ଇରାନ ଖସାଇଲା ଆମେରିକା ଡ୍ରୋନ୍‌

ତେହେରାନ,୨୦ା୬: ଆମେରିକା ସହ ଆଣବିକ ଚୁକ୍ତିନାମା ରଦ୍ଦ ହେବା ପରେ ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନର ରିଭଲ୍ୟୁଶନାରି ଗାର୍ଡ (ଆଇଆର୍‌ଜି) ଗୁରୁବାର ଆମେରିକାର ଏକ ଡ୍ରୋନ୍‌କୁ ଗୁଳି କରି ଖସାଇ ଦେଇଛି। ଡ୍ରୋନ୍‌ଟି ଇରାନ ଆକାଶରେ ଉଡୁଥିବା ଆଇଆର୍‌ଜି କହୁଥିବାବେଳେ ଆମେରିକା ଏହାକୁ ଖଣ୍ଡନ କରିଛି। ଡ୍ରୋନ୍‌ ଅନ୍ତର୍ଜାତୀୟ ବାୟୁସୀମାରେ ହରମୁଜ୍‌ ପ୍ରଣାଳୀ ଉପରେ ଉଡୁଥିଲା ବୋଲି ଆମେରିକାର ଦୁଇଜଣ ଅଧିକାରୀ କହିଛନ୍ତି। ଗତ ସପ୍ତାହରେ ଆମେରିକାର ଏକ ଡ୍ରୋନ୍‌କୁ ଇରାନ କ୍ଷେପଣାସ୍ତ୍ର ମାଡ଼ କରି ଖସାଇଦେଇଥିବା ଓ୍ବାଶିଂଟନ ଅଭିଯୋଗ କରିଥିଲା। ସେହିପରି ଓମାନ ଉପସାଗରରେ ଦୁଇଟି ତୈଳବାହୀ ଜାହାଜ ଉପରେ ଆକ୍ରମଣ ଲାଗି ଆମେରିକା ଇରାନକୁ ଦାୟୀ କରିଥିଲା। ଇରାନର ସଦ୍ୟ କାର୍ଯ୍ୟନୁଷ୍ଠାନକୁ ଏକ ବଡ଼ ଭୁଲ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିନ୍ଦା କରିଛନ୍ତି।


All Right Reserved By Dharitri.Com

ରକ୍ତଚାପକୁ ନିୟନ୍ତ୍ରିତ କରେ ଏହି ରଙ୍ଗର ବେଡ୍‌ ଲାଇଟ୍‌…

ରାତିରେ ଘରେ ନୀଳ ରଙ୍ଗର ବେଡ୍‌ ଲାଇଟ୍‌ ଲଗାଇ ଶୋଇଲେ ବହୁ ଉପକାର ମିଳିଥାଏ। ଏହାଦ୍ୱାରା ମନ ଓ ଶରୀର ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ...

ସରକାର ବିରୋଧୀ ବିକ୍ଷୋଭର ୪ ମାସ ପରେ : ହଂକଂରେ ଫେସ୍‌ ମାସ୍କ ନିଷିଦ୍ଧ

ହଂକଂ,୫ା୧୦: ହଂକଂରେ ପ୍ରତ୍ୟର୍ପଣ ବିଲ୍‌ ବିରୋଧରେ ଗତ ଜୁନ୍‌ରେ ଆରମ୍ଭ ହୋଇଥିବା ସରକାର ବିରୋଧୀ ବିକ୍ଷୋଭକୁ ୪ ମାସ ବିତିଛି। ସରକାର ଗତମାସରେ ଏହି ବିବାଦୀୟ...

ଲୋକଙ୍କ ପାଇଁ ବାସସ୍ଥାନ ଅଭାବ: ଜିମ୍ବାଓ୍ବେ ବିକ୍ରି କରିବ ୩୦ ହଜାର ହାତୀ

ହରାରେ,୧।୭: ଜିମ୍ବାଓ୍ବେରେ ଲୋକଙ୍କ ପାଇଁ ବାସସ୍ଥାନର ଅଭାବ ଦେଖାଦେଇଛି। ଏଥିପାଇଁ ୩୦ ହଜାର ହାତୀ ବିକ୍ରି କରିବାକୁ ଦେଶର ସରକାର ଘୋଷଣା କରିଛନ୍ତି। ପୂର୍ବରୁ ଗତ...

ମାଳିରେ ନରସଂହାର: ୧୦୦ମୃତ

ବମାକୋ,୧୧।୬: ଆଫ୍ରିକୀୟ ଦେଶ ମାଳିରେ ନରସଂହାରର ଏକ ବଡ ମାମଲା ସାମ୍ନାକୁ ଆସିଛି। ରାତି ସମୟରେ ଏକ ବିସ୍ଫୋରଣ ଘଟାଇ ଗୋଟିଏ ଗାଁର ପାଖାପାଖି ଶହେ...

ଆଫଗାନିସ୍ତାନ ବିସ୍ଫୋରଣ: ୩ ଆହତ

କାବୁଲ,୮।୧୨: ଆଫନିସ୍ତାନର ଉତ୍ତରରେ ଥିବା କୁଣ୍ଡୁଜ ଅଞ୍ଚଳରେ ରବିବାର ରାସ୍ତା କଡରେ ଲଗାଯାଇଥିବା ଏକ ବୋମା ବିସ୍ଫୋରଣରେ ଅତି କମ୍‌ରେ ୩ ଜଣ ଆହତ ହୋଇଥିବା...

ମାଲିରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୧୩ ଫ୍ରାନ୍ସ ସେନା ଶହୀଦ

ପ୍ୟାରିସ୍‌,୨୬।୧୧: ପ୍ୟାରିସ୍‌ର ମାଲିରେ ଇସ୍‌ଲାମ ଚରମପନ୍ଥୀ ବିରୋଧରେ ଚାଲିଥିବା ଏକ ଅପରେଶନରେ ସୋମବାର ରାତିରେ ୨ ହେଲିକପ୍ଟର ମୁହାଁମୁହିଁ ହୋଇଥିଲେ। ଏହି ଦୁର୍ଘଟଣାରେ ଫ୍ରାନ୍ସର ୧୩...

ବୃଦ୍ଧା ମା’ଙ୍କ ଆଖି ତାଡିଦେଲେ, ହାତ ଗୋଡ ଭାଙ୍ଗି ମାରିଦେଲେ ବୋହୂ-ପୁଅ

ଦୁବାଇ, ୨୦।୬: ବୃଦ୍ଧା ମା’ଙ୍କୁ ହତ୍ୟା ଅଭିଯୋଗରେ ସାଉଦି ଆରବରେ ଗିରଫ ହୋଇଛନ୍ତି ଜଣେ ଭାରତୀୟ ଦମ୍ପତ୍ତି। ଉକ୍ତ ଦମ୍ପତ୍ତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ରହିଛି।...

ଲାହୋର କୋର୍ଟରେ ହାଜର ହେଲେ ଶରିଫ

ଲାହୋର,୧୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶୁକ୍ରବାର ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ(ଏନ୍‌ଏବି) ଚୌଧୁରୀ ସୁଗାର ମିଲ୍‌ ମାମଲାରେ ଗିରଫ କରିଥିବା ଜଣାପଡିଛି। ଏହାପରେ ତାଙ୍କୁ...

Leave a comment

Your email address will not be published. Required fields are marked *