Posted inଖେଳ

କୋପା ଆମେରିକା: ପଏଣ୍ଟ ଖାତା ଖୋଲିଲା ଆର୍ଜେଣ୍ଟିନା

ବେଲୋ ହରାଇଜଣ୍ଟ,୨୦।୬(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା ପଏଣ୍ଟ ଖାତା ଖୋଲିବାକୁ ସକ୍ଷମ ହୋଇଛି। ପ୍ରଥମ ମ୍ୟାଚ୍‌ରେ କଲମ୍ବିଆଠାରୁ ପରାଜୟ ବରଣ କରିଥିବା ଆର୍ଜେଣ୍ଟିନା ଏଠାରେ ଖେଳାଯାଇଥିବା ପାରାଗୁଏ ବିପକ୍ଷ ମ୍ୟାଚ୍‌କୁ ୧-୧ ଗୋଲରେ ଅମୀମାଂସିତ ରଖି ଏକ ପଏଣ୍ଟ ହାସଲ କରିଛି। ପାରାଗୁଏ ପାଇଁ ରିଚାର୍ଡ ସାଞ୍ଚେଜ (୩୭ତମ ମିନିଟ୍‌) ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ସୁଦ୍ଧା ପାରାଗୁଏ ୧-୦ ଗୋଲର ଅଗ୍ରଣୀ ହାସଲ କରିଥିଲା। ଜବାବରେ ଆର୍ଜେଣ୍ଟିନାକୁ ୫୭ତମ ମିନିଟ୍‌ରେ ପେନାଲ୍ଟି ମିଳିଥିଲା, ଯାହାକୁ ଷ୍ଟାର ଲିଓନେଲ ମେସି ସ୍କୋର କରିଥିଲେ। ଗୋଲକିପର ଫ୍ରାଙ୍କୋ ଅର୍ମାନି ଏକ ନିଶ୍ଚିତ ଗୋଲ ସେଭ ଯୋଗୁ ଦଳ ପଏଣ୍ଟ ଖାତା ଖୋଲିିବାକୁ ସକ୍ଷମ ହୋଇଛି। ଆର୍ଜେଣ୍ଟିନା ୨ ମ୍ୟାଚ୍‌ରୁ ଏକ ପଏଣ୍ଟ ସହ ଗ୍ରୁପ୍‌ ବି’ର ଅନ୍ତିମ ସ୍ଥାନରେ ରହିଛି। ଦଳକୁ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବାକୁ ହେଲେ ଅନ୍ତିମ ମ୍ୟାଚ୍‌ରେ କାତାରକୁ ନିଶ୍ଚିତ ହରାଇବାକୁ ପଡ଼ିବ।


All Right Reserved By

Posted inଖେଳ

ଜାପାନ ଓପନ୍‌: ସାଇ ପ୍ରଣୀଥ୍‌ଙ୍କ ବିଜୟ ଅଭିଯାନ

ଟୋକିଓ, ୨୩।୭ (ପି.ଟି.)- ଭାରତୀୟ ଶଟ୍‌ଲର ବି. ସାଇ ପ୍ରଣୀଥ୍‌ ଏଠାରେ ଚାଲିଥିବା ଜାପାନ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ...

ପ୍ରମୋଦ ଶ୍ରେଷ୍ଠ, ଶୁଭମ୍‌ ଇମର୍ଜିଂ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ବିଶ୍ୱ ଚାମ୍ପିୟନ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଚଳିତ ବର୍ଷର ସ୍ପୋଟର୍‌ସଲଗ୍‌ଅନ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇବାକୁ ଯୋଗ୍ୟ...

ଗାଙ୍ଗୁଲି, ଲକ୍ଷ୍ମଣଙ୍କୁ ଦୁଇଟି ବିକଳ୍ପ

ନୂଆଦିଲ୍ଲୀ,୨୧।୬- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏଥିକ୍ସ ଅଫିସର ଡି.କେ. ଜୈନ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଭି.ଭି.ଏସ୍‌. ଲକ୍ଷ୍ମଣଙ୍କୁ ଉପଦେଷ୍ଟା...

ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ

ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ...

ଅନ୍ତର୍ଜାତୀୟ କ୍ରିକେଟରୁ ଯୁବିଙ୍କ ଅଲ୍‌ବିଦା

ମୁମ୍ବାଇ,୧୦।୬- କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୨୦୧୧ ଆଇସିସି ବିଶ୍ୱକପ୍‌ ଓ ୨୦୦୭ ଟି୨୦ ବିଶ୍ୱକପ୍‌ ହିରୋ...

ହାରିଲା ଭାରତୀୟ ଜୁନିୟର ମହିଳା ହକି ଦଳ

ବାରନୋଭିଚି(ବେଲାରୁସ),୧୦।୬(ପି.ଟି.)- ଭାରତୀୟ ଜୁନିୟର ମହିଳା ହକି ଦଳ ୧-୪ ଗୋଲରେ ବେଲାରୁଷ୍‌ ସିନିୟର ଦଳଠାରୁ ହାରିଯାଇଛି। ୨୧ ବର୍ଷରୁ କମ୍‌ ଅନ୍ତର୍ଜାତୀୟ ଚତୁଃରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିଥିବା...

ଗମ୍ଭୀରଙ୍କ ବିଜୟ ପରେ ଆଫ୍ରିଦି କହିଲେ: ଯାହାର ବୁଦ୍ଧି ନାହିଁ, ଲୋକ ତାଙ୍କୁ ଭୋଟ ଦେଇଛନ୍ତି

ଇସଲମାବାଦ୍‌. ୨୮।୫: କ୍ରିକେଟରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସାଧାରଣ ନିର୍ବାଚନରେ ପୂର୍ବ ଦିଲ୍ଲୀ ଲୋକ ସଭା ଆସନରୁ ଲଢି ବିଜୟ ହାସଲ କରିଛନ୍ତି। ଗମ୍ଭୀରଙ୍କ...

କ୍ରିକେଟର ଗୁଗୁଲ ବୟ

ଜୟପୁର, ୧୭।୬: ଏବେ ସାରା ବିଶ୍ୱରେ ଚାଲିଛି କ୍ରିକେଟ୍‌ ଫିବର୍‌। ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପକୁ ନେଇ କିଏ ଭବିଷ୍ୟବାଣୀ କଲେଣି ତ ଆଉ କିଏ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *