ଭଞ୍ଜନଗର କୋର୍ଟରେ ହାଜର ହେଲେ ସବ୍ୟସାଚ୍ଚୀ

ଭଞ୍ଜନଗର,୨୦।୬(ଡି.ଏନ.ଏ.)- ମାଓବାଦୀ ନେତା ସବ୍ୟସାଚ୍ଚୀ ପଣ୍ଡାଙ୍କୁ ଗୁରୁବାର ପୋଲିସ ବିଭିନ୍ନ ମାମଲାର ବିଚାରଣ ପାଇଁ ଭଞ୍ଜନଗର କୋର୍ଟରେ ହାଜର କରିଥିଲା। ଏଥିସହ ମାଓବାଦୀ ହିଂସା ମାମଲାରେ ଜଡିତ ଆଉ ୬ଜଣ କୋର୍ଟରେ ହାଜର ହୋଇଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଜାମିନରେ ଥିବାବେଳେ ଆଉ କେତେଜଣ ଏବେବି ଜେଲରେ ବିଚାରାଧିନ ବନ୍ଦୀଭାବେ ଅଛନ୍ତି। ସୋରଡା ଓ ବଡଗଡ ଥାନା ଅଞ୍ଚଳର ୧୦ ମାଓବାଦୀ ହିଂସା ମାମଲାର ଗୁରୁବାର ବିଚାରଣ ହୋଇଥିଲା। ଏହା ସରିବା ପରେ ସବ୍ୟସାଚ୍ଚୀଙ୍କୁ କଡା ସୁରକ୍ଷା ମଧ୍ୟରେ ଅପରାହ୍ନରେ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତର କରାଯାଇଛି। ଶୁକ୍ରବାର ମଧ୍ୟ ମାଓବାଦୀ ହିଂସା ମାମଲାର ବିଚାରଣ ଥିବାରୁ ସବ୍ୟସାଚ୍ଚୀଙ୍କୁ ଭଞ୍ଜନଗର କୋର୍ଟରେ ହାଜର କରାଯିବାର କାର୍ଯ୍ୟକ୍ରମ ରହିଛି। ସରକାରଙ୍କ ପକ୍ଷରୁ ଏମ୍‌.ତାଜ୍‌ ଆଦେନୀ, ଡ. ସୁଶାନ୍ତ ତ୍ରିପାଠୀ, ବିମ୍ବାଧର ଷଢଙ୍ଗୀ, ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ଦଣ୍ଡପାଣି ସ୍ବାଇଁ ମୋକଦ୍ଧମା ପରିଚାଳନା କରୁଛନ୍ତି।


All Right Reserved By Dharitri.Com

ପୃଥକ୍‌ ୨ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ଜଣେ ଅଟକ

ଭଞ୍ଜନଗର,୨୧।୯(ଡି.ଏନ.ଏ.)-ଯେତେ କଠୋର ଆଇନ ପ୍ରଣୟନ କରାଗଲେ ମଧ୍ୟ ନାବାଳିକାଙ୍କ ପ୍ରତି ଅସଦାଚରଣ ଘଟଣା ବନ୍ଦ ହେଉନହିଁ। ପୃଥକ ୨ ନାବାଳିକାଙ୍କୁ ଅଶ୍ଳୀଳ ଇଙ୍ଗିତ କରାଯାଇଥିବା ନେଇ...

ମାଛ, ମାଂସ ଦର ଆକାଶଛୁଆଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): କରୋନା ଭୂତାଣୁ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଦିନ କୁ ଦିନ ଏହାର ସଂଖ୍ୟା ବଢ଼ୁଛି l ଏଥିପାଇଁ ଲକ୍‌ଡାଉନ୍‌ ଅବଧି ମଧ୍ୟ...

କାଜୁ ବଗିଚାରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଅନ୍ତର୍ଗତ ବିରଞ୍ଚତ୍ପୁର ଗ୍ରାମ ନିକଟ କାଜୁ ତୋଟାର ଏକ ଗଛରୁ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ବୁଗୁଡା ପୋଲିସ ଉଦ୍ଧାର କରିଛି।...

ଚୋରାଚାଲାଣ କରୁଥିବା ଗାଡ଼ି ରେଜିଷ୍ଟ୍ରେଶନ ରଦ୍ଦ ହେବ

ଛତ୍ରପୁର,୧୨ା୬(ଡି.ଏନ.ଏ)- ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଧ୍ୟକ୍ଷତା...

ଇସ୍ତଫାପତ୍ର ଫେରାଇବାକୁ ଅଧ୍ୟକ୍ଷଙ୍କ ଦରଖାସ୍ତ ଧମକକୁ ଡରି ଦେଇଥିଲି ଇସ୍ତଫା: ସୂର୍ଯ୍ୟନାରାୟଣ

ପୁରୁଷୋତ୍ତମପୁର, ୨୬ା୧୧ (ଡି.ଏନ.ଏ.)-ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡା ବ୍ୟକ୍ତିଗତ କାରଣ ଦର୍ଶାଇ ଅକ୍ଟୋବର ୨୫ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ। ସେ...

୧୨ ଆନ୍ତଃ ଜିଲା ଡକାୟତ ଗିରଫ

ଛତ୍ରପୁର/ଆସିକା/ବୁଗୁଡା,୩୦/୮(ଡି.ଏନ.ଏ.)- ବୁଗୁଡା ଓ ଆସିକା ଥାନା ପୋଲିସ ବୁଧବାର ରାତିରେ ୧୨ ଆନ୍ତଃଜିଲା ଡକାୟତଙ୍କୁ ଧରିବାରେ ସକ୍ଷମ ହୋଇଛି। ଏମାନେ ଗଞ୍ଜାମ, ବ୍ରହ୍ମପୁର, ଖୋର୍ଦ୍ଧା ଓ...

ଘରକୁ ଆସିବାକୁ ବିରୋଧ କରିବାରୁ ହତ୍ୟା

ବୁଗୁଡ଼ା,୧୭ା୧୧(ଡି.ଏନ.ଏ.)- କେ.ନୂଆଗାଁ ଥାନା ଦିଗବାରିଣୀ ପାହାଡ଼ ନିକଟସ୍ଥ କେରାଣ୍ଡିମାଳ ଜଙ୍ଗଲରୁ ଶୁକ୍ରବାର ପୋଲିସ ଯଜ୍ଞସେନ ଜେନା (୧୫)ଙ୍କ କଙ୍କାଳ ଉଦ୍ଧାର କରିଥିଲା। ନଂ. ୨୬୫/୧୯ରେ ମାମଲା...

ଲକ୍‌ଡାଉନ ଉଠିବା ପରେ ବାହାର ରାଜ୍ୟରୁ ଫେରିବେ ଲୋକେ: ନାମ ପଞ୍ଜିକରଣ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି

ଛତ୍ରପୁର, ୨୧।୪( ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲାର ବହୁ ଲୋକ ଓଡ଼ିଶା ବାହାରେ ଅଛନ୍ତି। ମେ’ ୩ ତାରିଖ ପରେ ଲକ୍‌ଡାଉନ ଉଠିବା ପରେ ସେମାନେ ଗଞ୍ଜାମ...

Leave a comment

Your email address will not be published. Required fields are marked *