ରେଣ୍ଟିର ୧୮୨ନଂ. ବୁଥ୍‌ରେ ସାନି ମତଦାନ ଆଜି : ଭିଡିଓଗ୍ରାଫି, ୱେବ୍‌କାଷ୍ଟିଂ ବ୍ୟବସ୍ଥା ଅନୁଧ୍ୟାନ କଲେ ଜିଲାପାଳ

ଛତ୍ରପୁର/ସୋରଡ଼ା, ୨୫ା୪(ଡି.ଏନ.ଏ)-ଗଞ୍ଜାମ ଜିଲା ସୋରଡା ବ୍ଲକ ୧୮୨ନଂ. ରେଣ୍ଟି ବୁଥ୍‌ରେ ଗୁରୁବାର ସାନି ମତଦାନ ହେବ ା ଏଥିପାଇଁ  ଜିଲା ପ୍ରଶାସନ ଓ ଗଞ୍ଜାମ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ା ଶାନ୍ତିଶୃଙ୍ଖଳାରେ ମତଦାନ ହେବ। ବୁଧବାର ନିଜେ ଯାଇ ଅନୁଧ୍ୟାନ କରି ଆସିଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଉକ୍ତ ବୁଥରେ ମାଇକ୍ରୋ ଅବଜର୍ଭର ସହ ୱେବକାଷ୍ଟିଂ ଓ ଭିଡିଓ ଗ୍ରାଫି ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି। ବୁଥଟି ସମ୍ବେଦନଶୀଳ  ନ ଥିବାରୁ ଗତ ୧୮ରେ ରେଣ୍ଟି ବୁଥ୍‌ରେ ମତଦାନ ବେଳେ ଭିଡିଓଗ୍ରାଫି କିମ୍ବା ସିସି କ୍ୟାମେରା ବ୍ୟବସ୍ଥା କରାଯାଇ ନ ଥିଲ।   ଏହାର ଫାଇଦା ନେଇ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌ ଭଙ୍ଗାଯାଇଥିଲା। ମତଦାନ ଅଧାରୁ ବନ୍ଦ ରହିଥିଲା ା ଏହି ଘଟଣା ପରେ ସାନି ମତଦାନ ପାଇଁ ଏହି ବୁଥ୍‌କୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରି ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗୁରୁବାର ସେଠାରେ ଆସିକା ଲୋକସଭା ଓ ସୋରଡା ବିଧାନସଭା ଆସନ ପାଇଁ ସାନି ମତଦାନ ହେବ ା ପୋଲିଂ ଦଳ ବୁଥ୍‌ରେ ପହଞ୍ଚି ସାରିଥିବା ଜିଲାପାଳ କହିଛନ୍ତି।

ସୂଚନାଯୋଗ୍ୟ, ୧୮ରେ ରେଣ୍ଟି ବୁଥ୍‌ରେ ଭୋଟ ଚାଲିଥିବା ବେଳେ ଭାଜପା ପ୍ରାର୍ଥୀ ନୀଳମଣି ବିଷୋୟୀ ପହଞ୍ଚି ପ୍ରିଜାଇଡିଂ ଅଫିସରଙ୍କ କାର୍ଯ୍ୟରେ ବାଧା ଦେଇଥିଲେ ା ପରେ ସୋରଡା ବିଧାନସଭା ଆସନ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌ କଣ୍ଟ୍ରୋଲ ୟୁନିଟ୍‌କୁ ସେ ଭାଙ୍ଗି ଦେଇଥିଲେ ା ଫଳରେ ସେଠାରେ ଭୋଟ ଅଧାରୁ ବନ୍ଦ ହୋଇଯାଇଥିଲା ା ଇଭିଏମ୍‌ ଭାଙ୍ଗିବା ଘଟଣାରେ ସୋରଡା ପୋଲିସ ଏକ ମାମଲା ରୁଜୁ କରି ନୀଳମଣିଙ୍କୁ ୧୮ ତାରିଖ ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତାଙ୍କୁ ସୋରଡା ଜେଲକୁ ପଠାଇ ଦିଆଯାଇଥିଲା ା ଏନେଇ ଏକ ରିପୋର୍ଟ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସିଇଓଙ୍କୁ ପ୍ରଦାନ କରାଯାଇଥିଲା ା ଏହାପରେ ଜିଲାପାଳଙ୍କ ରିପୋର୍ଟକୁ ଆଧାର କରି  ଉକ୍ତ ବୁଥ୍‌ରେ ସାନି ମତଦାନ ପାଇଁ ଘୋଷଣା ହୋଇଥିଲା ା  ଅନ୍ୟପକ୍ଷରେ ୧୮ରେ କେତେକ ବୁଥ୍‌ରେ ଭୋଟ ଗ୍ରହଣ ବେଳେ ରିଗିଂ ହୋଇଥିବା ଅଭିଯୋଗ ନେଇ ନୀଳମଣିଙ୍କ ପକ୍ଷରୁ ସୋରଡା ଥାନାରେ ଦିଆଯାଇଥିବା ଏତଲା ଉପରେ କୌଣସି ମାମଲା ରୁଜୁ ହୋଇନାହିଁ।


