଝଡ଼ ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗ ତାମିଲନାଡୁ ଉପକୂଳ ଆଡ଼କୁ ଗତି କରିବା ସମ୍ଭାବନା ରହିଛି। ଆସନ୍ତା ୪ ତାରିଖ ବେଳକୁ ବାତ୍ୟା ଗତିପଥ ପରିବର୍ତ୍ତନ କରି ଦକ୍ଷିଣ ଆନ୍ଧ୍ର ଉପକୂଳକୁ ଛୁଇଁବ। ଏହା ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଗଞ୍ଜାମ, ଗଜପତି, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା ଆଦି ଜିଲାରେ ପବନ ବହିବା ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଆସନ୍ତା ଦୁଇଦିନ ମଧ୍ୟରେ ବାତ୍ୟାର ଗତି କେଉଁଆଡ଼କୁ ହେବ, ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏପ୍ରିଲ ମାସରେ ସାଧାରଣତଃ ବାତ୍ୟା ଓଡ଼ିଶାମୁହଁା ହୋଇ ନ ଥାଏ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ପାଣିପାଗ ବିଶାରଦ ମତ ଦେଇଛନ୍ତି।
ଗୋଟିଏପଟେ ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ମ ଥିବାବେଳେ ଗୁରୁବାରଠାରୁ ଆସନ୍ତା ୩୦ ତାରିଖ ଯାଏ ପ୍ରଚଣ୍ଡ ତାତି ପରିବେଶକୁ ଆହୁରି ଉତ୍ତପ୍ତ କରିବ। ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୪୫ଡିଗ୍ରୀ ଟପିଯିବ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ମଧ୍ୟ ଗୁଳୁଗୁଳି ଓ ପ୍ରବଳ ତାତିରୁ ନିସ୍ତାର ପାଇବେ ନାହିଁ। ୨୭ ତାରିଖରୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବୁଧବାର ୫ ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୩.୫ଡିଗ୍ରୀ ସେଲ୍‌ସିୟସ୍‌ ରହିଥିବା ବେଳେ ମାଲକାନଗିରି ୪୨, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ୪୦.୬, ବଲାଙ୍ଗୀରରେ ୪୦.୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀ ୩୯.୮, ସମ୍ବଲପୁର ୩୯.୨, ଅନୁଗୋଳ ୩୮.୭, ଝାରସୁଗୁଡ଼ା ଓ ହୀରାକୁଦ ୩୮.୬, କଟକ ୩୭.୪ ଓ ଭୁବନେଶ୍ୱରରେ ୩୭.୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ବାକି ସବୁ ଜିଲାରେ ତାପମାତ୍ରା ୩୨ଡିଗ୍ରୀ ଉପରେ ରହିଥିଲା। ତେବେ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଲୋକଙ୍କୁ ଭୟଭୀତ କରୁଛି। ବୁଧବାର ଅନେକ ସ୍ଥାନରେ ବର୍ଷା ସହ ଝଡ଼ତୋଫାନ ହୋଇଥିଲା। ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ ଆଦି ଜିଲାରେ ସ୍ବଳ୍ପ ପରିମାଣର ବର୍ଷା ହୋଇଥିଲା। ଗୁରୁବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ଗଜପତି ଆଦି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ପବନ ବହିବା ସମ୍ଭାବନା ରହିଛି। ଅନ୍ୟ ଜିଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


All Right Reserved By Dharitri.Com

ସମାଜ ଲାଗି ଉଦାହରନ୍‌ ସାଜିଛନ୍‌ ହଳ ଆର ରାତ୍ର

ଅତାବିରା, ୧୭।୭ (ଡି.ଏନ୍‌.ଏ): ଆମର ସମାଜରେ ଅନେକ ଲୋକ୍‌ ପିଲାଛୁଆ ବିହାଚୁରା କରିସାଏଲେ, ଚାକରିରୁ ଅବସର ନେଲେ ଘରେ ବସି ରହୁଛନ୍‌। ଯେନ୍‌ଥିରଲାଗି ବିନା କାମ୍‌ଧଁଦାରେ...

ଜୁନ୍‌ ୧ରୁ ରାଜ୍ୟସ୍ତରୀୟ ଆମ୍ବ ମହୋତ୍ସବ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି(ଓର୍‌ମାସ) ଏବଂ ଓଡ଼ିଶା ଜୀବିକା ମିଶନର ମିଳିତ ଉଦ୍ୟମରେ...

ପ୍ରକାଶ ପାଇଲା ଭାଜପାର ଜିଲା ସଭାପତି ତାଲିକା

ଭୁବନେଶ୍ୱର,୨୧ା୧୨(ବ୍ୟୁରୋ): ରାଜ୍ୟ ଭାଜପା ପକ୍ଷରୁ ଶୁକ୍ରବାର ଦଳର ୩୬ ସାଙ୍ଗଠନିକ ଜିଲା ମଧ୍ୟରୁ ୩୪ଟି ପାଇଁ ସଭାପତିଙ୍କ ନାମ ପ୍ରକାଶ କରାଯାଇଛି। ଗତ ୧୫ ଏବଂ...

ଶୁକ୍ରବାର ଯାଏ ଲାଗି ରହିବ ବର୍ଷା: ୫ ଜିଲାକୁ ରେଡ୍‌ ଓ୍ବାର୍ଣ୍ଣିଂ, ୧୦ ଜିଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୪।୧(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗି ରହିଛି। ପକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ବର୍ଷା...

ଜେଟଲୀଙ୍କ ପାଇଁ ସର୍ବଦଳୀୟ ଶୋକସଭା, ସ୍ମୃତିଚାରଣ କଲେ ନେତା

ଭୁବନେଶ୍ୱର,୫।୯(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଗୁରୁବାର ଭୁବନେଶ୍ୱରରେ ଏକ ସର୍ବଦଳୀୟ ଶୋକସଭା ଅନୁଷ୍ଠିତ ହେଉଛି। ଏଥିରେ ରାଜ୍ୟପାଳ...

୨ରୁ ମିଶନ ଇନ୍ଦ୍ରଧନୁଷ: ଶତ ପ୍ରତିଶତ ଟିକାକରଣ ନିର୍ଦ୍ଦେଶ

ଭୁବନେଶ୍ୱର, ୧ା୧୨(ବ୍ୟୁରୋ): ଆସନ୍ତା ୨ ତାରିଖରୁ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁଷ୍‌-୨’ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ୬ ଜିଲା ଯଥା ଗଜପତି, କନ୍ଧମାଳ,...

ସାତକୋଶିଆରେ ଏନ୍‌ଟିସିଏର ୩ ଜଣିଆ ଟିମ୍‌:୨୫ ହେକ୍ଟରରେ ସୁନ୍ଦରୀ ଏନକ୍ଲୋଜର ଯୋଜନା

ବନ୍ତଳା, ୨୨ା୧୦(ଡି.ଏନ.ଏ.) ଶିଥିଳ ପଡ଼ିଥିବା ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସ୍ଥିତି ସହ ଏନ୍‌କ୍ଲୋଜର ମଧ୍ୟରେ ବର୍ଷେ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ...

ଛାଡ଼ପତ୍ର ମାମଲାରେ ମହିଳାଙ୍କୁ ମିଳିବ ପେନସନ୍‌: ମନ୍ତ୍ରୀ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଏଣିକି ଛାଡ଼ପତ୍ର ମାମଲା ଚାଲିଥିବା ବେଳେ ମହିଳାମାନଙ୍କୁ ପେନ୍‌ସନ ମିଳିବ। ଏନେଇ ପ୍ରକ୍ରିୟା ଚାଲିଥିବା ନେଇ ଶନିବାର ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର...

Leave a comment

Your email address will not be published. Required fields are marked *