ଗ୍ରାମ୍ୟ ରାସ୍ତା ନିର୍ମାଣ ନେଇ ବିବାଦ

ଝୁମ୍ପୁରା, ୨୫ା୪(ଡି.ଏନ.ଏ.)- ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତର ଟାଙ୍ଗରାଣୀ ମୌଜାରେ ଗ୍ରାମ୍ୟରାସ୍ତା ନିର୍ମାଣ ଆଳରେ ଅନୁସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜମିରେ ବହୁ ପରିମାଣରେ ମାଟି ପକାଇବା, ପଟ୍ଟାଭୁକ୍ତ ଜମି ଉପରେ ଜୋରଜବରଦସ୍ତ ରାସ୍ତା ତିଆରି କରାଯିବା ନେଇ ପଳାଶପଙ୍ଗା ପୋଲିସ ବିଟ୍‌ ହାଉସ ଏବଂ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗରେ ଲିଖିତ ଅଭିଯୋଗ ପରେ କ୍ଷତିଗ୍ରସ୍ତ ପ୍ରଜା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ୨୦ନଂ ଜାତୀୟ ରାଜପଥର ଝୁମ୍ପୁରା ବାଇପାସ୍‌ରୁ ଟାଙ୍ଗରାଣୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଟେଣ୍ଡର ପ୍ରକ୍ରିୟାରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମାଣାଧୀନ ରହିଛି। ତେବେ ଏହି ରାସ୍ତା ବହୁ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ରହିଥିଲେ ହେଁ ସୂଚନାଫଳକ ନ ଥିବା ଏବଂ ପୂତ୍ତର୍ର୍ ବିଭାଗର ଅସହଯୋଗ ଯୋଗୁ ରାସ୍ତା ନିର୍ମାଣ ସମ୍ବନ୍ଧୀୟ ଠିକ୍‌ ତଥ୍ୟ ମିଳିପାରିନାହିଁ। ହେଲେ ରାସ୍ତା ନିର୍ମାଣର ବ୍ୟୟ ଅଟକଳ ନେଇ ଅନିୟମିତତା ରହିଥିବା ଏବଂ ଟେଣ୍ଡରଧାରୀଙ୍କୁ ପୂର୍ତ୍ତ ବିଭାଗର ଅହେତୁକ ଅନୁକମ୍ପା ଅଭିଯୋଗ ପରେ କଥା ପଦାକୁ ଆସିଛି।   ଅଭିଯୋଗ ଅନୁଯାୟୀ, ନିର୍ମାଣାଧୀନ ରାସ୍ତାର ଗୋଟିଏ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଜାଗା ଲମ୍ବ ଭାବେ ରହିଛି। ହେଲେ ସେସବୁ ଜାଗା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ଜବରଦଖଲରେ ରହିଛି। ଉକ୍ତ ରାସ୍ତା ପୂର୍ବ ରାସ୍ତାଠାରୁ ୪ରୁ ୫ ଫୁଟ ଓସାର କରାଯାଇ ନିର୍ମାଣାଧୀନ ରହିଥିବାବେଳେ ରାସ୍ତାର ଅନ୍ୟ ପାର୍ଶ୍ୱରେ ଅନୂସୂଚିତ ଜନଜାତି ପ୍ରଜାଙ୍କ ପଟ୍ଟାଭୁକ୍ତ ଜାଗା ଉପରେ ଲମ୍ବ ଭାବେ ମାଟି ଢଳାଚାଲିଛି। ରାସ୍ତା ପାର୍ଶ୍ୱରେ କ୍ଷତିଗ୍ରସ୍ତ ପ୍ରଜା କରୁଣାକର ପାତ୍ର ଓ ଭେଦ ଚନ୍ଦ୍ର ପାତ୍ରଙ୍କର ଖାତା ନଂ ୧୮୩, ପ୍ଲଟ୍‌ ନଂ.୩୫୪ରେ ୬୭ ଡେସିମିଲ ରେକର୍ଡଭୁକ୍ତ ଜାଗା ରହିଛି। ନିର୍ମାଣ ଆଳରେ ରାସ୍ତା ଓସାର କରାଗଲେ କ୍ଷତିଗ୍ରସ୍ତ ପ୍ରଜାଙ୍କର ୧୫ ଡେସିମିଲିରୁ ଊର୍ଦ୍ଧ୍ୱ ଜାଗା ଚାଲିଯିବ। ଏ ନେଇ କ୍ଷତିଗ୍ରସ୍ତ ପ୍ରଜା ମାଟିଢ଼ଳାକୁ ବିରୋଧ କରିଛନ୍ତି। ବର୍ତ୍ତମାନ ରାସ୍ତା ନିର୍ମାଣ ବନ୍ଦ ରହିଥିଲେ ହେଁ ଟେଣ୍ଡରଧାରୀ ଦାଦାଗିରି ଦେଖାଇ ପଟ୍ଟାଭୁକ୍ତ ଜମିରୁ ମାଟି ଉଠାଉ ନ ଥିବା ନେଇ ପୋଲିସ ବିଟ୍‌ ହାଉସରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ପୂର୍ତ୍ତ ବିଭାଗ ରାସ୍ତାର ଏକ ପାର୍ଶ୍ୱରେ ସରକାରୀ ଜାଗା ଥିବା ସତ୍ତ୍ୱେ ସେପଟକୁ ରାସ୍ତା ଓସାର କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅଭିଯୋଗ ଉପରେ ପଚାରିବାରୁ ପଳାଶପଙ୍ଗା ପୋଲିସ ବିଟ୍‌ ହାଉସ ଅଧିକାରୀ ଶ୍ରୀକାନ୍ତ ପରିଡ଼ା କହିଛନ୍ତି ଯେ, ଏନେଇ ପଳାଶପଙ୍ଗା ରାଜସ୍ବ ନିରୀକ୍ଷକଙ୍କୁ କୁହାଯାଇଛି। ଜମି ମାପଚୁପ ପରେ ରାସ୍ତା ତିଆରି ହେବ। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଦୁର୍ଯ୍ୟୋଧନ ବେହେରା କହିଛନ୍ତି ଯେ, ଅଭିଯୋଗର ସମାଧାନ ନ ହେଲେ ପୂର୍ବ ରାସ୍ତା ଯାହା ଥିଲା, ସେହି ଅନୁଯାୟୀ ତିଆରି କରାଯିବ।


