ଜମି ଅଧିଗ୍ରହଣରେ ଅଟକିଛି ଆପ୍ରୋଚ ରୋଡ

ଛେଣ୍ଡିପଦା,୨୧।୬(ଡି.ଏନ.ଏ.)-ପୋଲ ନିର୍ମାଣର ୩ ବର୍ଷ ପରେ ବି ତିଆରି ହୋଇପାରୁନି ଦାମୋଦର ସେତୁକୁ ଆପ୍ରୋଚ ରୋଡ଼। ବ୍ୟକ୍ତିଗତ ଜମି ମାଲିକାନାକୁ ନେଇ ଆଗେଇ ପାରୁନି ଏହି ରାସ୍ତାକାମ। ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଛେଣ୍ଡିପଦା ଅଞ୍ଚଳବାସୀ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନୁଗୋଳ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନା ମାଧ୍ୟମରେ ପ୍ରାୟ ୩ ବର୍ଷ ତଳେ ଦାମୋଦର ସେତୁ ନିର୍ମାଣ ହୋଇଥିଲା। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଛେଣ୍ଡିପଦା ବ୍ଲକ କୋଶଳା-କୋରଡା ପୂର୍ତ୍ତ ବିଭାଗ ରାସ୍ତା କୋଶଳା ଗ୍ରାମ ନିକଟରେ ଥିବା ସିଙ୍ଗଡା ନାଳ ଉପରେ ଏହି ସେତୁ ନିର୍ମାଣ ହୋଇଥିଲେ ହେଁ ଏହାକୁ ଲାଗି ଉଭୟ ପାର୍ଶ୍ୱରେ ଆପ୍ରୋଚ ରୋଡ ତିଆରି ହୋଇପାରୁନାହିଁ। ଏହି ରାସ୍ତା ନିର୍ମାଣ ହେବାକୁ ଥିବା ଜାଗା କେତେକ ଲୋକଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିବାରୁ ସେମାନେ ଏହାର ବିରୋଧ କରୁଛନ୍ତି। ଏଥିଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଶୋଚନୀୟ ଅବସ୍ଥାରେ ଥିବା ଉକ୍ତ ରାସ୍ତାରେ ଗମନାଗମନରେ ଅସୁବିଧା ହେଉଛି। ଏବେ ବର୍ଷା ଦିନ ଆସିଯାଇଥିବାରୁ ଏଠାରେ ଯାତାୟାତ କରିବା କଷ୍ଟକର ହୋଇପଡିବ। ଅନ୍ୟପକ୍ଷରେ ଏହି ଗ୍ରାମ୍ୟ ବିଭାଗ ରାସ୍ତା ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଅନୁଗୋଳ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତଦନୁଯାୟୀ ଏହି ରାସ୍ତା ନିର୍ମାଣ ଏବଂ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି।
ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ବ୍ୟକ୍ତିଗତ ମାଲିକାନାରେ ଥିବା ଘରୋଇ ଜାଗାକୁ ସରକାରୀ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଅଧିଗ୍ରହଣ କରାଯିବ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମାନୁଯାୟୀ ଆବଶ୍ୟକ କ୍ଷତି ପୂରଣ ରାଶି ପ୍ରଦାନ କରାଯିବ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା କହିଛନ୍ତି, ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଇଛି। ଦାମୋଦର ସେତୁର ଉଭୟ ପାର୍ଶ୍ୱରେ ଥିବା ଆପ୍ରୋଚ ରୋଡ ଜାଗା ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ସବୁ ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ପରେ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ କରାଯିବ।


All Right Reserved By Dharitri.Com

ମାହାଙ୍ଗା ରାସ୍ତା ନିର୍ମାଣରେ ଦୁର୍ନୀତି ଅଭିଯୋଗ: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): କଟକ ପୂର୍ତ୍ତ ଡିଭିଜନ-୨ ଅନ୍ତର୍ଗତ ସାଲେପୁର ସବ୍‌ଡିଭିଜନର ମାହାଙ୍ଗା ସେକ୍ସନରେ ହୋଇଥିବା ରାସ୍ତା ନିର୍ମାଣ ଟେଣ୍ଡର ଦୁର୍ନୀତିର ତଦନ୍ତ କରିବାକୁ ଲୋକାୟୁକ୍ତ ବୁଧବାର ଭିଜିଲାନ୍ସକୁ...

