କେନ ଓ୍ବିଲିୟମସନଙ୍କ ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ

ବର୍ମିଂହାମ,୨୦।୬(ପି.ଟି.)- ଏଠାରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଅଧିନାୟକ କେନ ଓ୍ବିଲିୟମସନଙ୍କ ଅପରାଜିତ ଶତକ ବଳରେ ନ୍ୟୁଜିଲାଣ୍ଡ ୪ ଉଇକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। କିନ୍ତୁ ଓ୍ବିଲିୟମସନଙ୍କ  ଖେଳୁଆଡ଼ ମନୋଭାବ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ଖେଳାଳି ପଲ ଆଡାମ୍ସ। ଓ୍ବିଲିୟମ୍‌ସନଙ୍କ ଶତକୀୟ ଇନିଂସ ଅବସରରେ ୩୮ତମ ଓଭରରେ ଉଇକେଟକିପର କ୍ୱିଣ୍ଟନ ଡି’କକ୍‌ଙ୍କ ହାତରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ଅପିଲ ସତ୍ତ୍ୱେ ଏହାକୁ ଅମ୍ପାୟର ଆଉଟ୍‌ ଦେଇ ନ ଥିଲେ। ଦଳ ନିକଟରେ ରିଭ୍ୟୁ ବାକି ଥିଲା। ହେଲେ ରିଭ୍ୟୁ ବ୍ୟବହାର କରାଯାଇ ନ ଥିଲା। ପରେ ରିପ୍ଲେରେ ବଲ ବ୍ୟାଟ୍‌ରେ ବାଜିଥିବା ଜଣାପଡ଼ିଥିଲା। ଓ୍ବିଲିୟମସନ କାହିଁକି ନିଜ ଆଡୁ ପ୍ୟାଭିଲିଅନ ଫେରି ଗଲେ ନାହିଁ ବୋଲି ଆଡାମ ପ୍ରଶ୍ନ କରିଛନ୍ତି। ଏ ସମ୍ପର୍କରେ ଆମେ ଜାଣି ନ ଥିଲୁ। ସେତେବେଳେ ମୁଁ ଲଙ୍ଗ ଅନ୍‌ ଅଞ୍ଚଳରେ ଥିଲି। କ୍ୟାଚ୍‌ ବେଳେ କେବଳ ଡି’କକ୍‌ଙ୍କ ହିଁ ନିକଟରେ ଥିଲେ। ତାଙ୍କ ନିଷ୍ପତ୍ତିକୁ ଭରସା କରିଥିଲି ବୋଲି ଡୁ’ପ୍ଲେସି ମ୍ୟାଚ୍‌ ପରେ କହିଛନ୍ତି।


All Right Reserved By

ଜୋକୋଭିଚ୍‌ ସେମିଫାଇନାଲରେ

ପ୍ୟାରିସ, ୭ା୬-ସର୍ବିୟାର ନୋଭାକ ଜୋକୋଭିଚ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଜୋକୋଭିଚ୍‌ ୨୦୧୬ ପରେ ପ୍ରଥମ ଥର ଫ୍ରେଞ୍ଚ୍‌...

ରାଜସ୍ଥାନ ୩ ଉଇକେଟରେ ବିଜୟୀ

କୋଲକାତା,୨୬।୪(ପି.ଟି.)- ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମ୍ୟାଚ୍‌ରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ୪ଟି ବଲ...

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଯୋଗ୍ୟତା

ହିରୋଶିମା,୨୨।୬(ପିଟି): ଭାରତୀୟ ମହିଳା ହକି ଦଳ ଶନିବାର ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶନିବାର ଏଠାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ୍‌...

କେକେଆର କୋଚ୍‌ ହେଲେ ଟ୍ରେଭର ବାଇଲିସ

ମୁମ୍ବାଇ,୧୭।୭- ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଦୁଇ ଥର ଆଇପିଏଲ ଚାମ୍ପିୟନ ଦଳ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଇଂଲଣ୍ଡ ବିଶ୍ୱକପ୍‌ ଚାମ୍ପିୟନ ଦଳର କୋଚ୍‌...

ହାରିଲା ଭାରତ ଏ’

ଆଣ୍ଟିଗୁଆ,୨୦।୭- ଭାରତୀୟ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିସ୍ଫୋରକ ୮୧ ରନ୍‌ର ଇନିଂସ ବେକାର ସାବ୍ୟସ୍ତ ହୋଇଛି। ଓ୍ବେଷ୍ଟଇଣ୍ଡିଜ ଏ’ ଦ୍ୱାରା ଧାର୍ଯ୍ୟ ୨୯୯ ରନ୍‌ର ବିଜୟଲକ୍ଷ୍ୟ...

ପର୍ତ୍ତୁଗାଲ ନେଶନ୍ସ ଲିଗ୍‌ ଚାମ୍ପିୟନ

ପୋର୍ଟୋ,୧୦।୬- କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପର୍ତ୍ତୁଗାଲ ଦଳ ନେଶନ୍ସ ଲିଗ୍‌ ଉଦ୍‌ଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଛି। ଫାଇନାଲରେ ପର୍ତ୍ତୁଗାଲ ୧-୦ ଗୋଲରେ ନେଦରଲାଣ୍ଡକୁ ହରାଇ ଦେଇଛି। ମ୍ୟାଚ୍‌ରେ...

ପ୍ଲିସ୍‌କୋଭାଙ୍କୁ ଇଟାଲିଆନ ଓପନ ଟାଇଟଲ

ରୋମ୍‌, ୧୯ା୫ (ଏଏଫ୍‌ପି)- ଚତୁର୍ଥ ସିଡ୍‌ ତଥା ଚେକ୍‌ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭା ଡବ୍ଲ୍ୟୁଟିଏ ଇଟାଲିଆନ ଓପନ ମହିଳା ସିଙ୍ଗଲ୍ସ୍ସ ଟାଇଟଲ ଜିତିଛନ୍ତି। ରବିବାର ଫାଇନାଲରେ ସେ...

ବିଶ୍ୱକପ୍‌ ପୂର୍ବରୁ ଇମାମ ଆହତ

ନଟିଂହାମ,୧୮।୫(ଏଏଫ୍‌ପି)- ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସପ୍ତାହ ବାକି ଥିବା ବେଳେ ର୍ପୂବରୁ ପାକିସ୍ତାନ ଯୁବ ତାରକା ବ୍ୟାଟ୍ସମ୍ୟାନ ତଥା ଓପନର ଇମାମ-...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *