ବ୍ରହ୍ମପୁର ମହାନଗର ନିଗମ : ବିଲ୍‌ଡିଂ ଟିକସ ବାବଦ ବକେୟା ୬.୫୩ କୋଟି

ବ୍ରହ୍ମପୁର ଅଫିସ,୨୧ା୬- ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ଆଦାୟ ହୋଇପାରିନି ହୋଲଡିଂ (ଘର) ଟିକସ ବାବଦ ୬ କୋଟି ୫୩ ଲକ୍ଷ ୫୫ ହଜାର ୭୬୩ ଟଙ୍କା। ତନ୍ମଧ୍ୟରୁ କେବଳ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୩ କୋଟି ୯୭ ଲକ୍ଷ ୩୫ ହଜାର ୬୪୭ ଟଙ୍କା ବକେୟା ପଡ଼ିଛି।
ଆଉ ୧୮ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ବିଲଡିଂରୁ ୨ କୋଟି ୫୬ ଲକ୍ଷ ୨୦ ହଜାର ୧୧୬ ଟଙ୍କା ଆଦାୟ ହୋଇପାରି ନ ଥିବା ନିଗମ ସୂତ୍ରରୁ ଜଣାପଡ଼ିଛି। ୨୦୧୭-୧୮ ବର୍ଷ ସୁଦ୍ଧା ୬ କୋଟି ୪ ହଜାର ୨୨୫ ଟଙ୍କା ଟିକସ ବାବଦ ବକେୟା ପଡ଼ିଥିବା ବେଳେ ୨୦୧୮-୧୯ ବର୍ଷରେ ଆଉ ୫୩ ଲକ୍ଷ ୫୧ ହଜାର ୫୩୮ ଟଙ୍କା ମିଶି ୬.୫୩ କୋଟିରୁ ଅଧିକ ହୋଇଛି। ଇତିମଧ୍ୟରେ ନିଗମ ବୈଠକ ଅନୁଷ୍ଠିତ ହୋଇଥିଲା। ଘର ଟିକସ ବାବଦ ବକେୟା ଟଙ୍କା ଆଦାୟ ପାଇଁ କଡ଼ା ପଦକ୍ଷେପ ନିଆଯିବାର ନିଷ୍ପତ୍ତି ନିଆଯାଇଛି। ଏଠାର ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ ବିଭାଗ ନିର୍ବାହୀ ଯନ୍ତ୍ରୀ ହୋମଲଡିଂ ଟିକସ ବାବଦ ୯୨ ଲକ୍ଷ ୫୫ ହଜାର ୯୭୩, ବିଡିଏ (ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ) ସେକ୍ରେଟାରୀ ୯ ଲକ୍ଷ ୩୨ ହଜାର ୮୪୮ ଟଙ୍କା ପୈଠ କରିନାହାନ୍ତି। ସେହିପରି ବିଏସ୍‌ଏନ୍‌ଏଲ ଜେନେରାଲ ମ୍ୟାନେଜର ୨୮ ଲକ୍ଷ ୮୫ ହଜାର ୨୮୦ ଟଙ୍କା, ଦୂରଦର୍ଶନ କେନ୍ଦ୍ର ୧ ଲକ୍ଷ ୮୩ ହଜାର ୪୮୦ ଟଙ୍କା, ବ୍ରହ୍ମପୁର ଆକାଶବାଣୀ କେନ୍ଦ୍ର ୨ ଲକ୍ଷ ୩୭ ହଜାର ୧୮୫ ଟଙ୍କା, ଗଞ୍ଜାମ ସିଡିଏମ୍‌ଓ ୫ ଲକ୍ଷ ୯୨ ହଜାର ୮୨୩ ଟଙ୍କା ହୋଲଡିଂ ଟିକସ ପୈଠ କରିନାହାନ୍ତି। ମହାନଗରରେ ଥିବା ଉମା ଚରଣ ପଟ୍ଟନାୟକ ସରକାରୀ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ ୫୭ ଲକ୍ଷ ୪୯ ହଜାର ୬୪୭ ଏବଂ ସରକାରୀ ପଲିଟେକନିକ୍‌ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷଙ୍କ ନାମରେ ୧୮ ଲକ୍ଷ ୪୫ ହଜାର ୦୨୮ ଟଙ୍କା ବକେୟା ରହିଛି। ସରକାରୀ ଆଇଟିଆଇ ଅଧ୍ୟକ୍ଷ ୩୨ ଲକ୍ଷ ୭୮ ହଜାର ୧୨୭ ଟଙ୍କା ବକେୟା ରଖିଛନ୍ତି। ବ୍ରହ୍ମପୁର ଉପ ଜିଲାପାଳ ୧ ଲକ୍ଷ ୦୩ ହଜାର ୪୨୯, ସିଭିଲ କୋର୍ଟ ରେଜିଷ୍ଟ୍ରାରଙ୍କ ନାମରେ ୧ ଲକ୍ଷ ୬୦ ହଜାର ୪୮୪ ଟଙ୍କା ହୋଲ୍ଡିଂ ଟିକସ ବକେୟା ରହିଛି। ସରକାରୀ କୁଇନ୍‌ ମିଶନ ହାଇସ୍କୁଲ ୪୦ ହଜାର ୯୩୧, ସରକାରୀ ବାଳିକା ହାଇସ୍କୁଲ (ରାମଲିଙ୍ଗମ୍‌ ପୋଖରୀ ରୋଡ) ୩୬ ହଜାର ୮୯୪, ଗୋସାଣୀନୂଆଗଁାସ୍ଥ କେସି ବାଳକ ହାଇସ୍କୁଲ ୭୧ ହଜାର ୩୨୫, କେସି ଟାଉନ ହାଇସ୍କୁଲ ୨୩ ହଜାର ୧୯୫, କେସି ବାଳିକା ହାଇସ୍କୁଲ ୪୭ ହଜାର ୭୧୦ ଏବଂ ଗିରିରୋଡସ୍ଥ ବାଳିକା ହାଇସ୍କୁଲ (ସରକାରୀ) ୫୫୦୯୫ ଟଙ୍କା ହୋଲ୍ଡିଂ ଟିକସ ବକେୟା ଥିବା ବିଏମ୍‌ସି ତଥ୍ୟରୁ ଜଣାପଡ଼ିଛି।
ମହାନଗର ନିଗମ ଇଲାକାରେ ବର୍ତ୍ତମାନ ସୁଦ୍ଧା ଆସେଶମେଣ୍ଟ ହୋଇଥିବା ୫୮ ହଜାରରୁ ଊର୍ଦ୍ଧ୍ୱ ଘର ଅଛି। କେତେକ ନୂଆ ବସ୍ତି ଓ ସାହିରେ ଗୃହ ନିର୍ମାଣ ଚାଲିଛି। ସେ ସବୁ ସମ୍ପୂର୍ଣ୍ଣ ହେବା ପରେ ଟିକସ ପାଇଁ ଆସେଶମେଣ୍ଟ କରାଯିବ। ଏବେ ବାର୍ଷିକ ୧୨ କୋଟିରୁ ଅଧିକ ଟଙ୍କା ହୋଲ୍ଡିଂ ଟିକସ ଆଦାୟ କରାଯିବାର ହିସାବ କରାଯାଇଛି।
ଘରୋଇ ବାସଗୃହ ଗୁଡ଼ିକରୁ ଟିକସ ଆଦାୟ ସୁବିଧାରେ ହେଉଥିବା ବେଳେ ସରକାରୀ ବିଲ୍ଡିଂ ଗୁଡ଼ିକରେ ସାଢ଼େ ୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବକେୟା ପଡ଼ିଛି।


All Right Reserved By Dharitri.Com

କୋଭିଡ୍‌ ଫଣ୍ଡକୁ ବୃତ୍ତି ଟଙ୍କା ଦେଲେ ଛାତ୍ରୀ

ଛତ୍ରପୁର,୩୧ା୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୂର୍ବରୁ ପାଇଥିବା ବୃତ୍ତି ଅର୍ଥରୁ ୩ ହଜାର...

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ...

ଦଲାଲଙ୍କ ଗିରଫ ଦାବି କଲେ ଦାଦନ

ବ୍ରହ୍ମପୁର ଅଫିସ୍‌,୬ା୧୨- କର୍ନାଟକରୁ ଖସି ଆସିଥିବା ୪୨ ଦାଦନ ଗୁରୁବାର ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ନିକଟରେ ଦଲାଲଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଜଣେ ମୁଖ୍ୟ ଦଲାଲ୍‌...

ସାମାଜିକ ଦୂରତ୍ୱ ମାନୁନାହାନ୍ତି ଲୋକେ: ବ୍ୟାଙ୍କ ସମ୍ମୁଖରେ ଅସମ୍ଭବ ଭିଡ଼

ବୁଗୁଡ଼ା,୧୬ା୪(ଡି.ଏନ୍‌.ଏ.): ରାଜ୍ୟରେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ବାରମ୍ବାର ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ କେତେକ ଅମାନିଆ ଏହାକୁ...

ଦିଗପହଣ୍ଡିରେ ଧର୍ମଘଟ ଶାନ୍ତିପୂର୍ଣ୍ଣ

ଦିଗପହଣ୍ଡି,୮।୧(ଡି.ଏନ.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ୧୨ ଦଫା ନେଇ ଦେଶବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ବୁଧବାର ସର୍ବଭାରତୀୟ ଧର୍ମଘଟ ଦିଗପହଣ୍ଡିରେ...

ବଜ୍ରପାତରେ ନାବାଳକଙ୍କ ଜୀବନଗଲା

ହିଞ୍ଜିଳିକାଟୁ,୧୩।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ପୁରୁଷୋତ୍ତମପୁର ଥାନା ସାହାପୁର ଗ୍ରାମରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟିି ଜଣେ ନାବାଳକଙ୍କ ଜୀବନ ଯାଇଛି। ମୃତ ନାବାଳକ...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

ବୁଗୁଡ଼ା,୭ା୧୨(ଡି.ଏନ.ଏ.): ବୁଗୁଡ଼ା ବ୍ଲକ ମତାଝରି ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୩ ବଖରା ଜଳିଯାଇଛି । ଘର ନିକଟ ଅଳିଆ ଗଦାରୁ...

୨ ଯୌତୁକ ନିର୍ଯାତନା ମାମଲା: ୩ ଗିରଫ

ଆସିକା,୨ା୫(ଡି.ଏନ୍‌.ଏ.)- ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଓ ଗୁଡସର ଗ୍ରାମରେ ଘଟିଥିବା ପୃଥକ ୨ ଯୌତୁକ ନିର୍ଯାତନା ମାମଲାରେ ପୋଲିସ ଶନିବାର ୩ ଜଣଙ୍କୁ ଗିରଫ...

Leave a comment

Your email address will not be published. Required fields are marked *