ଲଙ୍ଗୁଳିଆବେଡ଼ା ଗ୍ରାମବାସୀଙ୍କ ଖବରଦାତା ସମ୍ମିଳନୀ : ଦାବି ପୂରଣ ନ ହେଲେ ଆନ୍ଦୋଳନ

ବଅଁରପାଳ, ୬।୬ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମ ପାଖରେ ହେଉଥିବା ଆଲୁମିନିୟମ ପାର୍କ ପାଇଁ ଇଡ୍‌କୋ ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଛି। ଲଙ୍ଗୁଳିଆବେଡାର ୧୮...

ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣସୀକୁ ବିମାନ ସେବା

ଭୁବନେଶ୍ୱର,୨୧।୧(ବ୍ୟୁରୋ): ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର। ସୋମବାର ଭୁବନେଶ୍ୱରରୁ ସୁରଟ୍‌କୁ ବିମାନ ସେବା ଆରମ୍ଭ ହେବା ପରେ ଆସନ୍ତା ଫେବୃୟାରୀ ୨୯ରୁ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ...

ଜଗମୋହନ ମରାମତି ମାମଲା: ଆମିକସ୍‌ କ୍ୟୁରୀଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦାଖଲ

କଟକ ଅଫିସ,୨୩।୭: ବାତ୍ୟା ଫନୀରେ ଶ୍ରୀମନ୍ଦିରରେ ହୋଇଥିବା ବିଭିନ୍ନ କ୍ଷୟକ୍ଷତିକୁ ନେଇ ସୋମବାର ଆମିକସ୍‌ କ୍ୟୁରୀ ଏନ୍‌. କେ. ମହାନ୍ତିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ବିସ୍ତୃତ...

ଚଣ୍ଡିମନ୍ଦିର ପରିଚାଳନା ବିଭ୍ରାଟ ନେଇ ବଢୁଛି ଅସନ୍ତୋଷ: କାର୍ଯ୍ୟକାରୀ ହେଉନି ଦେବୋତ୍ତର କମିଶନରଙ୍କ ଆଦେଶ

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଚଣ୍ଡିଖୋଲର ଚଣ୍ଡିମାତା ମନ୍ଦିର ପରିଚାଳନା କ୍ଷେତ୍ରରେ ଦୀର୍ଘଦିନ ହେବ ବିଭ୍ରାଟ ହେବା ପରେ ଏହାକୁ ନେଇ ଦେବୋତ୍ତର କମିଶନରେ ମାମଲା ରୁଜୁ ହୋଇଥିଲା। କମିଶନର...

ଚାଷୀଙ୍କ ଲାଗି ୬ ପ୍ରସ୍ତାବ ଦେଇଛି ରାଜ୍ୟ: ମନ୍ତ୍ରୀ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ଦିଲ୍ଲୀ ନୀତି ଆୟୋଗ ବୈଠକରେ କୃଷକର ଅଧିକାର ଓ ଉନ୍ନତି ଦିଗରେ ଓଡ଼ିଶା ୬ଟି ପ୍ରସ୍ତାବ ଦେଇଛି। କୃଷିମନ୍ତ୍ରୀ ଅରୁଣ ସାହୁ ବୈଠକରୁ ଫେରିବା...

ସିଂହଦ୍ୱାର ସମ୍ମୁଖରେ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ:ଘୋଡ଼ା ନାଚରେ କମ୍ପିଲା ବଡ଼ଦାଣ୍ଡ

ପୁରୀ ଅଫିସ, ୧୧ା୮: ସିଂହଦ୍ୱାର ସମ୍ମୁଖରେ ପୁଣି ଜମିଲା ରବିବାରିଆ ସକାଳ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ସାଉଣ୍ଟିଥିଲେ ନିଆରା ଅନୁଭୂତି। ଭାବ ଭକ୍ତିର...

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ପାଇପ ଯୋଗେ ପ୍ରାକୃତିକ ଗ୍ୟାସ୍‌ ଯୋଗାଣର ଶୁଭାରମ୍ଭ: ଝାଡ଼ଖଣ୍ଡବାସୀଙ୍କ ଗ୍ୟାସ୍‌ ପାଇବା ସ୍ବପ୍ନ ପୂରଣ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪।୮(ବ୍ୟୁରୋ): ଝାଡଖଣ୍ଡରେ ପିଏନ୍‌ଜି ଏବଂ ସିଏନ୍‌ଜି ଗ୍ୟାସ ପାଇବାକୁ ଥିବା ଲୋକଙ୍କ ସ୍ବପ୍ନ ପୂରଣ ହୋଇଛି। ଝାଡଖଣ୍ଡର ରାଞ୍ଚିଠାରେ ଶୁକ୍ରବାର ଅନୁଷ୍ଠିତ ପିଏମ୍‌ ଉର୍ଜା ଗଙ୍ଗା...

Leave a comment

Your email address will not be published. Required fields are marked *