ଚିନିକଳ ମୋଟର ଇଟାମାଟିରେ ଠାବ ଘଟଣା: ୨ ଦିନ ପରେ ବି ହୋଇପାରିଲାନି ମାମଲା

ନୟାଗଡ଼ ଅଫିସ,୨୧ା୬- ନୟାଗଡ଼ ବ୍ଲକ ଇଟାମାଟି ବଜାରର ଏକ ଲେଦ୍‌ (କବାଡ଼ିଆ ଦେକାନ)ରୁ ଚିନିକଳରେ ବ୍ୟବହୃତ ଦୁଇଟି ମୋଟର ଠାବ ହେବା ଘଟଣାର ଦୁଇଦିନ ପରେ ବି ପୋଲିସ ମାମଲା ରୁଜୁ କରିନାହିଁ। କିଛିଦିନ ତଳେ ଚିନିକଳ ବିକ୍ରି ହେବା ନେଇ ଗୁଜବ ପ୍ରଚାରିତ ହୋଇଥିଲା। ଏହା ପରେ କୃଷକ, ଶ୍ରମିକ, ନେତାମାନେ ଏକାଠି ହୋଇ ଏହାକୁ ଖୋଲିବା ଲାଗି ବୈଠକ କରିଥିଲେ। ଏପରି କି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀକୁ ଦାବିପତ୍ର ପ୍ରଦାନ କରିଥିଲେ। ଏପରି ସମୟରେ ଗତ ୧୮ ତାରିଖ ସନ୍ଧ୍ୟାରେ ଇଟାମାଟି ବଜାରର ଏକ ଲେଦ୍‌ରେ ଯୋଗେନ୍ଦ୍ର ଚିନିକଳର ଦୁଇଟି ମୋଟର ଥିବା ଦେଖିବାକୁ ପାଇଥିଲେ। ମୋଟର ଦୁଇଟିର ନମ୍ବର ୨୮୧୫୧୧୫-୧୦ ଓ ୨୮୫୧୧୫-୩ ଥିବାରୁ ଉକ୍ତ ଦୁଇଟି ଚିନିକଳର ବୋଲି ସେ ନିଶ୍ଚିତ ହୋଇଥିଲେ। ଏହା ୪୦ ହର୍ସ ପାୱାର ଜୁସ୍‌ ପମ୍ପ ହୋଇଥିବା ଜାଣି ସେ ଇଟାମାଟି ଥାନାରେ ଅଭିଯୋଗ କରିଥିଲେ। ଚିନିକଳ ନୟାଗଡ଼ ବ୍ଲକ ପାଣିପୋଇଲାଠାରେ ଅବସ୍ଥିତ ଥିବାରୁ ଏହା ସଦର ଥାନା ଅଧୀନରେ ଆସୁଛି, ତେଣୁ ତୁମେ ସେଠାରେ ଅଭିଯୋଗ କର ବୋଲି ଇଟାମାଟି ଥାନା ଅଧିକାରୀ ଯୋଗନ୍ଦ୍ରେଙ୍କୁ କହିଥିଲେ। ଯୋଗେନ୍ଦ୍ର ଉକ୍ତ ରାତିରେ ଆସି ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ରଖିବା ପରିବର୍ତ୍ତେ ଚିନକଳ ଚୋରି ମାମଲାରେ ତୁମେ ଏତଲା ଦେବାକୁ କିଏ ବୋଲି ଓଲଟା ପ୍ରଶ୍ନ କରିଥିବା ଯୋଗେନ୍ଦ୍ର ଅଭିଯୋଗ କରିଛନ୍ତି। ତାଙ୍କ କହିବା ପ୍ରକାରେ ଚିନକଳ ସମବାୟ ସଂସ୍ଥାର ହୋଇଥିଲେ ମଧ୍ୟ ସମାନ ଦାୟିତ୍ୱ ଚିନିକଳ କର୍ମଚାରୀଙ୍କର ମଧ୍ୟ ଅଛି। ପୋଲିସ ଜାଣତରେ ବିଭିନ୍ନ ସମୟରେ ଚିନିକଳରୁ ଚୋରି ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ସେ ପ୍ରକାଶ କରିଛନ୍ତି। ଏ ନେଇ ସଦର ଥାନା ଅଧିକାରୀ ଅନ୍ନପୂର୍ଣ୍ଣା ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଯୋଗେନ୍ଦ୍ର ତାଙ୍କ ଅଭିଯୋଗରେ ଉକ୍ତ କମ୍ପାନୀର ମାଲିକଙ୍କ ଜ୍ଞାତସାରରେ ଏହା ବିକ୍ରି ହେଉଥିବା ଦର୍ଶାଇଛନ୍ତି। ତେଣୁ ଚିନିକଳର ମାଲିକଙ୍କୁ ଡକାଯାଇ ପଚରାଉଚରା କରାଯିବ। ସେହିଭଳି ଉକ୍ତ ଦୁଇଟି ମୋଟର ଲେଦ୍‌ରେ ସଜଡ଼ିବା ପାଇଁ ଦିଆଯାଇଥିବା ନେଇ ମାଲିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ତଦନ୍ତ କରାଯାଇ ମାମଲା ରୁଜୁ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