All Right Reserved By Dharitri.Com

ଗ୍ରାସୀମ କମ୍ପାନୀ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଗଞ୍ଜାମ,୨୧ା୮(ଡି.ଏନ.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀର ପିଛା ଛାଡୁନି ସମସ୍ୟା। କେତେବେଳେ ବିଭିନ୍ନ ଦାବିନେଇ ଠିକା ଶ୍ରମିକଙ୍କ ଧାରଣା ତ ଆଉ କେତେବେଳେ ସ୍ଥାନୀୟ ଅଞ୍ଚଳର...

ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି

ବ୍ରହ୍ମପୁର ଅଫିସ୍‌,୨୦ା୪-ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଏଥର ଲୋକମାନେ ଖୋଲାଖୋଲି ପରିବର୍ତ୍ତନର ସ୍ବର ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଜନମତ ସୃଷ୍ଟି ହୋଇଛି ।...

ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌

ଆସିକା,୧।୮(ଡି.ଏନ୍‌.ଏ): ଆସିକା-ବାଲିପଦର ମୁଖ୍ୟରାସ୍ତାର ଭେଟନୟୀ ପଲୀମାଳ ନିକଟରେ ଗୁରୁବାର ପୂର୍ବାହ୍ନ ସମୟରେ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମହିଳା ଏଜେଣ୍ଟଙ୍କୁ ଦୁର୍ବୃତ୍ତ ବନ୍ଧୁକ ଦେଖାଇ...

ଦେଶୀ ମଦ ଜବତ, ଜଣେ ଗିରଫ

ଦିଗପହଣ୍ଡି,୧୮ା୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୁଞ୍ଜିକୟାଁ ଛକ ନିକଟ ପାନ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସୀମାଞ୍ଚଳ ପାତ୍ରଙ୍କୁ ଶନିବାର ପୋଲିସ କୋର୍ଟଚାଲାଣ କରିଛି। ଶୁକ୍ରବାର ସନ୍ଧ୍ୟାରେ...

ବଳାକତ୍।ର ଅଭିଯୋଗରେ ଯୁବକ ଗିରଫ

ବୁଗୁଡ଼ା,୨୮।୭(ଡି.ଏନ.ଏ.)-ଜନୈକା ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ତାଙ୍କର ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ରବିବାର ଜଣେ...

ପଲିଥିନ ପ୍ଲାଷ୍ଟିକ୍‌ ଚଢ଼ାଉ: ଦିନକରେ ୫୫ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୦ା୧୦-ପଲିଥିନ୍‌, ପ୍ଲାଷ୍ଟିକ୍‌ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଛି। ଆକ୍ଟୋବର ୨ରୁ ପ୍ଲାଷ୍ଟିକ, ପଲିଥିନ୍‌ ସାମଗ୍ରୀକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ପରେ...

ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ପଞ୍ଚାୟତବାସୀ

ପୋଲସରା,୨୧ା୫(ଡି.ଏନ.ଏ.)-ଗଞ୍ଜାମ ଜିଲା ପୋଲସରା ବ୍ଲକ ମାଳତେନ୍ତୁଳିଆ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କାକୁ ନେଇ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଛି। ସୋମବାର ପୂର୍ବତନ ସରପଞ୍ଚ...

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ଫୁଲବାଣୀ ଅଫିସ, ୪ା୬-କନ୍ଧମାଳ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଥମେ ଜିଲାର...

Leave a comment

Your email address will not be published. Required fields are marked *