Posted inଜାତୀୟ

ଆଜି ଲୋକ ସଭାରେ ଆଗତ ହେବ ‘ଟ୍ରିପଲ ତଲାକ’ ବିଲ୍‌: ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ, ୨୧।୬: ‘ଟ୍ରିପଲ ତଲାକ’ ଶୁକ୍ରବାର ଲୋକ ସଭାରେ ଆଗତ ହେବ। ଫଳରେ ୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଏହା ପ୍ରଥମ ବିଲ୍‌ ହେବ। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସଂସଦରେ ଉପସ୍ଥାପନ କରିବେ। ଗତ ଏନଡିଏ ସରକାର ସମୟରେ ମଧ୍ୟ ଏହି ବିଲ୍‌ ଆସିଥିଲା। କିନ୍ତୁ ରାଜ୍ୟସଭାରେ ପାରିତ ହୋଇପାରି ନ ଥିଲା। ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯ ନାମରେ ନାମିତ ଏହି ବିଲ ପାରିତ ହେଲେ ତିନି ଥର ତଲାକ କହି ଛାଡପତ୍ର ଦେଉଥିବା ମୁସଲିମ ପୁରୁଷଙ୍କୁ ୩ ବର୍ଷର ଜେଲ ହୋଇପାରିବ। ଏହି ବିଲକୁ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ କରୁଥିଲେ। ସେମାନଙ୍କ କହିବା ଅନୁଯାୟୀ ଏହା ଘରୋଇ ମାମଲା ଏଥିରେ ଜେଲଦଣ୍ଡ କିପରି ରହିପାରିବ। ସରକାର ଯୁକ୍ତି ବାଢିଥିଲେ, ଏହା ବହୁଦିନ ଧରି କଷ୍ଟ ସହିଆସୁଥିବା ମୁସଲିମ୍‌ ମହିଳାଙ୍କୁ ଆଶ୍ୱସ୍ତି ଦେବ। ଏହା ସେମାନଙ୍କୁ ସମାନ ଅଧିକାର ପ୍ରଦାନ କରିବ।


All Right Reserved By Dharitri.Com

ପାକିସ୍ତାନର ବିବାଦୀୟ ପ୍ରଦର୍ଶନ: କର୍‌ତାରପୁରରେ ବୋମା ପକାଇଥିଲା ଭାରତ

ନୂଆଦିଲ୍ଲୀ,୯ା୧୧: କର୍‌ତାରପୁର କରିଡର ଉଦ୍‌ଘାଟନର ଦିନକ ପୂର୍ବରୁ ପାକିସ୍ତାନୀ କର୍ତ୍ତୃପକ୍ଷ ସେଠାରେ ବିବାଦୀୟ ପ୍ରଦର୍ଶନ କରିଛନ୍ତି। ସେଠାକୁ ଭ୍ରମଣରେ ଯାଇଥିବା କେତେଜଣ ଭାରତୀୟଙ୍କ ସୂଚନା ଅନୁଯାୟୀ...

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବେ

ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବା ‘ସବୁଜ ଦଣ୍ଡ’ ନାମକ...

ଝିଅର ବ୍ରତୋପନୟନ କଲେ ଇନ୍ଦୋରର ଦମ୍ପତି

ଇନ୍ଦୋର,୧୫।୭: ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ମହାରାଷ୍ଟ୍ରିଆନ୍‌ ବା ମରାଠି ଦମ୍ପତି ବେଶ୍‌ କିଛି ବର୍ଷ ହେବ ଆବୁ ଧାବି(ଦୁବଇ)ରେ ରହି ଆସୁଛନ୍ତି। ଯୋଗେଶ ଆବୁଧାବିରେ ସପ୍ଟ...

ତୁର୍କୀରୁ ଆସିବ ୧୧ ହଜାର ଟନ ପିଆଜ

ନୂଆଦିଲ୍ଲୀ,୧।୧୨: ପିଆଜ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ସର୍ବକାଳୀନ ରେକର୍ଡ ଭଙ୍ଗ କରି ଅନେକ ରାଜ୍ୟରେ ପିଆଜ କିଲୋ ପ୍ରତି...

ମାନହାନି ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ

ଅହମ୍ମଦାବାଦ,୧୨।୭: ମାନହାନିର ଆଉ ଏକ ମାମଲାରେ ଅହମ୍ମଦାବାଦ କୋର୍ଟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଅହମ୍ମଦାବାଦ ମେଟ୍ରୋପଲିଟାନ କୋର୍ଟରେ...

ପୁଲଓ୍ବାମା ଶହିଦଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ଦେବେ ଲତା ମଞ୍ଜେସକର

ମୁମ୍ବାଇ, ୧୬।୪: ପୁଲଓ୍ବାମା ଆକ୍ରମଣରେ ଶହିଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଞ୍ଜେସକର। ଶହିଦ ଯବାନଙ୍କ ପରିବାର ୧କୋଟି...

କଂଗ୍ରେସରେ ଯୋଗ ଦେଲେ ଅଳକା

ନୂଆଦିଲ୍ଲୀ,୧୨।୧୦: ମାସେରୁ ଊର୍ଦ୍ଧ୍ୱ ସମୟ ହେବ ଆମ ଆଦମୀ ପାର୍ଟି(ଏଏପି) ଛାଡିଥିବା ଚାନ୍ଦନୀ ଚୌକର ବିଧାୟିକା ଅଳକା ଲାମ୍ବା ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ...

ବନ୍ଦ ହେବ ୨ହଜାର ଟଙ୍କିଆ ନୋଟ୍‌ !

ନୂଆଦିଲ୍ଲୀ,୨୯।୧୧: ବିମୁଦ୍ରିକରଣ ପରେ ବଜାରକୁ ଆସିଥିବା ୨ହଜାର ଟଙ୍କିଆକୁ ନେଇ ଏବେ ଲୋକଙ୍କ ମନରେ ପୁଣି ଛନକା ପଶିଲାଣି। କାରଣ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ...

Leave a comment

Your email address will not be published. Required fields are marked *