All Right Reserved By Dharitri.Com

ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ: ବିଦ୍ୟାଳୟ ସମ୍ମୁଖରେ ଛାତ୍ରୀଛାତ୍ରଙ୍କ ଧାରଣା

ଖଣ୍ଡପଡା,୨୨।୬(ସ୍ବ.ପ୍ର.): ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ସିଘାଂପଡା ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟୁବନ୍ଧ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଶୁକ୍ରବାର ଅସନ୍ତୋଷ ପ୍ରକାଶ ପାଇଥିଲା।...

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର...

ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଏବଂ ଜିଲାସ୍ତରୀୟ ସମୀକ୍ଷା ବୈଠକ: ଶିକ୍ଷା, କୃଷି, ଗୃହ ଋଣ ହାର କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ,୩ା୭: ବ୍ୟାଙ୍କଗୁଡିକ କେବଳ ଟଙ୍କା ଜମା ଉପରେ ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ଋଣ ଦେବା ନଁା ଧରୁନାହାନ୍ତି। ଯେଉଁଥିପାଇଁ ଜଗତ୍‌ସିଂହପୁର ଜିଲାରେ କ୍ରେଡିଟ୍‌ ଡେବିଟ୍‌...

ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା: ଅଧା ବାଟରେ ଅଟକିଲା ନନ୍ଦିଘୋଷ ରଥ

ରଣପୁର, ୬ା୭ (ସ୍ବ.ପ୍ର.): ଓଡିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ ଜିଲାର ରଣପୁର ଜଗନ୍ନାଥ ମନ୍ଦିରରୁ ଶ୍ରୀଜୀଉମାନେ ଗୁରୁବାର ଘୋଷଯାତ୍ରାରେ ରଥାରୂଢ ହୋଇ ନଅଦିନ ପାଇଁ...

ପାରାଦୀପରେ ପ୍ରତିଷ୍ଠା ହେବ ଲବଣ ଅପସାରଣ କାରଖାନା: ବନ୍ଦର ଓ ଏନଆଇଓଟି ମଧ୍ୟରେ ଚୁକ୍ତି ସ୍ବାକ୍ଷର

ପାରାଦୀପ,୧୬ା୭ (ସ୍ବ.ପ୍ର.): ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ସହ ପାନୀୟଜଳର ଅଭାବ ଚିନ୍ତାର ବିଷୟ ହେଲାଣି। ଏଥିପାଇଁ ପାଣିକୁ ନେଇ ରାଜ୍ୟ-ରାଜ୍ୟ ଓ ଦେଶ-ଦେଶ ମଧ୍ୟରେ ବିବାଦ...

ସ୍ଲୁଇସ ଗେଟ୍‌ କାମ ନିମ୍ନମାନର: ପ୍ରଭାବିତ ହେବେ ୫ ପଞ୍ଚାୟତର ଚାଷୀ

ନାଉଗାଁ,୧୧ା୭(ସ୍ବ.ପ୍ର.): ଚାଷ ଜମିରୁ ଉଦ୍‌ବୃତ ଜଳ ନିଷ୍କାସନ ସହିତ ଆବଶ୍ୟକ ସମୟରେ ସଂରକ୍ଷିତ ଜଳକୁ ଚାଷ କାର୍ଯ୍ୟରେ ବିନିଯୋଗ କରିବା ନିମନ୍ତେ ନାଉଗାଁ ବ୍ଲକର ବିଭିନ୍ନ...

ଇଂଲିଶରେ ନୟାଗର୍‌ ଲେଖାକୁ ବିରୋଧ: ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୩।୭: ଇଂଲିଶରେ ନୟାଗର୍‌ ନୁହେଁ ନୟାଗଡ଼ ଲେଖିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ରୋଟାରୀ କ୍ଲବ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରୋଟାରୀ...

କେନ୍ଦ୍ରାପଡ଼ାରେ ଅନୁଭବ ଅଗରେ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୨ ରାଉଣ୍ଡ ଶେଷ ସୁଦ୍ଧା ୩୨,୩୦୩ ଭୋଟରେ ଆଗରେ ଅଛନ୍ତି।...

Leave a comment

Your email address will not be published. Required fields are marked *