All Right Reserved By Dharitri.Com

ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ...

ଋଣ ଦେବା ନାଁରେ ଠକେଇ: ଥାନାର ଦ୍ୱାରସ୍ଥ ହେଲେ ଏସ୍‌ଏଚ୍‌ଜି ମହିଳା

ରୂପ୍‌ସା, ୧।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ବାଖରାବାଦ ଗ୍ରାମର ଜଣେ ମହିଳା ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ସଭ୍ୟାଙ୍କୁ ଋଣ ଦେବା ନାଁରେ ଲକ୍ଷାଧିକ...

ରାଜ୍ୟରେ ‘ବୁଲବୁଲ୍‌’ ପ୍ରଭାବ: ମତ୍ସ୍ୟଜୀବୀଙ୍କୁ ୪ ଦିନ ସମୁଦ୍ର ମନା

ରୂପ୍‌ସା, ୭।୧୧(ଡି.ଏନ.ଏ.)-ବଙ୍ଗୋପସାଗର ଏବଂ ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ଖୁବ୍‌ଶୀଘ୍ର ଏହା ବାତ୍ୟା ରୂପ ନେବ ବୋଲି...

ଜଳିଗଲା ତେଲ ବୋଝେଇ ଭ୍ୟାନ

ଆନନ୍ଦପୁର,୨୦। ୬(ସ୍ବ.ପ୍ର.)- ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଓଭରବ୍ରିଜ୍‌ ଠାରେ ଏକ ତେଲ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ହଠାତ୍‌ ଅଗ୍ନିକାଣ୍ଡରେ ଜଳିଯାଇଛି। ଗାଡିର ଚାଳକ ଅଳପକେ...

ଜିଲାରେ ୭୫ ଆଦର୍ଶ ମତଦାନ କେନ୍ଦ୍ର

ଭଦ୍ରକ ଅଫିସ, ୨୯ା୪- ଜିଲାରେ ମୋଟ ୧୨୯୨ଟି ପୋଲିଂ ଷ୍ଟେଶନ ମଧ୍ୟରୁ ୭୫ଟି ମତଦାନ କେନ୍ଦ୍ରକୁ ଆଦର୍ଶ ମତଦାନ କେନ୍ଦ୍ର (ମଡେଲ୍‌ ପୋଲିଂ ବୁଥ୍‌) ଭାବେ...

ଭୁଷଣ୍ଡେଶ୍ୱର ମନ୍ଦିର ନିର୍ମାଣ ଶୁଭାରମ୍ଭ: ଖର୍ଚ୍ଚ ହେବ ୧୨ରୁ ୧୫କୋଟି ଟଙ୍କା

ଭୋଗରାଇ, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ତଟରେ ଅବସ୍ଥିତ ଏସିଆର ସର୍ବବୃହତ୍‌ ଶିବଲିଙ୍ଗ ଭୁଷଣ୍ଡେଶ୍ୱର ମନ୍ଦିର ଦୀର୍ଘବର୍ଷ ଧରି ଧରାଶାୟୀ ହୋଇଛି। ଏଥିପାଇଁ...

ପୁଣି ବିପଦସଂକେତ ଟପିଲା ଜଳକା

ବସ୍ତା, ୨୫।୮(ସ୍ବ.ପ୍ର.)-ଜଳକା ନଦୀରେ ରବିବାର ପୁଣି ବନ୍ୟାଜଳ ଆସି ବିପଦସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ା ବସ୍ତା ବ୍ଲକର ମଥାନୀଠାରେ ନଦୀର ବିପଦସଂକେତ ସ୍ତର ୫.୫୦...

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ: କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାଜପଥ ଅବରୋଧ

ପାଟଣା,୧୩।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଅଜଣା ଗାଡି...

Leave a comment

Your email address will not be published. Required fields are marked *